Advertisment

ପାନେ ପାଇଲା ତାଲିବାନ୍‌

ପୂର୍ବତନ ଉପରାଷ୍ଟ୍ରପତି ଅମ୍ରୁଲା ସାଲ୍ହେ ନିଜେ ଟୁଇଟ୍ କରି ତାଲିବାନ ଉପରେ ହୋଇଥିବା ଆକ୍ରମଣ ବିଷୟରେ ସୂଚନା ଦେଇଛନ୍ତି। ସେପଟେ ସେ ଯୁଦ୍ଧ ଲାଗି ପ୍ରସ୍ତୁତ ଓ ତାଲିବାନ ଆକ୍ରମଣ କଲେ ଦୃଢ ଜବାବ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ନର୍ଦ୍ଦର୍ଣ୍ଣ ଆଲାଏନ୍ସ କମାଣ୍ଡର ଅହମ୍ମଦ ମସୁଦ। ତେବେ ଆଫଗାନିସ୍ତାନର ସବୁ ସଂପ୍ରଦାୟକୁ ନେଇ ତାଲିବାନ ସରକାର ଗଢିବାକୁ ପ୍ରୟାସ କଲେ ସେ ଆଲୋଚନା ଲାଗି ପ୍ରସ୍ତୁତ ବୋଲି ବିବିସିକୁ କହିଛନ୍ତି।

Nearly 300 Taliban killed

Nearly 300 Taliban killed

Advertisment

କାବୁଲ୍‌: ଆଫଗାନିସ୍ତାନର ପଞ୍ଜଶିର ପ୍ରଦେଶରେ ଘମାଘୋଟ ଲଢେଇ ଚାଲିଛି। ତାଲିବାନ ଲଢାକୁଙ୍କର ଜୋରଦାର ମୁକାବିଲା କରୁଛି ନର୍ଦ୍ଦର୍ଣ୍ଣ ଆଲାଏନ୍ସ। ନିଜର ଶେଷ ଶତ୍ରୁ ନର୍ଦ୍ଦର୍ଣ୍ଣ ଆଲାଏନ୍ସକୁ ଦମନ ଲାଗି କାବୁଲଠାରୁ ମାତ୍ର ଦେଢ ଶହ କିଲୋମିଟର ଦୂରରେ ଅବସ୍ଥିତ ପଞ୍ଜଶିର ପ୍ରଦେଶକୁ ଯାଇଛନ୍ତି ୩ ହଜାରରୁ ଅଧିକ ତାଲିବାନ ଆତଙ୍କୀ। ତେବେ ଦୁର୍ଗମ ପାହାଡ଼ ଓ ଅଗମ୍ୟ ଘାଟିରେ ଭରପୁର ପଞ୍ଜଶିରରେ ପ୍ରବେଶ କରିବା ସେମାନଙ୍କ ଲାଗି ସହଜ ହେବନି। ମିଳିଥିବା ସୂଚନା ଅନୁସାରେ ପଞ୍ଜଶିରର ପ୍ରବେଶ ପଥରେ ହିଁ ତାଲିବାନକୁ ପାନେ ଚଖାଇଛି ନର୍ଦ୍ଦର୍ଣ୍ଣ ଆଲାଏନ୍ସ। ସଂଗଠନ ତରଫରୁ ତାଲିବାନ ଉପରେ ଆମ୍ବୁସ ବା ଅତର୍କିତ ଆକ୍ରମଣ କରାଯାଇଛି। ଏଥିରେ ତାଲିବାନର ୩ ଶହରୁ ଅଧିକ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।

Advertisment

ପୂର୍ବତନ ଉପରାଷ୍ଟ୍ରପତି ଅମ୍ରୁଲା ସାଲ୍ହେ ନିଜେ ଟୁଇଟ୍ କରି ତାଲିବାନ ଉପରେ ହୋଇଥିବା ଆକ୍ରମଣ ବିଷୟରେ ସୂଚନା ଦେଇଛନ୍ତି। ସେପଟେ ସେ ଯୁଦ୍ଧ ଲାଗି ପ୍ରସ୍ତୁତ ଓ ତାଲିବାନ ଆକ୍ରମଣ କଲେ ଦୃଢ ଜବାବ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ନର୍ଦ୍ଦର୍ଣ୍ଣ ଆଲାଏନ୍ସ କମାଣ୍ଡର ଅହମ୍ମଦ ମସୁଦ। ତେବେ ଆଫଗାନିସ୍ତାନର ସବୁ ସଂପ୍ରଦାୟକୁ ନେଇ ତାଲିବାନ ସରକାର ଗଢିବାକୁ ପ୍ରୟାସ କଲେ ସେ ଆଲୋଚନା ଲାଗି ପ୍ରସ୍ତୁତ ବୋଲି ବିବିସିକୁ କହିଛନ୍ତି।

Advertisment

ଏପଟେ ତାଲିବାନୀ ବର୍ବରତାକୁ ଅଙ୍ଗେ ନିଭାଇଥିବା ଆଫଗାନିବାସୀ ସଂଗଠନକୁ ଭରସା କରିପାରୁନାହାନ୍ତି। ପୁଣି ଥରେ କ୍ରୁରତାର ଶିକାର ହେବା ଆଶଙ୍କା କରି ସେମାନେ କାବୁଲରୁ ପଳାୟନ ଉଦ୍ୟମ ଜାରି ରଖିଛନ୍ତି। ଖାସ୍ କରି ସବୁ ଆମେରିକୀୟ ସୈନ୍ୟ ଆସନ୍ତା ଅଗଷ୍ଟ ୩୧ ତାରିଖ ସୁଦ୍ଧା ଆଫଗାନିସ୍ତାନ ଛାଡି ଦେବେ ବୋଲି ରାଷ୍ଟ୍ରପତି ଜୋ ବାଇଡେନଙ୍କ ସୂଚନା ପରେ କାବୁଲ ବିମାନବନ୍ଦର ଚାରିପଟେ ବିଶୃଙ୍ଖଳା ଚରମସୀମାରେ ପହଞ୍ଚିଛି। ବିଦେଶୀ ସୈନ୍ୟଙ୍କ ସହାୟତାରେ ଦେଶ ଛାଡି ଚାଲିଯିବା ଲାଗି ଶହ ଶହ ଲୋକ କାବୁଲ ଏୟାରପୋର୍ଟରେ ପହଞ୍ଚୁଛନ୍ତି। ଏଣେ ବିମାନବନ୍ଦରକୁ ଜଗିଥିବା ଆଫଗାନିସ୍ତାନ ସୁରକ୍ଷାକର୍ମୀଙ୍କ ଉପରେ ଆଜି ଅଜଣା ବନ୍ଧୁକଧାରୀ ଗୁଳିମାଡ଼ କରିଛନ୍ତି। ଏଥିରେ ଜଣେ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ତେବେ ସ୍ଥିତି ନିୟନ୍ତ୍ରଣରେ ଥିବା ଏଠାରେ ମୁତୟନ ଜର୍ମାନୀ ଯବାନଙ୍କ ପକ୍ଷରୁ କୁହାଯାଇଛି।

ସେପଟେ କାବୁଲରୁ ଭାରତୀୟଙ୍କ ଉଦ୍ଧାର ପ୍ରକ୍ରିୟାକୁ ଦ୍ୱରାନ୍ୱିତ କରାଯାଉଛି। ନାଟୋ ସହାୟତାରେ ବିଭିନ୍ନ ବିଦେଶୀ କଂପାନୀରେ କାମ କରୁଥିବା ୧୪୬ ଜଣ ଭାରତୀୟଙ୍କୁ ୪ଟି ବିଭିନ୍ନ ଫ୍ଲାଇଟ ଯୋଗେ ଆଜି କାତାରର ଦୋହାରୁ ଦିଲ୍ଲୀ ଅଣାଯାଇଛି। ଗତକାଲି ୧୩୫ ଜଣ ଭାରତୀୟ ଦିଲ୍ଲୀ ପହଞ୍ଚିଥିଲେ। ଆଫଗାନିସ୍ତାନ ସ୍ଥିତି ଉପରେ ବିରୋଧୀ ଦଳଙ୍କୁ ଅବଗତ କରାଇବା ଲାଗି ପ୍ରଧାନମନ୍ତ୍ରୀ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଆପଗାନିସ୍ତାନ ସ୍ଥିତି ସଂପର୍କରେ ଆଲୋଚନା ଲାଗି କେନ୍ଦ୍ର ସରକାର ଆସନ୍ତା ଗୁରୁବାର ସର୍ବଦଳୀୟ ବୈଠକ ବି ଡାକିଛନ୍ତି।

Advertisment
Taliban Taliban Attack Afghanistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ