Advertisment

କୋରିଆ ଯବାନଙ୍କ ଶକ୍ତି ପ୍ରଦର୍ଶନ, କିମ୍ ଜୋନ୍‌ ବି ଦେଖି ଛାନିଆ

ଯେତିକି କଠୋର, ସେତିକି କଷ୍ଟସାଧ୍ୟ । ଯନ୍ତ୍ରଣାକୁ ଲୁଚାଇ ସାହସିକତା ପ୍ରଦର୍ଶନ ଲାଗି ଦୁର୍ବାର ପ୍ରୟାସ କରିଥାନ୍ତି ଯବାନ ମାନେ । ସାମରିକ  ଅଭ୍ୟାସ ବେଳେ ଗୋଟିକ ପରେ ଗୋଟିଏ ଦୁଃସାହସିକ ସାମରିକ କଳା ପ୍ରଦର୍ଶନ କରୁଥାନ୍ତି ଉତ୍ତରକୋରିଆର ଯବାନ ।

ଅଦ୍ୟତନ ହୋଇଛି
Kim Jong-un

Kim Jong-un

Advertisment

ଯେତିକି କଠୋର, ସେତିକି କଷ୍ଟସାଧ୍ୟ । ଯନ୍ତ୍ରଣାକୁ ଲୁଚାଇ ସାହସିକତା ପ୍ରଦର୍ଶନ ଲାଗି ଦୁର୍ବାର ପ୍ରୟାସ କରିଥାନ୍ତି ଯବାନ ମାନେ । ସାମରିକ  ଅଭ୍ୟାସ ବେଳେ ଗୋଟିକ ପରେ ଗୋଟିଏ ଦୁଃସାହସିକ ସାମରିକ କଳା ପ୍ରଦର୍ଶନ କରୁଥାନ୍ତି ଉତ୍ତରକୋରିଆର ଯବାନ । ଆଉ ସାମ୍ନାରେ ବସିଥାନ୍ତି ରାଷ୍ଟ୍ରପତି କିମ୍ ଜଙ୍ଗ ଉନ୍, ତାଙ୍କ ଭଉଣୀ ତଥା ପରାମର୍ଶଦାତ୍ତା କିମ୍ ୟୋ ଜଙ୍ଗ ଓ ଉଚ୍ଚ ପଦାଧିକାରୀ । ସୈନ୍ୟଙ୍କ ପରାକ୍ରମ ଦେଖି ଖୁସିିରେ ଗଦ୍‌ଗଦ୍‌ ହେବା ସହ ମଝିରେ ମଝିରେ ତାଳି ବଜାଇ ସେମାନଙ୍କ ଉତ୍ସାହ ବି ବଢାଇଥାନ୍ତି ।

Advertisment
Korea FightersKorea Fighters

ରାଜଧାନୀ ପୌଙ୍ଗୟଙ୍ଗରେ ପ୍ରତିରକ୍ଷା ପ୍ରଦର୍ଶନୀ ଅବସର ଉତ୍ତରକୋରିଆ ସେନା ପକ୍ଷରୁ ଏଭଳି ମାର୍ଶାଲ ଆର୍ଟ ପ୍ରଦର୍ଶନ କରାଯାଇଥିଲା । ଦେଶର ସୈନ୍ୟ କେତେ ସାହସୀ ଓ କଷ୍ଟ ସହିଷ୍ଣୁ । ରାଷ୍ଟ୍ରପତିଙ୍କ ଆଗରେ ତାର ନମୁନା ପ୍ରଦର୍ଶନ କରାଯାଇଥିଲା । ମୁଣ୍ଡରେ କଂକ୍ରିଟ୍ ସ୍ଲାବକୁ ଭାଙ୍ଗିବା, ବିଧା ମାରି ଇଟାକପ ଖଣ୍ଡ ଖଣ୍ଡ କରିବା, ଦୁଇ ହାତରେ ଲୁହା ରଡ୍‌କୁ ବଙ୍କା କରିବା, ଛାତି ଉପରେ ପଥର ରଖି ତାକୁ ମାର୍ତୁଲ ସହାୟତାରେ ପିଟି ଚୁନା କରିବା ଏବଂ ସୈନ୍ୟଙ୍କ ଶରୀରରେ ବାଡେଇ କାଠ ଦଣ୍ଡାକୁ ଭାଙ୍ଗିବା ଭଳି ଅତି କଠୋର କଳାକୌଶଳ ପ୍ରଦର୍ଶନ କରି ନିଜ ଯୁଦ୍ଧ ଲଢିବା ଦକ୍ଷତା ଦେଖାଇଥିଲେ ଉତ୍ତର କୋରିଆ ସୈନ୍ୟ ।

Advertisment

କୋରିଆ ଭୂଖଣ୍ଡ ଉପରେ ସର୍ବଭୌମତ୍ୱ ଜାହିର ଲାଗି ଗଲା ୮ ଦଶଦ୍ଧି ଧରି ଉତ୍ତର ଓ ଦକ୍ଷିଣ କୋରିଆ ମଧ୍ୟରେ ସଂଘର୍ଷ ଲାଗି ରହିଛି । ଋଷିଆ ଓ ଚୀନ୍ ଉତ୍ତର କୋରିଆକୁ ସମର୍ଥନ କରୁଥିବା ବେଳେ ଆମେରିକା ଓ ପଶ୍ଚିମ ଦେଶ ସମୂହ ଦକ୍ଷିଣକୋରିଆ ସହ ଠିଆ ହୋଇଛନ୍ତି । ତେବେ ଉତ୍ତର କୋରିଆ ଆମେରିକାର ଉପସ୍ଥିତିକୁ ଜୋରଦାର ବିରୋଧ କରିବା ସହ ନିଜର ପ୍ରତିରକ୍ଷା ବ୍ୟବସ୍ଥାକୁ ଦୃଢ଼ କରିବାରେ ଲାଗିଛି । ବିଭିନ୍ନ ରେଞ୍ଜର କ୍ଷେପଣାସ୍ତ୍ର ପରୀକ୍ଷଣ ସହ ପରମାଣୁ ଅସ୍ତ୍ର ହାତେଇବା ଲାଗି ଉଦ୍ୟମ କରୁଛି ।

ସେହିପରି ବାରମ୍ବାର ସାମରାଭ୍ୟାସ ସାଙ୍ଗକୁ ସାମରିକ କାର୍ଯ୍ୟକଳାପ ଜାରି ରଖିବା ଦ୍ୱାରା ଦକ୍ଷିଣ କୋରିଆ ନିଜକୁ ଅସୁରକ୍ଷିତ ମଣୁଛି । ଏହାକୁ ନେଇ ଉତ୍ତର କୋରିଆ ବିରୁଦ୍ଧରେ ଆମେରିକା ଓ ଏହାର ସହଯୋଗୀ ଅର୍ଥନୈତିକ ପ୍ରତିବନ୍ଧକ ଲଗାଇଛନ୍ତି । ଫଳରେ ଦେଶର ଅର୍ଥନୀତି ଉପରେ ଏହାର ଗଭୀର ପ୍ରଭାବ ପଡିଛି । ଦେଶରେ ଦାରିଦ୍ର୍ୟ ଉତ୍କଟ ସ୍ଥିତିରେ ଥିଲେ ମଧ୍ୟ ରାଷ୍ଟ୍ରପତି କିମ୍ ଜଙ୍ଗ ଉନ୍ ନିଜ ଜିଦ୍‌ରେ ଅଟଳ ରହିବା ସହ ଏକ ଅଭେଦ୍ୟ ପ୍ରତିରକ୍ଷା ବ୍ୟବସ୍ଥା ସୃଷ୍ଟି କରାଯିବ ବୋଲି କହିଛନ୍ତି ।

Advertisment
North KoreaNorth Korea

ତେବେ ଏହା କେବଳ ଉତ୍ତର କୋରିଆର ସୁରକ୍ଷା ପାଇଁ ବୋଲି ସେ ସ୍ପଷ୍ଟୀକରଣ ଦେଇଛନ୍ତି । ଅନ୍ୟପକ୍ଷରେ ଜଙ୍ଗଙ୍କ ରାଜନୈତିକ ପରାମର୍ଶଦାତା ତଥା ଭଉଣୀ ୟୋ ଜଙ୍ଗ୍ ଦକ୍ଷିଣ କୋରିଆ ସହ ଆଲୋଚନା ସମ୍ଭବ ବୋଲି କହିଛନ୍ତି । ତେବେ ଏଥିପାଇଁ ଆର୍ଥିକ କଟକଣାକୁ କୋହଳ କରାଯିବା ସହ ସମ୍ମାନର ସହ କଥାବାର୍ତ୍ତା ହେବା ଦରକାର ବୋଲି ସେ ଦାବି କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ