Advertisment

ବିମାନ ଦୁର୍ଘଟଣା ପୂର୍ବରୁ ପାଇଲଟ୍‌ଙ୍କ ଶେଷ କଥା, ତା’ପରେ ଅଚାନକ୍‌...

ଗତକାଲି ଦୁର୍ଘଟଣାଗ୍ରସ୍ତ ହୋଇଥିବା ତାରା ଏୟାରର 9N-AET ବିମାନର ପାଇଲଟ୍‌ ନେପାଳର ଜୋମ୍‌ସୋମ୍‌ ଏୟାର ଟ୍ରାଫିକ କଣ୍ଟ୍ରୋଲ (Air traffic control) ସହ କଥା ହୋଇଥିଲେ। ଏହି ସମୟରେ ପାଣିପାଗ ସମ୍ପର୍କରେ ସେ ପଚାରି ବୁଝିଥିଲେ।

ଅଦ୍ୟତନ ହୋଇଛି
Nepal Plane Crash Last Time Pilot Contact With Jomsom ATC

Nepal Plane Crash Last Time Pilot Contact With Jomsom ATC

Advertisment

ନେପାଳ ସେନା ବିମାନର ଦୁର୍ଘଟଣାସ୍ଥଳରୁ ୧୪ ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ମୃତଦେହ ଗୁଡ଼ିକ ସମ୍ପୂର୍ଣ୍ଣ ଜଳି ଯାଇଥିବାରୁ, କାହାକୁ ଚିହ୍ନି ହେଉନଥିବା ନେପାଳ ପୋଲିସ ସୂଚନା ଦେଇଛି। ତେବେ ପ୍ରତିକୂଳ ପାଗ ସତ୍ତ୍ୱେ ଅନ୍ୟମାନଙ୍କୁ ଠାବ କରିବା ଲାଗି ସର୍ଚ୍ଚ ଅପରେସନ ଜାରି ରହିଛି।

Advertisment

ଗତକାଲି ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନକୁ ପାଇଲଟ୍‌ ପ୍ରଭାକର ଘିମିରେ ଉଡ଼ାଉ ଥିଲେ। ଅଘଟଣ ପୂର୍ବରୁ ସେ ନେପାଳର ଜୋମ୍‌ସୋମ୍‌ ଏୟାର ଟ୍ରାଫିକ କଣ୍ଟ୍ରୋଲ (Air traffic control) ସହ କଥା ହୋଇଥିଲେ। ଏହି ସମୟରେ ପାଣିପାଗ ସମ୍ପର୍କରେ ସେ ପଚାରି ବୁଝିଥିଲେ। ପୋଖରା ଏୟାରପୋର୍ଟର ATC ସହ ଯୋଗାଯୋଗ ନହେବାରୁ ପ୍ରଭାକର ଜୋମ୍‌ସୋମ୍‌ ATC ସହ ଯୋଗାଯୋଗ କରିଥିଲେ ଓ ପାଣିପାଗ ସମ୍ପର୍କରେ ପଚାରି ବୁଝିଥିଲେ। ତେବେ ପାଣିପାଗ ଠିକ୍‌ଠାକ୍‌ ଥିବା ନେଇ ଜୋମ୍‌ସୋମ୍‌ ATC ସୂଚନା ଦେଇଥିଲା।

ତାରା ଏୟାରର 9N-AET ବିମାନ ଦୁର୍ଘଟଣାଗ୍ରସ୍ତ ପୂର୍ବରୁ ସମିଟ ଏୟାରର ବିମାନ ଜୋମ୍‌ସୋମ୍‌ ଏୟାରପୋର୍ଟରେ ଲ୍ୟାଣ୍ଡିଂ କରିଥିଲା। ତେଣୁ ATC ତାରା ଏୟାରର ବିମାନକୁ ଲ୍ୟାଣ୍ଡିଂ ପାଇଁ ଅନୁମତି ଦେଇଥିଲା। କିଛି ସମୟ ମଧ୍ୟରେ ପାଇଲଟ୍‌ ପ୍ରଭାକର ଜୋମ୍‌ସୋମ୍‌ ଏୟାରପୋର୍ଟରେ ଫ୍ଲାଇଟ୍‌କୁ ଲ୍ୟାଣ୍ଡିଂ କରିଥାନ୍ତେ, ହେଲେ ଅଚାନକ ରାଡାରରୁ ବିମାନ ଗାଏବ ହୋଇଯାଇଥିଲା। ପ୍ରଥମେ ସକାଳ ୧୦ଟା ୦୭ ମିନିଟ୍‌ରେ ପୋଖରା ATC ଓ ପରେ ୧୦ଟା ୧୧ ମିନିଟ୍‌ରେ ଜୋମ୍‌ସୋମ୍‌ ATC ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। 

Advertisment

ତାରା ଏୟାରର 9N-AET ବିମାନ ଜୋମ୍‌ସୋମ୍‌ରେ ପହଞ୍ଚିବା ପୂର୍ବରୁ ସମିଟ ଏୟାରର ବିମାନ ଲ୍ୟାଣ୍ଡିଂ କରିଥିଲା। । ଦୁର୍ଘଟଣାଗ୍ରସ୍ତ ବିମାନର ପାଇଲଟ୍‌ କ୍ୟାପ୍‌ଟେନ୍‌ ପ୍ରଭାକର ଓ ସମିଟ ଏୟାର ବିମାନର କ୍ୟାପ୍ଟେନ ଅଭିନନ୍ଦନ ଉଭୟ ବହୁତ ଭଲ ବନ୍ଧୁ। ପୋଖରା ଏୟାରପୋର୍ଟରୁ ଉଡ଼ାଣ ପୂର୍ବରୁ ଉଭୟ କଥା ହୋଇଥିଲେ। ଏହି ସମୟରେ ପାଇଲଟ୍‌ ପ୍ରଭାକରଙ୍କୁ ପାଇଲଟ୍‌ ଅଭିନନ୍ଦନ କହିଥିଲେ ଯେ, ଜୋମ୍‌ସୋମ୍‌ ଏୟାରପୋର୍ଟର ପାଣିପାଗ ପୁରାପୂରି ଠିକ୍‌ଠାକ୍‌ ଅଛି। ତେଣୁ ବିନା କୌଣସି ଅସୁବିଧାରେ ବିମାନ ଲ୍ୟାଣ୍ଡିଂ ହୋଇଛି। 

ଗତକାଲି ସକାଳ ୬ଟାରେ ପୋଖରାରୁ ତାରା ଏୟାର ବିମାନ ଉଡ଼ାଣ ଭରିବାର ଥିଲା। ହେଲେ କମ୍‌ ଦୃଶ୍ୟମାନ ଓ ପାଣିପାଗ ଖରାପ ଯୋଗୁ ଉଡ଼ାଣରେ ୪ ଘଣ୍ଟା ବିଳମ୍ବ ହୋଇଥିଲା। ତାରା ଏୟାରର ବିମାନ ପୂର୍ବରୁ ସମିଟ ଏୟାରର ୨ଟି ବିମାନ ଜୋମ୍‌ସୋମ୍‌ ଅଭିମୁଖେ ଯାତ୍ରା କରିଥିଲା। ତାରା ଏୟାରର 9N-AET ବିମାନଟି ଗତକାଲି ୨୨ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବାବେଳେ ନିଖୋଜ ହୋଇଥିଲା। ଏହା ପରେ ବିମାନଟି ମୁସ୍ତାଙ୍ଗ ଜିଲ୍ଲାର କୋଓ୍ୱାଙ୍ଗ ଗାଁ ପାଖରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବୋଲି ଜଣାପଡ଼ିଛି।

Advertisment
Nepal Plane Crash Tara Air Plane Crash
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ