Advertisment

Russia Proposal: ଭାରତକୁ ଋଷିଆ ଦେଲା ଅଫର୍, ତିଆରି ହେବ ପରବର୍ତ୍ତୀ ପିଢ଼ି ଟ୍ୟାଙ୍କ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଓ ଋଷିଆର ବନ୍ଧୁତ୍ୱକୁ ନେଇ ଉତ୍ତେଜିତ ହେଉଛନ୍ତି। ସେ ଭାରତକୁ ବାରମ୍ବାର ଧମକ ଦେଉଛନ୍ତି । କେବେ ଋଷିଆରୁ କଞ୍ଚାମାଲ ତେଲ କିଣିବା ନେଇ ତ କେବେ ଅସ୍ତ୍ରଶସ୍ତ୍ର କିଣିବା ନେଇ ଏଣୁତେଣୁ କହୁଛନ୍ତି । । କିନ୍ତୁ ଭାରତ ଓ ଋଷିଆର ପ୍ରତିରକ୍ଷା ଭାଗୀଦାରିତା ଆମେରିକା ରାଷ୍ଟ୍ରପତିଙ୍କ ରକ୍ତଚାପକୁ ଆହୁରି ବଢ଼ାଇ ଦେଇପାରେ।

Russia

Russia

Advertisment

ଋଷିଆ ଭାରତକୁ ପରବର୍ତ୍ତୀ ପିଢ଼ିର ଟ୍ୟାଙ୍କ ପାଇଁ T-14 ଆର୍ମାଟା ବିକ୍ରି କରିବାକୁ ପ୍ରସ୍ତାବ ଦେଇଛି । ଏହା ଦ୍ୱାରା ଭାରତ ନିଜର ପୁରୁଣା T-72 ଟ୍ୟାଙ୍କଗୁଡ଼ିକୁ ନୂଆ ଟ୍ୟାଙ୍କ ସହିତ ବଦଳାଇପାରିବ। ଋଷିଆର ଏହି ପ୍ରସ୍ତାବରେ ମେକ୍‌ ଇନ୍‌ ଇଣ୍ଡିଆ ଅଧୀନରେ ଭାରତରେ ଘରୋଇ ଉତ୍ପାଦନ ମଧ୍ୟ ଅନ୍ତର୍ଭୁକ୍ତ ରହିଛି । T-14 ଆର୍ମାଟା ଟ୍ୟାଙ୍କ ତିଆରି କରୁଥିବା ଋଷିଆର କମ୍ପାନୀ ୟୁରାଲଭାଗନଜାଭୋଡ୍‌ ଭାରତକୁ ଏହାର ସବୁଠାରୁ ଉନ୍ନତ T-14 ଆର୍ମାଟା ଟ୍ୟାଙ୍କ ବିକ୍ରି କରିବାକୁ ପ୍ରସ୍ତାବ ଦେଇଛି।

Advertisment

ଋଷିଆର ଏହି କମ୍ପାନୀ ଭାରତର ନେକ୍ସଟ ଜେନେରେସନ ମେନ ବ୍ୟାଟଲ ଟ୍ୟାଙ୍କ (NGMBT) ପ୍ରୋଗ୍ରାମ ପାଇଁ ଭାରତର ଆବଶ୍ୟକତା ଅନୁଯାୟୀ ଏହି ଟ୍ୟାଙ୍କର ଡିଜାଇନ ଓ ବିକାଶ କରିବାକୁ ପ୍ରସ୍ତାବ ଦେଇଛି। ଏଥିପାଇଁ ଋଷିଆର କମ୍ପାନୀ ଭାରତୀୟ ପ୍ରତିରକ୍ଷା କ୍ଷେତ୍ରର କମ୍ପାନୀମାନଙ୍କ ସହ ଭାଗୀଦାରୀ ହେବାକୁ ଆଗ୍ରହ ପ୍ରକାଶ କରିଛି।

ଏହି ପ୍ରସ୍ତାବରେ ଭାରତର ଯୁଦ୍ଧବାହନ ଗବେଷଣା ଓ ବିକାଶ ପ୍ରତିଷ୍ଠାନ (CVRDE) କିମ୍ବା ଅନ୍ୟାନ୍ୟ ସାର୍ବଜନୀନ କ୍ଷେତ୍ରର ପ୍ରତିରକ୍ଷା ୟୁନିଟଗୁଡ଼ିକ ସହିତ ସମ୍ଭାବ୍ୟ ସହଯୋଗ ମଧ୍ୟ ରହିଛି । ଏହାର ଲକ୍ଷ୍ୟ ଭାରତର ସ୍ୱଦେଶୀ ଉତ୍ପାଦନକୁ ବୃଦ୍ଧି କରିବା।

Advertisment

ଋଷିଆର ଏହି କମ୍ପାନୀ ପୂର୍ବରୁ ଭାରତ ସହିତ T-90S ଟ୍ୟାଙ୍କ ପାଇଁ ଟେକ୍ନୋଲୋଜି ହସ୍ତାନ୍ତର ଚୁକ୍ତି କରିଥିଲା । ଏହା ଏବେ ଭାରତରେ T-90 ଭୀଷ୍ମ ନାମରେ ଉତ୍ପାଦିତ ହେଉଛି। T-90S ଟ୍ୟାଙ୍କରେ ଭାରତ ପ୍ରାୟ ୮୩% ରୁ ଅଧିକ ଘରୋଇ ପ୍ରଯୁକ୍ତି ବ୍ୟବହାର କରୁଛି ।

କମ୍ପାନୀର ଅଧିକାରୀମାନେ ପରାମର୍ଶ ଦେଇଛନ୍ତି ଯେ T-14 ଆର୍ମାଟା ଭାରତୀୟ ସେନାର ବିଶାଳ କିନ୍ତୁ ପୁରୁଣା ହେଉଥିବା T-72 ଟ୍ୟାଙ୍କ ଫ୍ଲିଟ ବଦଳରେ ବ୍ୟବହାର ହୋଇପାରିବ ।

Advertisment

T-14 ଆର୍ମାଟାକୁ ବିଶ୍ୱର ସବୁଠାରୁ ଉନ୍ନତ ଟ୍ୟାଙ୍କ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ଏଥିରେ ରିମୋଟ୍‌ରୁ ପରିଚାଳିତ ହେଉଥିବା ଅନେକ ଫଙ୍କସନ, କ୍ରୁ ପାଇଁ ଆର୍ମର୍ଡ କ୍ୟାପସୁଲ, ଅତ୍ୟାଧୁନିକ ଡିଜିଟାଲ ନିୟନ୍ତ୍ରଣ ପ୍ରଣାଳୀ ଏବଂ 'ଆଫଗାନିଟ' ନାମକ ସକ୍ରିୟ ସୁରକ୍ଷା ପ୍ରଣାଳୀ (APS) ଅଛି। ଏହି ସିଷ୍ଟମ ଶତ୍ରୁର ଆଣ୍ଟି-ଟ୍ୟାଙ୍କ ମିସାଇଲଗୁଡ଼ିକୁ ବାଟରେ ହିଁ ନଷ୍ଟ କରିବାରେ ସକ୍ଷମ।

ଏହି ସମସ୍ତ ବିଶେଷତା ଯୋଗୁଁ T-14 ଭାରତ ପାଇଁ ଏକ ଉତ୍କୃଷ୍ଟ ବିକଳ୍ପ ହୋଇପାରେ । ବିଶେଷକରି T-72 ଫ୍ଲିଟ ଏବେ ପ୍ରଯୁକ୍ତିଗତ ଭାବେ ପଛରେ ପଡ଼ିଛି। ଏହି ଟ୍ୟାଙ୍କ ଭିତରେ ତିନିଜଣ ଅପରେଟର ବସିପାରନ୍ତି, ଯାହା ସେମାନଙ୍କ ସୁରକ୍ଷାକୁ ବହୁତ ବଢ଼ାଇଥାଏ। ଏଥିସହିତ ଏହି ଟ୍ୟାଙ୍କ ଶତ୍ରୁର ଆଣ୍ଟି-ଟ୍ୟାଙ୍କ ମିସାଇଲ ଓ RPGଗୁଡ଼ିକୁ ଆଗରୁ ହିଁ ଆକାଶରେ ନଷ୍ଟ କରିପାରେ। ଏଥିରେ ମିଲିମିଟର-ୱେଭ ରାଡାର ଲାଗିଛି । ଏହା ୩୬୦ ଡିଗ୍ରୀ ସୁରକ୍ଷା ଦେଇଥାଏ। ଏହି ଟ୍ୟାଙ୍କରୁ ଗାଇଡେଡ ମିସାଇଲ ମଧ୍ୟ ନିକ୍ଷେପ କରାଯାଇପାରିବ । ଏହାର ରେଞ୍ଜ ପ୍ରାୟ ୮-୧୦ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ। ଏହି ଟ୍ୟାଙ୍କର ସର୍ବାଧିକ ଗତି ୭୫ରୁ ୮୦ କିଲୋମିଟର ପ୍ରତି ଘଣ୍ଟା ଏବଂ ଏହାର ରେଞ୍ଜ ୫୦୦ କିଲୋମିଟର। ଏହି ଟ୍ୟାଙ୍କର ଓଜନ ୫୫ ଟନ ଏବଂ ଏହାର ମୂଲ୍ୟ ପ୍ରାୟ ୩୦ରୁ ୪୨ କୋଟି ଟଙ୍କା ମଧ୍ୟରେ। ଯଦି ଭାରତରେ ଉତ୍ପାଦନ ହୁଏ, ତେବେ ଏହାର ମୂଲ୍ୟ ଅତି କମରେ ୧୦ କୋଟି ଟଙ୍କା କମିଯାଇପାରେ ବୋଲି କୁହାଯାଇଛି । ଫ୍ରେଣ୍ଡସିପ ଡେ' ରେ ଏମିତି ଏକ ପ୍ରସ୍ତାବକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି । 

ଅଧିକ ପଢ଼ନ୍ତୁ: ଟ୍ରମ୍ପଙ୍କ ନିଦ ହଜେଇ ଦେଲାଣି ଭାରତ, ଏଇଥିପାଇଁ ଜଳୁଛନ୍ତି

India Russia Defence Procurement
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ