Advertisment

ଲେଦର ଜ୍ୟାକେଟ୍‌ ପିନ୍ଧି ପାରିବେନି ଉତ୍ତର କୋରିଆବାସୀ

ଏଣିକି ଲେଦର ଜ୍ୟାକେଟ୍ ପିନ୍ଧି ପାରିବେନି ଉତ୍ତର କୋରିଆବାସୀ। ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜଙ୍ଗ୍‌ ଉନ୍‌ ଏଭଳି ଅଜବ ନିୟମ ଆଣିଛନ୍ତି।

ଅଦ୍ୟତନ ହୋଇଛି
North Korea Bans Leather Coats

North Korea Bans Leather Coats

Advertisment

ପ୍ୟୋଙ୍ଗୟାଙ୍ଗ: ଏଣିକି ଲେଦର ଜ୍ୟାକେଟ୍ ପିନ୍ଧି ପାରିବେନି ଉତ୍ତର କୋରିଆବାସୀ। ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜଙ୍ଗ୍‌ ଉନ୍‌ ଏଭଳି ଅଜବ ନିୟମ ଆଣିଛନ୍ତି। ନିଜର ପ୍ରିୟ ଲେଦର ଜ୍ୟାକେଟର ନକଲ ହେବା ପରେ କିମ୍ ଜଙ୍ଗ୍‌ ଚିହିଁକି ଉଠିଛନ୍ତି । ଆଉ ଏବେ ଦେଶରେ ଲେଦର ଜ୍ୟାକେଟ୍ ବିକ୍ରି ଓ କିଣାକିଣି ଉପରେ ସେ କଟକଣା ଲଗାଇଛନ୍ତି।

Advertisment

ଉତ୍ତର କୋରିଆର ଏହି ନିୟମ ପରେ ବର୍ତ୍ତମାନ ଲେଦର ଜ୍ୟାକେଟ୍‌ ପିନ୍ଧି ପାରିବେନି ଉତ୍ତର କୋରିଆବାସୀ। ରାଷ୍ଟ୍ରପତି କିମ୍ ଜଙ୍ଗ୍‌ ଉନ୍‌ଙ୍କ ନକଲ କିଏ ନ କରୁ ସେଥିପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଏଥିଲାଗି ବିଭିନ୍ନ ସହରର ଗଳିକନ୍ଦିରେ ବୁଲୁଛନ୍ତି ପୋଲିସ ଅଫିସର। ରାଷ୍ଟ୍ରପତି କିମ୍ ଜଙ୍ଗ୍‌ ଉନ୍ ପରିଧାନ କରୁଥିବା ଫୋକ୍ସ ଲେଦର ଜ୍ୟାକେଟ୍‌ର ବିକ୍ରି ଉପରେ ମଧ୍ୟ ସରକାର ବ୍ୟାନ୍‌ ଲଗାଇଛନ୍ତି। କିମ୍ ଜଙ୍ଗ୍‌ ଉନ୍ ୨୦୧୯ ମସିହାରୁ ଏହି ସ୍ୱତନ୍ତ୍ର ଧରଣର ଜ୍ୟାକେଟ୍ ପିନ୍ଧି ଆସୁଛନ୍ତି। ଯାହା ପରବର୍ତ୍ତୀ ସମୟରେ ଦେଶରେ ବେଶ୍ ଲୋକପ୍ରିୟତା ହାସଲ କରିଥିଲା 

କିମ୍ ଜଙ୍ଗ୍‌ ଉନ୍‌ଙ୍କ ଭଳି ଦେଖିବା ପାଇଁ ସଂଭ୍ରାନ୍ତ ଶ୍ରେଣୀର ବ୍ୟକ୍ତି ଆଗ୍ରହ ପ୍ରକାଶ କଲେ। ଫଳରେ ବଜାରରେ ଏହି ଲେଦର ଜ୍ୟାକେଟ୍‌ର ଚାହିଦା ମଧ୍ୟ ବଢ଼ିବାକୁ ଲାଗିଲା। ଏହାପରେ ଉତ୍ତର କୋରିଆ ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଛି। କୌଣସି ବ୍ୟକ୍ତି ଯେପରି ରାଷ୍ଟ୍ରପତି କିମ୍ ଜଙ୍ଗ୍‌ ଉନ୍‌ଙ୍କ ଭଳି ପରିଧାନ ଓ ଆଚରଣ ନ କରନ୍ତି ସେଥିପ୍ରତି ଧ୍ୟାନ ଦିଆଯାଇଛି।

Advertisment

କେବଳ କିମ୍ ଜଙ୍ଗ୍‌ ଉନ୍‌ଙ୍କ ଭଳି ପୋଷାକ ନୁହେଁ, ତାଙ୍କ ଭଉଣୀ ୟୋ ଜଙ୍ଗ୍‌ଙ୍କ ବେଶ ପୋଷାକକୁ ମଧ୍ୟ ଉତ୍ତର କୋରିଆର ମହିଳାମାନେ ପସନ୍ଦ କରିବା ସହ ପିନ୍ଧିବା ଆରମ୍ଭ କରି ଦେଇଥିଲେ। ଏହା ଏକ ଟ୍ରେଣ୍ଡରେ ପରିଣତ ହୋଇଯାଇଥିବାରୁ ପ୍ରଶାସନ ପକ୍ଷରୁ ଏଭଳି ଅଜବ ନିଷ୍ପତ୍ତି ଲୋକଙ୍କ ଉପରେ ଲଦି ଦିଆଯାଇଛି।  କେବେ ନିଜ ହେୟାର ଷ୍ଟାଇଲ୍ ପାଇଁ ଚର୍ଚ୍ଚାରେ ତ ପୁଣି ଆଉ କେବେ ନିଜ ନିଆରା ବେଶପୋଷାକ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି କିମ୍ ଜଙ୍ଗ୍‌ ଉନ୍‌।

North Korea North Korea Bans Leather Coats
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ