Know Which Country Will Celebrate New Year 2023 First
ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। ଏହାପରେ ବିଦାୟ ନେବ ବର୍ଷ-୨୦୨୨। ଏହି ବର୍ଷରେ ଏମିତି ଅନେକ ଘଟଣା ଘଟିଛି, ଯାହାର ପ୍ରଭାବ ଲୋକଙ୍କ ଉପରେ ପଡ଼ିଛି। ମହାମାରୀ କରୋନାଠୁ ଆରମ୍ଭ କରି ଋଷିଆ-ୟୁକ୍ରେନ ଯୁଦ୍ଧ ଓ ଅନ୍ୟାନ୍ୟ ବିବାଦ ଭଳି ଅନେକ ଘଟଣା ୨୦୨୨ରେ ଘଟିଛି। ତେବେ ଏସବୁକୁ ଭୁଲି ଲୋକମାନେ ପରସ୍ପରକୁ ଅଭିନନ୍ଦନ ଜଣାଇ, ଡ୍ୟାନ୍ସ, ମଉଜ ମସ୍ତି କରି ନୂଆବର୍ଷ ୨୦୨୩କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ହୋଇଛନ୍ତି। ହେଲେ ବିଶ୍ୱର ସବୁ ସ୍ଥାନରେ ଏକା ସମୟରେ ନୂଆବର୍ଷ ପାଳନ ହୋଇନଥାଏ।
ଯଦିଓ ନୂଆବର୍ଷ- ୨୦୨୩ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି ହେଲେ କିଛି ସ୍ଥାନରେ ନୂଆବର୍ଷ ଆଗୁଆ ପାଳନ ହେବାକୁ ଥିବାବେଳେ ଆଉ କିଛି ସ୍ଥାନରେ ବିଳମ୍ବରେ ପାଳନ ହେବ। ତେବେ ଏହା ସମୟ ଉପରେ ନିର୍ଭର କରିଥାଏ। ଅର୍ଥାତ୍ ସେହି ସ୍ଥାନରେ ନୂଆବର୍ଷ ପାଳନ ଯେଉଁ ସମୟରେ ହୋଇଥାଏ, ଲୋକମାନେ ସେହି ଅନୁସାରେ ସେଲିବ୍ରେସନ୍ କରିଥାନ୍ତି। ଜାଣନ୍ତୁ, କେଉଁଠି ଲୋକମାନେ ପ୍ରଥମେ ନୂଆବର୍ଷ ପାଳନ କରିବାକୁ ଥିବାବେଳେ କେଉଁଠି ଶେଷରେ ନୂଆବର୍ଷ ପାଳନ କରିବେ।
ଏହି ସ୍ଥାନରେ ପ୍ରଥମେ ନୂଆବର୍ଷ ପାଳନ ହୋଇଥାଏ...
Oceaniaରେ ପ୍ରଥମେ ନୂଆବର୍ଷ ପାଳନ ହୋଇଥାଏ। ଟୋଙ୍ଗା, କିରିବାଟି ଏବଂ ସାମୋଆ- ଛୋଟ ଦ୍ୱୀପପୁଞ୍ଜ ଦେଶ ଗୁଡ଼ିକରେ ପ୍ରଥମେ ନୂଆବର୍ଷ ପାଳନ ହୋଇଥାଏ। କାରଣ ଏଠାରେ ସକାଳ ୧୦ଟା GMTରେ ଜାନୁଆରୀ ୧ ଆରମ୍ଭ ହୋଇଥାଏ। ଭାରତୀୟ ସମୟ ଅନୁସାରେ, ସେତେବେଳେ ଭାରତରେ ଡିସେମ୍ବର ୩୧, ଅପରାହ୍ଣ ୩ଟା ୩୦ ହୋଇଥିବ।
ଏହି ସ୍ଥାନରେ ଶେଷରେ ନୂଆବର୍ଷ ପାଳନ ହୋଇଥାଏ...
ଆମେରିକା, ବେକର୍ ଦ୍ୱୀପ ଓ Howlandରେ ଥିବା ଲୋକେ ଶେଷରେ ନୂଆବର୍ଷ ପାଳନ କରିଥାନ୍ତି। ଏଠାରେ 12 pm GMT ସମୟରେ ସେଲିବ୍ରେସନ୍ ହୋଇଥାଏ। ଭାରତୀୟ ସମୟ ଅନୁସାରେ, ସେତେବେଳେ ଭାରତରେ ଜାନୁଆରୀ ୧, ମଧ୍ୟାହ୍ନ ୧୨ଟା ହୋଇଥିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1672476025.jpg)