Advertisment

ମମତାକୁ ଧୋକା ଦେଲା ହସ୍ପିଟାଲ : ନବଜାତ ଶିଶୁ ବଦଳରେ ମା'କୁ ଧରାଇ ଦେଲେ ପ୍ଲାଷ୍ଟିକ୍‌ କଣ୍ଢେଇ..

ଇସଲାମାବାଦ୍: ହସ୍ପିଟାଲ୍‌ର କଳାକାରନାମା, ନବଜାତ ଶିଶୁ ବଦଳରେ ମା’କୁ ଦେଲେ ପ୍ଲାଷ୍ଟିକ୍ କଣ୍ଢେଇ। ପାକିସ୍ତାନର ଏକ ହସ୍ପିଟାଲରୁ ଏଭଳି ମାମଲା ସାମ୍ନାକୁ ଆସିଛି । ଘଟଣାରେ ଏକ ନବଜାତ ଶିଶୁକୁ ଅପହରଣ କରାଯାଇ ଶିଶୁ ବଦଳରେ ଏକ ପ୍ଲାଷ୍ଟିକ୍ କଣ୍ଢେଇକୁ ରଖିଦିଆଯାଇଛି ।

ଅଦ୍ୟତନ ହୋଇଛି
Newborn replaced with plastic doll in Pakistani hospital by kidnapper sankri

Newborn replaced with plastic doll in Pakistani hospital by kidnapper sankri

Advertisment

ଇସଲାମାବାଦ୍: ହସ୍ପିଟାଲ୍‌ର କଳାକାରନାମା, ନବଜାତ ଶିଶୁ ବଦଳରେ ମା’କୁ ଦେଲେ ପ୍ଲାଷ୍ଟିକ୍ କଣ୍ଢେଇ। ପାକିସ୍ତାନର ଏକ ହସ୍ପିଟାଲରୁ ଏଭଳି ମାମଲା ସାମ୍ନାକୁ ଆସିଛି  । ଘଟଣାରେ ଏକ ନବଜାତ ଶିଶୁକୁ ଅପହରଣ କରାଯାଇ ଶିଶୁ ବଦଳରେ ଏକ ପ୍ଲାଷ୍ଟିକ୍ କଣ୍ଢେଇକୁ ରଖିଦିଆଯାଇଛି ।

Advertisment

ପାକିସ୍ତାନର ରାୱଲପିଣ୍ଡି ସ୍ଥିତ ହୋଲି ଫ୍ୟାମିଲି ହସ୍ପିଟାଲରେ ଏହି ଘଟଣା ଦେଖିବାକୁ ମିଳିଛି । ଗତ ନଭେମ୍ୱର ମାସ ୧ ତାରିଖରେ ଡାକ୍ତରଖାନାରୁ ଜଣେ ନବଜାତ ଶିଶୁ ଜନ୍ମ ହୋଇଥିଲା । ଜନ୍ମର କିଛି କ୍ଷଣ ମଧ୍ୟରେ ହିଁ ଶିଶୁଟିକୁ ଅପହରଣ କରାଯାଇଥିଲା । ଅପହରଣକାରୀ ପିଲା ବଦଳରେ ଅବିକଳ ଶିଶୁ ଭଳି ଦେଖିବାକୁ ଏକ ପ୍ଲାଷ୍ଟିକ୍‌ କଣ୍ଢେଇକୁ ରଖିଦେଇଥିଲା । ଯେତେବେଳେ ନବଜାତ ଶିଶୁର ମାଆଙ୍କ ଚେତା ଫେରିଥିଲା ସେତେବେଳେ ସେ ତାଙ୍କ ଛୁଆକୁ ଦେଖିବାକୁ ଇଚ୍ଛା ପ୍ରକାଶ କଲେ । ସେହି ସମୟରେ ହସ୍ପିଟାଲ୍‌ କର୍ମଚାରୀମାନେ ଶିଶୁ ବଦଳରେ ଏକ ପ୍ଲାଷ୍ଟିକ୍‌ କଣ୍ଢେଇକୁ ତାଙ୍କ କୋଳକୁ ଦେଇଥିଲେ ।

Advertisment

Also Read

ନ୍ୟୁଜ୍‌ ଏଜେନ୍ସି ଏ.ଆର୍‌.ୱାଇର ରିପୋର୍ଟ ଅନୁସାରେ, ଶିଶୁର ପରିବାର ଲୋକେ ଉକ୍ତ ଘଟଣାକୁ ନେଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁଯାୟୀ ପୋଲିସ ଘଟଣାଟିର ତଦନ୍ତ ମଧ୍ୟ ଆରମ୍ଭ କରିଥିଲା । ଯାହା ପରେ ହସ୍ପିଟାଲ୍‌ କର୍ତ୍ତୁପକ୍ଷ ଶିଶୁଟିର ଅପହରଣ କରିଥିବାରୁ ନିଜ ଭୁଲ୍କୁ ସ୍ୱୀକାର କରିଥିଲେ । ଏହାସହ ମାମଲାରେ ପୋଲିସକୁ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ହସ୍ପିଟାଲ୍ କର୍ତ୍ତୁପକ୍ଷ ପ୍ରିତିଶୃତି ଦେଇଛନ୍ତି ।

Advertisment
PLASTIC DOLL(ନବଜାତ ବଦଳରେ ରଖାଯାଇଥିବା ପ୍ଲାଷ୍ଟିକ୍ କଣ୍ଢେଇର ଚିତ୍ର)

ସୂଚନା ଅନୁସାରେ,ଏହି ଘଟଣାର ଏକ ଭିଡିଓ ମଧ୍ୟ ସୋସିଆଲ୍‌ ମିଡିଆରେ ବେଶ୍ ଭାଇରାଲ୍‌ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, ଘଟଣାକୁ ନେଇ ହସ୍ପିଟାଲ୍‌ରେ ତୀବ୍ର ଉତ୍ତେଜନା ଦେଖାଯାଇଛି । ନଭେମ୍ବର ମାସ ୧ ତାରିଖରେ ଏହି ଘଟଣାଟି ହୋଇଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଘଟଣାଟିର ତଦନ୍ତ କରାଯାଉଛି । ପୋଲିସ୍ ହସ୍ପିଟାଲ୍‌ର ସିସିଟିଭି ଯାଂଚ କରିବା ସହ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଜାରି ରଖିଥିବାର ସୂଚନା ମିଳିଛି । ତେବେ କେମିତି ଖୁବ୍‌ ଶୀଘ୍ର ଶିଶୁକୁ ଚିହ୍ନଟ କରାଯିବ ସେନେଇ ତଦନ୍ତ ପ୍ରକ୍ରିୟା ଜାରି ରଖାଯାଇଛି । ଏଭଳି ଅପ୍ରୀତିକର ପରିସ୍ଥିତିକୁ ଧୌର୍ଯ୍ୟର ସହ ସାମ୍ନା କରିବା ପାଇଁ ନବଜାତ ଶିଶୁର ମା’ କୁ ଲୋକମାନେ ପରାମର୍ଶ ଦେଇଛନ୍ତି ।

Pakistan Rawalpindi Newborn Baby Replace
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ