Advertisment

ଓଡ଼ିଶା ଟ୍ରେନ୍‌ ଦୁର୍ଘଟଣାରେ ମର୍ମାହତ ଆମେରିକା ରାଷ୍ଟ୍ରପତି; କହିଲେ..ଏମିତି ଭୟଙ୍କର ଦୁର୍ଘଟଣା..

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ଆମେରିକାର ପ୍ରଥମ ମହିଳା ଡକ୍ଟର ଜିଲ୍‌ ବାଇଡେନ୍‌ ଦୁର୍ଘଟଣାରେ ମୃତାହତ ଏବଂ ସେମାନଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।

US President Joe Biden

US President Joe Biden

Advertisment

ଶୁକ୍ରବାର ସନ୍ଧ୍ୟାରେ ଓଡ଼ିଶାର ବାଲେଶ୍ୱରରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାକୁ ନେଇ ପୂରା ବିଶ୍ୱ ଶୋକ ପ୍ରକାଶ କରିଛି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ଆମେରିକାର ପ୍ରଥମ ମହିଳା ଡକ୍ଟର ଜିଲ୍‌ ବାଇଡେନ୍‌ ଦୁର୍ଘଟଣାରେ ମୃତାହତ ଏବଂ ସେମାନଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । 

Advertisment

ଜୋ ବାଇଡେନ୍‌ ଏକ ବିବୃତ୍ତିରେ କହିଛନ୍ତି ଯେ, ’ଓଡିଶାର ବାଲେଶ୍ୱରରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ମୁଁ ଏବଂ ମୋ ପତ୍ନୀ ଜିଲ୍‌ ବାଇଡେନ୍‌ ଦୁଃଖରେ ଭାଙ୍ଗି ପଡ଼ିଛୁ । ଆମେ ଗଭୀର ଭାବେ ମର୍ମାହତ । ଆମେ ପ୍ରାର୍ଥନା କରୁଛୁ ଯେ ଯେଉଁମାନେ ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି, ସେମାନେ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ’ ।

ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ମଧ୍ୟ ଏଭଳି ଦୁଃଖଦ ଘଟଣାରେ ସମବେଦନା ଜଣାଇଛନ୍ତି। ଏଭଳି ସ୍ଥିତିରେ ଭରତର ସହ ଆମେରିକା ଛିଡା ହୋଇଥିବା ସେ ଟୁଇଟ କରିଛନ୍ତି ।

Advertisment

ଏବେ ବି ଅନେକ ଲୋକ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ଏହି ଘଟଣାକୁ ନେଇ ପୂରା ଦେଶ ସ୍ତବ୍ଧ ହୋଇଯାଇଥିବା ବେଳେ ବିଶ୍ୱସ୍ତରୀୟ ନେତାମାନେ ମଧ୍ୟ ମର୍ମାହତ ହୋଇଛନ୍ତି। ସେମାନେ ଓଡ଼ିଶାର ଟ୍ରେନ ଟ୍ରାଜେଡିକୁ ନେଇ ଶୋକ ପ୍ରକାଶ କରିଛନ୍ତି।

ବାହାନଗା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ଶୋକବ୍ୟକ୍ତ କରିଛନ୍ତି ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ । ବିଶ୍ୱର ବହୁ ବଡ଼ ବଡ଼ ନେତା ଦୁଃଖ ପ୍ରକାଶ କରିଛନ୍ତି । ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏଥି ସହିତ ଆହତଙ୍କ ଆରୋଗ୍ୟ ମଧ୍ୟ କାମନା କରିଛନ୍ତି । ସେହିପରି ବ୍ରିଟେନ ପ୍ରଧାନମନ୍ତ୍ରୀ ରୁଷି ସୁନକ ମଧ୍ୟ ମୃତକଙ୍କ ପ୍ରତି ଗଭୀର ସମବେଦନ ଜଣାଇ ଟୁଇଟ କରିଛନ୍ତି। ଉଦ୍ଧାରକାର୍ଯ୍ୟରେ ଲଗିଥିବା ସମସ୍ତଙ୍କୁ ପ୍ରସଂଶା ମଧ୍ୟ କରିଛନ୍ତି ସୁନକ।

Advertisment

ଜାପାନ ପ୍ରଧାନମନ୍ତ୍ରୀ ମଧ୍ୟ ଏହି ଦୁର୍ଘଟଣାରେ ଗଭୀର ମର୍ମାହତ ବୋଲି କହି ଟୁଇଟ କରିଛନ୍ତି। ଜର୍ମୀନୀ ଚାନସେଲର ମଧ୍ୟ ଏହି ଘଟଣାରେ ସମବେଦନା ଜଣାଇବା ଏଭଳି କଠିନ ସମୟରେ ଭାରତ ପାଖରେ ଛିଡା ହୋଇଛି ବୋଲି ଟୁଇଟ କରିଛନ୍ତି । କାନାଡା ପ୍ରଧାନମନ୍ତ୍ରୀ ଶୋକ ବ୍ୟକ୍ତ କରି କହିଛନ୍ତି ଭାରତରେ ଘଟିଥିବା ଏ ଭୟଙ୍କର ରେଳ ଦୁର୍ଘଟଣା ସମୟରେ କାନାଡା ସବୁ ସମୟରେ ପାଖରେ ଛିଡା ହୋଇଛି। ସେହିପରି ୟୁକ୍ରେନ୍ ରାଷ୍ଟ୍ରପତି ଭ୍ଲାଦିମର ଜେଲେନ୍ସକି ମଧ୍ୟ ଭାରତରେ ସଂଘଟିତ ରେଳ ଦୁର୍ଘଟଣାରେ ଗଭୀର ମର୍ମାହତ ବୋଲି ଟ୍ୱିଟ୍ ଯୋଗେ ଜଣାଇଛନ୍ତି।

ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପକମଲ ଦହଲ ଏଇ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିବା କହିଛନ୍ତି। ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ମଧ୍ୟ ଏଭଳି ଦୁଃଖଦ ଘଟଣାରେ ସମବେଦନା ଜଣାଇଛନ୍ତି। ଏଭଳି ସ୍ଥିତିରେ ଭରତର ସହ ଆମେରିକା ଛିଡା ହୋଇଥିବା ସେ ଟୁଇଟ କରିଛନ୍ତି । ଅଷ୍ଟ୍ରେଲିଆ ବୈଦେଶିକ ବ୍ୟାପାର ମନ୍ତ୍ରୀ ଓଡିଶାରେ ଘଟିଥିବା ଏହି ଭୟଙ୍କର ରେଳ ଦୁର୍ଘଟଣାରେ ଗଭୀର ଶୋକବ୍ୟକ୍ତ କରିଛନ୍ତି।

ୟୁରୋପିୟାନ୍ ୟୁନିୟନ ସଭାପତି କହିଛନ୍ତି ଭାରତରେ ଘଟିଥିବା ଏଭଳି ଭୟଙ୍କର ଦୁର୍ଘଟଣାରେ ମୁଁ ଗଭୀର ଶୋକବ୍ୟକ୍ତ କରୁଛି, ଦୁର୍ଘଟଣାରେ ଗୁରୁତର ଯାତ୍ରୀଙ୍କ ଆଶୁ ଆରୋଗ୍ୟକାମନା କରୁଛି। ସେହିପରି ତାଇୱାନ୍ ରାଷ୍ଟ୍ରପତି ମଧ୍ୟ ଏଥିରେ ଗଭୀର ଶୋକବ୍ୟକ୍ତ କରିଛନ୍ତି।

Train Accident US President Joe Biden Train Mishap
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ