Advertisment

ଭବିଷ୍ୟବାଣୀ : ପଦଚ୍ୟୁତ ହେବେ କିଙ୍ଗ ଚାର୍ଲସ, ଆଉ ଜଣେ ହେବେ ରାଜା !

ବ୍ରିଟେନ୍ ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ପରଲୋକ ପରେ ତାଙ୍କ ମୃତ୍ୟୁ ତାରିଖକୁ ନେଇ ନିକଟରେ ଚର୍ଚ୍ଚା ହୋଇଥିଲା। ସେ ସେପ୍ଟେମ୍ବର ୮ ତାରିଖରେ ଶେଷ ନିଃଶ୍ୱାସ ତ୍ୟାଗ କରିବେ ବୋଲି ପୂର୍ବାନୁମାନ କରିଥିଲେ ଜଣେ ଆତ୍ମଘୋଷିତ ବାବା ଓରୁନମିଲା । ଯଦିଓ ଏଥିରେ ମସିହା ଉଲ୍ଲେଖ କରାଯାଇ ନ ଥିଲା ତଥାପି ରାଣୀଙ୍କ ମୃତ୍ୟୁ ପରେ ଏମିତି ପୂର୍ବାନୁମାନକୁ ନେଇ ବେଶ ଚର୍ଚ୍ଚା ଲାଗି ରହିଥିଲା । ଏହି ଆଲୋଚନା ଥମି ନ ଥିବାବେଳେ ଏବେ ବିଶିଷ୍ଟ ଜ୍ୟୋତିଷ ନୋଷ୍ଟ୍ରାଡମସ୍‌ଙ୍କ ଭବିଷ୍ୟବାଣୀକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି।

ଅଦ୍ୟତନ ହୋଇଛି
King Charles Will Abdicate-prediction

King Charles Will Abdicate-prediction

Advertisment

ବ୍ରିଟେନ୍ ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ପରଲୋକ ପରେ ତାଙ୍କ ମୃତ୍ୟୁ ତାରିଖକୁ ନେଇ ନିକଟରେ ଚର୍ଚ୍ଚା ହୋଇଥିଲା। ସେ ସେପ୍ଟେମ୍ବର ୮ ତାରିଖରେ ଶେଷ ନିଃଶ୍ୱାସ ତ୍ୟାଗ କରିବେ ବୋଲି ପୂର୍ବାନୁମାନ କରିଥିଲେ ଜଣେ ଆତ୍ମଘୋଷିତ ବାବା ଓରୁନମିଲା । ଯଦିଓ ଏଥିରେ ମସିହା ଉଲ୍ଲେଖ କରାଯାଇ ନ ଥିଲା ତଥାପି ରାଣୀଙ୍କ ମୃତ୍ୟୁ ପରେ ଏମିତି ପୂର୍ବାନୁମାନକୁ ନେଇ ବେଶ ଚର୍ଚ୍ଚା ଲାଗି ରହିଥିଲା । ଏହି ଆଲୋଚନା ଥମି ନ ଥିବାବେଳେ ଏବେ ବିଶିଷ୍ଟ ଜ୍ୟୋତିଷ ନୋଷ୍ଟ୍ରାଡମସ୍‌ଙ୍କ ଭବିଷ୍ୟବାଣୀକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। ନୋଷ୍ଟ୍ରାଡମସ୍‌ ପୂର୍ବନୁମାନ କରିଛନ୍ତି, ବର୍ତ୍ତମାନର ରାଜା କିଙ୍ଗ ଚାର୍ଲସଙ୍କ ଶାସନକାଳ ଖୁବ ସଂକ୍ଷିପ୍ତ ହେବ ଏବଂ ମଧୁର ମଧ୍ୟ ରହିବ। ହେଲେ ତାଙ୍କୁ କ୍ଷମତାଚ୍ୟୁତ କରାଯିବ । ଆଶା କରାଯାଉ ନ ଥିବା ଜଣେ ବ୍ୟକ୍ତି କ୍ଷମତାକୁ ଆସିବେ।

Advertisment

ନୋଷ୍ଟ୍ରାଡମସ ଏହା ପୂର୍ବରୁ ରାଣୀ ଏଲିଜାବେଥଙ୍କ ମୃତ୍ୟୁ କେଉଁ ମସିହାରେ ହେବ ତାହା ସ୍ପଷ୍ଟ କରିଯାଇଥିଲେ। ୧୫୫୫ରେ ତାଙ୍କ ଲିଖିତ ଏକ କବିତାରେ ସେ ରାଣୀଙ୍କ ମୃତ୍ୟୁ ବିଷୟରେ ଉଲ୍ଲେଖ କରିଥିଲେ। ନୋଷ୍ଟ୍ରାଡମସଙ୍କ ଲେଖା ଉପରେ ଅଧ୍ୟୟନ କରୁଥିବା ମାରିଓ ରିଡିଂ ତାଙ୍କ ତଥ୍ୟକୁ ନେଇ କହିଛନ୍ତି, ରାଣୀ ଏଲିଜାବେଥ ଦ୍ୱିତୀୟ ଙ୍କ ମୃତ୍ୟୁ ୨୦୨୨ ମସିହାରେ ହେବ ଏବଂ ସେ ପାଖାପାଖି ୯୬ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିବେ । ନୋଷ୍ଟ୍ରାଡମସ୍‌ଙ୍କ ଏକ କବିତାରେ କିଙ୍ଗ ଅଫ ଦ ଆଇଲାଣ୍ଡ ଶବ୍ଦ ବ୍ୟବହାର କରି କହିଥିଲେ ଯେ, କିଙ୍ଗ ଚାର୍ଲସ ତୃତୀୟଙ୍କ ପରେ ଦେଶରେ ଅରାଜକତା ଦେଖାଦେବ।

ସେ ଆହୁରି କହିଥିଲେ, ପ୍ରିନ୍ସ ଚାର୍ଲସ ୨୦୨୨ରେ କ୍ଷମତାକୁ ଆସିବାବେଳକୁ ତାଙ୍କର ବୟସ ୭୪ ବର୍ଷ ହୋଇଥିବ। କିନ୍ତୁ ଜନସମର୍ଥନ ତାଙ୍କ ବିରୋଧରେ ରହିବ। ରିଡିଂଙ୍କ କହିବା ଅନୁଯାୟୀ ବୟସ ପାଇଁ ଚାର୍ଲସଙ୍କୁ କ୍ଷମତାଚ୍ୟୂତ କରାଯିବ। ତା ପରେ ଏମିତି ଜଣେ ବ୍ୟକ୍ତି ବ୍ରିଟେନ ରାଜ ସିଂହାସନରେ ବସିବେ ଯାହାକୁ ରାଜା ଭାବେ ଦେଖିବେ ବୋଲି କେହି କେବେ ଭାବି ନ ଥିବେ। ଏଥିରୁ ଏହା ସ୍ପଷ୍ଟ ହେଉଛି ଯେ, ସେହି ବ୍ୟକ୍ତି ଜଣକ କିଙ୍ଗ ଚାର୍ଲସଙ୍କ ବଡ ପୁଅ ପ୍ରିନ୍ସ ୱିଲିୟମ ନୁହଁନ୍ତି। କାରଣ ବାପାଙ୍କ ଉତ୍ତରାଧିକାରୀ ଭାବେ ପ୍ରିନ୍ସ ୱିଲିୟମ କ୍ଷମତାକୁ ଆସିବା କଥା। କିନ୍ତୁ ସେ ନ ଆସି ସାନ ପୁଅ ହ୍ୟାରି କ୍ଷମତାକୁ ଆସିବେ। ରିଡିଂଙ୍କ କହିବା ଅନୁଯାୟୀ, ମାତ୍ର ୩୮ ବର୍ଷ ବୟସରେ ହ୍ୟାରି ନବମ ରାଜା ଭାବେ କ୍ଷମତାକୁ ଆସିବେ ବୋଲି ନୋଷ୍ଟ୍ରାଡମସ ପୂର୍ବାନୁମାନ କରିଛନ୍ତି।

Advertisment

ନୋଷ୍ଟ୍ରାଡମସ ପୂର୍ବରୁ କରିଥିବା ପୂର୍ବାନୁମାନ ମଧ୍ୟରୁ ଅନେକ ସତ ପ୍ରମାଣିତ ହୋଇଛି। ଆଡଲଫ ହିଟ୍‌ଲର, ଗ୍ରେଟ ଫାୟାର ଅଫ ଲଣ୍ଡନ, ଆମେରିକା ରାଷ୍ଟ୍ରପତି ଜନ ଏଫ କେନେଡିଙ୍କ ହତ୍ୟା ଏବଂ ୯/୧୧ ଆତଙ୍କୀ ଅକ୍ରମଣକୁ ନେଇ ସେ ପୂର୍ବାନୁମାନ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ତାହା ସତ୍ୟ ପ୍ରମାଣିତ ହୋଇଛି।

Queen Elizabeth II King Charles III Astrologer Nostradamus
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ