Advertisment

ନତାଶା ହେଲେ ବିଶ୍ୱର ଶ୍ରେଷ୍ଠ ମେଧାବୀ ଛାତ୍ରୀ

ବିଶ୍ୱର ସବୁଠାରୁ ବିଜ୍ଞ, ମେଧାବୀ ଛାତ୍ର କିଏ ଜାଣନ୍ତି ? ଜାଣିଲେ ଖୁସି ହେବେ, ସେ ହେଉଛନ୍ତି ଜଣେ ଭାରତୀୟ ମୂଳ ଛାତ୍ରୀ ।

ଅଦ୍ୟତନ ହୋଇଛି
ନତାଶା ହେଲେ ବିଶ୍ୱର ଶ୍ରେଷ୍ଠ ମେଧାବୀ  ଛାତ୍ରୀ

brightest students in world

Advertisment

ୱାଶିଂଟନ: ବିଶ୍ୱର ସବୁଠାରୁ ବିଜ୍ଞ, ମେଧାବୀ ଛାତ୍ର କିଏ ଜାଣନ୍ତି ? ଜାଣିଲେ ଖୁସି ହେବେ, ସେ ହେଉଛନ୍ତି ଜଣେ ଭାରତୀୟ ମୂଳ ଛାତ୍ରୀ । ତାଙ୍କ ନାଁ ନତାଶା ପେରୀ। ଆମେରିକାର ଗିଫ୍ଟେଡ୍‌ ଏଡୁକେଶନ ପ୍ରୋଗ୍ରାମ୍‌ ଏହି ୧୧ ବର୍ଷୀୟ ମୂଳ ଭାରତୀୟ ଛାତ୍ରୀଙ୍କୁ ସବୁଠାରୁ ମେଧାବୀ ଛାତ୍ରର ମାନ୍ୟତା ଦେଇଛି। ନ୍ୟୁଜର୍ସି ସ୍ଥିତ ଥେଲ୍‌ମା ଏଲ ସାଣ୍ଡମାଇର ସ୍କୁଲର ଛାତ୍ରୀ ନତାଶା SAT, ACT ଏବଂ ଅନ୍ୟ ପରୀକ୍ଷାରେ ବହୁତ ଭଲ ପ୍ରଦର୍ଶନ କରି ସମ୍ମାନିତ ହୋଇଥିଲେ।  ସବୁଠାରୁ ବିଜ୍ଞ ଛାତ୍ରଙ୍କୁ ଖୋଜି ବାହାର କରିବା ପାଇଁ ଜନ୍‌ ହାପକିନ୍ସ ସେଣ୍ଟର ଫଳ ଟାଲେଣ୍ଟେଡ ୟୁଥ୍‌ ପକ୍ଷରୁ  ଏହି ପରୀକ୍ଷାର ଆୟୋଜନ କରାଯାଇଥିଲା। 

Advertisment

ନତାଶା ଡୁଡ୍‌ଲିଂ ଏବଂ ଜେଆରଆର ଟାଲ୍‌କିନ ଉପନ୍ୟାସ ପଢିବା ପାଇଁ ପସନ୍ଦ କରନ୍ତି। ଜନ୍‌ ହାପକିନ୍ସ ପକ୍ଷରୁ ଆୟୋଜିତ ଏହି ସମ୍ମାନ ପାଇବା ପରେ ସେ ବିଶ୍ୱର ୨୦ ପ୍ରତିଶତ ମେଧାବୀ ଛାତ୍ରଙ୍କ ମଧ୍ୟରେ ନିଜର ନାଁକୁ ସାମିଲ କରାଇ ପାରିଛନ୍ତି। ଏହି ୨୦ ପ୍ରତିଶତ ଛାତ୍ର ଟାଲେଣ୍ଟ ସର୍ଚ୍ଚ ଅଭିଯାନରେ ସାମିଲ ହୋଇ ଯୋଗ୍ୟ ବିବେଚିତ ହୋଇଛନ୍ତି। ନିଜର ଏହି ସଫଳତାରେ ପ୍ରତିକ୍ରିୟା ପ୍ରକାଶ କରି ନତାଶା କହିଛନ୍ତି, ‘ ଏହା ଦ୍ୱାରା ମୋତେ ଅଧିକ କରିବା ପାଇଁ ପ୍ରେରଣା ମିଳିଛି।’ 

Advertisment

ନିଉଜ ଏଜେନ୍ସ ପିଟିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଟାଲେଣ୍ଟ ସର୍ଚ୍ଚ ପ୍ରତିଯୋଗିତାରେ  ବିଶ୍ୱର ୮୪ ଦେଶର ୧୯, ୦୦୦ ଛାତ୍ର ଅଂଶ ଗ୍ରହଣ କରିଥିଲେ। ନତାଶା ଯେତେବେଳେ ଗ୍ରେଡ ୫ରେ ପଢୁଥିଲେ ସେତେବେଳେ ସେ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ।୨୦୨୧ ଗ୍ରୀଷ୍ମ ସମୟରେ ଏହି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ରିପୋର୍ଟ ଅନୁସାରେ, ମୌଖିକ ଏବଂ କ୍ୱାଣ୍ଟିଟେଟିଭ ସେକ୍ସନ ପରୀକ୍ଷାରେ ନତାଶା ଆଡଭାନ୍ସ ଗ୍ରେଡ -୮ ପିଲାଙ୍କ ସହ ୯୦ ପ୍ରତିଶତ ସମାନ  ଥିଲେ।
ସୂଚନାଥାଉ କି, ବାଲ୍‌ଟିମୋର ସ୍ଥିତ ଜନ ହାପ୍‌କିନ୍ସ ସେଣ୍ଟର ଫର ଟାଲେଣ୍ଟେଡ୍ ୟୁଥ୍‌ ଗ୍ରେଡ୍‌ ଲେଭଲ୍‌ ପ୍ରକ୍ରିୟାରେ ଦୁନିଆର ସବୁଠାରୁ ପ୍ରତିଭାବାନ ଛାତ୍ରଙ୍କୁ ଚିହ୍ନଟ କରିଥାଏ। 

Brightest Students In World Ameria
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ