Advertisment

‌ଓସ୍କାର ଷ୍ଟେଜ୍‌ରେ ଲଢ଼େଇ: ପତ୍ନୀଙ୍କ ସମ୍ପର୍କରେ କମେଣ୍ଟ୍‌ ମାରିବାରୁ ରାଗିଗଲେ ୱିଲ୍‌ ସ୍ମିଥ୍‌, ହୋଷ୍ଟ୍‌ଙ୍କୁ ମାରିଲେ ମୁଥ...

ଓସ୍କାର ୨୦୨୨(Oscars 2022) ଷ୍ଟେଜ୍‌ରେ ଲଢ଼େଇ। ପତ୍ନୀଙ୍କ ସମ୍ପର୍କରେ କମେଣ୍ଟ ମାରିବାରୁ ପ୍ରସିଦ୍ଧ ଅଭିନେତା ୱିଲ୍‌ ସ୍ମିଥ୍‌ (Will Smith) ହୋଷ୍ଟ୍‌ କ୍ରିସ୍‌ ରକ୍‌ଙ୍କୁ ମୁଥ ମାରିଥିବା ଦେଖିବାକୁ ମିଳିଛି।

ଅଦ୍ୟତନ ହୋଇଛି
Will Smith Punches Chris Rock

Will Smith Punches Chris Rock

Advertisment

ଓସ୍କାର ୨୦୨୨(Oscars 2022) ଷ୍ଟେଜ୍‌ରେ ଲଢ଼େଇ। ପତ୍ନୀଙ୍କ ସମ୍ପର୍କରେ କମେଣ୍ଟ ମାରିବାରୁ ପ୍ରସିଦ୍ଧ ଅଭିନେତା ୱିଲ୍‌ ସ୍ମିଥ୍‌ (Will Smith) ହୋଷ୍ଟ୍‌ କ୍ରିସ୍‌ ରକ୍‌ଙ୍କୁ ମୁଥ ମାରିଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଆମେରିକା କାର୍ଲିଫର୍ଣ୍ଣିଆରେ ଚାଲିଥିବା ଓସ୍କାର ଆୱାର୍ଡ ସେରିମୋନିରେ ସର୍ବ ସମ୍ମୁଖରେ ଏଭଳି କାଣ୍ଡ ଭିଆଇଛନ୍ତି ସ୍ମିଥ୍। ମଜା ମଜାରେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଯେ ଏଭଳି ରୂପ ନେବ କେହି ବି ଭାବି ପାରିନଥିଲେ। ୱିଲ୍‌ ସ୍ମିଥ୍‌ଙ୍କ ପତ୍ନୀଙ୍କ ଚୁଟିକୁ ନେଇ ହୋଷ୍ଟ୍‌ କ୍ରିସ୍‌ ରକ୍‌ କମେଣ୍ଟ ମାରିଥିଲେ। ଯାହାକୁ ନେଇ ସ୍ମିଥ୍‌ ରାଗି ଯାଇଥିଲେ ଓ ଷ୍ଟେଜ୍‌କୁ ଯାଇ କ୍ରିସ୍‌ଙ୍କୁ ମୁଥ ମାରିଥିଲେ ବୋଲି ସୂଚନା ମିଳିଛି।

Advertisment

କାହିଁକି କ୍ରିସ୍‌ଙ୍କୁ ମୁଥ ମାରିଲେ ସ୍ମିଥ୍‌ ? 

ଫିଲ୍ମ ‘G.I. Jane’ ପାଇଁ କ୍ରିସ୍‌ ରକ୍‌, ୱିଲ୍‌ ସ୍ମିଥ୍‌ଙ୍କ ପତ୍ନୀ ଜାଡା ପିଙ୍କେଟ୍ଟ୍‌ ସ୍ମିଥ୍‌ (Jada Pinkett Smith)ଙ୍କ ମଜାକ ଉଡ଼ାଇ ଥିଲେ। ସେ ଜାଡାଙ୍କ ଚୁଟି ଉପରେ ମନ୍ତବ୍ୟ ଦେଇ କହିଥିଲେ, ଜାଡାଙ୍କୁ ‘G.I. Jane’ର ଅପେକ୍ଷା  କରିପାରିବାକୁ ପଡ଼ିବ ନାହିଁ। କାହିଁକି ନା ଫିଲ୍ମରେ ମୁଖ୍ୟ ଅଭିନେତ୍ରୀଙ୍କ ଲୁକ୍‌ ଲଣ୍ଡା ଥିଲା। ଜାଡ଼ାଙ୍କ ‘ଲଣ୍ଡା’ ଅବତାରକୁ ନେଇ ଏପରି କିଛି ଅରୁଚିକର ମନ୍ତବ୍ୟ ଦେଇଥିଲେ କ୍ରିସ୍‌। ପତ୍ନୀଙ୍କ ସମ୍ପର୍କରେ ଏଭଳି ମଜାକକୁ ନେଇ ସ୍ମିଥ୍‌ ରାଗି ଯାଇଥିଲେ। ଏହାପରେ ସେ ସିଧା ଷ୍ଟେଜ୍‌ ଉପରକୁ ଯାଇ କ୍ରିସ୍‌ଙ୍କୁ ମୁଥ ମାରିଥିଲେ।  

ହଠାତ୍‌ ସ୍ମିଥ୍‌ ଷ୍ଟେଜ୍‌ ଉପରକୁ ଯାଇ ହୋଷ୍ଟ୍‌ଙ୍କୁ ଏଭଳି ମୁଥ ମାରିବା ସମସ୍ତଙ୍କ ହୋସ୍‌ ଉଡ଼ାଇ ଦେଇଥିଲା। କିଛି ସମୟ ପାଇଁ ସେଠାରେ ଉପସ୍ଥିତ ଲୋକେ ସ୍ତବ୍ଧ ହୋଇଯାଇଥିଲେ। ସ୍ମିଥ୍‌ଙ୍କଠୁ ମୁଥ ଖାଇବା ପରେ କ୍ରିସ୍‌ ପୁରାପୂରି ଚୁପ୍‌ ହୋଇ କିଛି ସମୟ ପାଇଁ ଛିଡ଼ା ହୋଇଥିଲେ। କ୍ରିସ୍‌କୁ ମୁଥ ମାରିବା ସହ ପତ୍ନୀ ଜାଡ଼ାଙ୍କ ନାଁ ନନେବା ପାଇଁ ସ୍ମିଥ୍‌, କ୍ରିସ୍‌ଙ୍କୁ କହିଥିଲେ।

Advertisment

ଫିଲ୍ମ ‘କିଙ୍ଗ୍ ରିଚାର୍ଡ’ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ୱିଲ ସ୍ମିଥ୍‌ଙ୍କୁ ଓସ୍କାର ପୁରସ୍କାର ମିଳିଛି। ତେବେ ଆୱାର୍ଡ ଗ୍ରହଣ ବେଳେ ହୋଷ୍ଟ୍‌ କ୍ରିସ୍‌ଙ୍କୁ ମୁଥ ମାରିବା ଘଟଣାକୁ ନେଇ ସ୍ମିଥ୍‌ କ୍ଷମା ପ୍ରାର୍ଥନା କରିଛନ୍ତି। ଘଟଣାକୁ ନେଇ ଏବେ ବିବାଦ ଘନେଇଛି। ଶ୍ରେଷ୍ଠ ଅଭିନେତା ସମ୍ମାନକୁ ସ୍ମିଥ୍ ଫେରାଇ ଦେବା ପାଇଁ ଇଚ୍ଛା ପ୍ରକାଶ କରିଥିବା ଚର୍ଚ୍ଚା ହେଉଛି।

Advertisment
Oscars 2022 Will Smith Jada Pinkett Smith
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ