Advertisment

ସାହିତ୍ୟ ପାଇଁ ନୋବେଲ ପାଇବେ ଅବଦୁଲ ରଜାକ ଗୁର୍‌ନାହା

ସାହିତ୍ୟ ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି। ଅବଦୁଲ ରଜାକ ଗୁର୍‌ନାହା ପାଇବେ ନୋବେଲ ପୁରସ୍କାର। ତାଞ୍ଜାନିଆ ଜନ୍ମିତ ଔପନ୍ୟାସିକ ଗୁର୍‌ନାହା ବ୍ରିଟେନରେ ରହୁଥିବା ନେଇ ମିଳିଛି ସୂଚନା। ଉପନ୍ୟାସବାଦୀ ଅବଦୁଲ ରଜାକ ଉପନିବେଶବାଦର ପ୍ରଭାବ ତଥା ସଂସ୍କୃତି ଏବଂ ମାଳଦ୍ୱୀପ ମଧ୍ୟରେ ଥିବା ଶରଣାର୍ଥୀଙ୍କ ଭାଗ୍ୟର ଆପୋଷ ବୁଝାମଣା ପାଇଁ ସାହିତ୍ୟରେ ୨୦୨୧ରେ ନୋବେଲ ପୁରସ୍କାର ପାଇବେ।

ଅଦ୍ୟତନ ହୋଇଛି
Abdulrazak Gurnah

Abdulrazak Gurnah

Advertisment

ନୂଆଦିଲ୍ଲୀ: ସାହିତ୍ୟ ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି। ଅବଦୁଲ ରଜାକ ଗୁର୍‌ନାହା ପାଇବେ ନୋବେଲ ପୁରସ୍କାର। ତାଞ୍ଜାନିଆ ଜନ୍ମିତ ଔପନ୍ୟାସିକ ଗୁର୍‌ନାହା ବ୍ରିଟେନରେ ରହୁଥିବା ନେଇ ମିଳିଛି ସୂଚନା। ଉପନ୍ୟାସବାଦୀ ଅବଦୁଲ ରଜାକ ଉପନିବେଶବାଦର ପ୍ରଭାବ ତଥା ସଂସ୍କୃତି ଏବଂ ମାଳଦ୍ୱୀପ ମଧ୍ୟରେ ଥିବା ଶରଣାର୍ଥୀଙ୍କ ଭାଗ୍ୟର ଆପୋଷ ବୁଝାମଣା ପାଇଁ ସାହିତ୍ୟରେ ୨୦୨୧ରେ ନୋବେଲ ପୁରସ୍କାର ପାଇବେ।

Advertisment

ତେବେ ଗତକାଲି  ରସାୟନ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଥିଲା । ଦୁଇ ରସାୟନ ବିଜ୍ଞାନୀଙ୍କୁ ମିଳିତ ଭାବେ ଏହି ଉତ୍କୃଷ୍ଟ ପୁରସ୍କାର ମିଳିବା ନେଇ ଘୋଷଣା ହୋଇଥିଲା । ବେଞ୍ଜାମିନ ଲିଷ୍ଟ ଓ ଡେଭିଡ ମ୍ୟାକମିଲାନଙ୍କୁ ମିଳିତ ଭାବେ ନୋବେଲ ଆସିମେଟ୍ରିକ ଅର୍ଗାନୋକାଟାଲିସିସ୍ ପାଇଁ ନୋବେଲ ପୁରସ୍କାର ମିଳିବ ବୋଲି ସୂଚନା ମିଳିଥିଲା। 

Advertisment

ସେପଟେ, ମେଡିସିନ୍‌ କ୍ଷେତ୍ରରେ ଅକ୍ଟୋବର ୪ ତାରିଖରେ ନୋବେଲ ପୁରସ୍କାର ଘୋଷଣା ହୋଇଥିଲା। ଚଳିତଥର ଡେଭିଡ ଜୁଲିଅସ୍ ଓ ଆର୍ଡେମ ପାଟାପୋସିଆନଙ୍କୁ ମିଳିତ ଭାବେ ଏହି ସମ୍ମାନଜନକ ପରସ୍କାର ମିଳିବ। ଏହି ଦୁଇ ଜଣ ନୋବେଲ ବିଜେତା ବଡି ଟେମ୍ପରେଚର ଓ ସ୍ପର୍ଶ ପାଇଁ ରେସ୍‌ପେଟର୍ସର ଆବିଷ୍କାର କରିଥିବାରୁ ସେମାନଙ୍କୁ ଏହି ଭବ୍ୟ ପୁରସ୍କାର ମିଳିବ। ଏହି ସମ୍ମାନଜନକ ପୁରସ୍କାର ବାବଦରେ ଗୋଟିଏ ସ୍ୱର୍ଣ୍ଣ ପଦକ ସହ ଏବଂ 10 ନିୟୁତ ସ୍ୱିଡେନ କ୍ରୋନୋର ଆର୍ଥିକ ରାଶି ମିଳିବ। ଯକୃତ ସମ୍ପର୍କିତ ହେପାଟାଇଟିସ୍ ସି ଭାଇରସ ଆବିଷ୍କାର କରିଥିବାରୁ ଗତ ବର୍ଷ ୩ ଜଣ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର ମିଳିଥିଲା।  

Nobel Prize In Literature Abdulrazak Gurnah
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ