Advertisment

ଅନ୍ତରୀକ୍ଷରେ ସ୍ୱତନ୍ତ୍ର ମିଶନ ପାଇଁ ପୁରୋହିତମାନଙ୍କୁ ନିଯୁକ୍ତି ଦେଉଛି ନାସା

ପୃଥିବୀର ଲୋକେ ଏଲିଏନ୍ସ କିମ୍ୱା ଏଲିଏନ୍ସ ଜଡିତ ରହସ୍ୟ ବିଷୟରେ ଜାଣିବା ପାଇଁ ସର୍ବଦା ଆଗ୍ରହୀ ଥାନ୍ତି । ତେଣୁ ଏଲିଏନ୍ସ ରସ୍ୟର ବିଷୟରେ ସବିଶେଷ ତଥ୍ୟ ସଂଗ୍ରହ କରିବା ପାଇଁ ଆମେରିକାର ସ୍ପେସ୍‌ ଏଜେନ୍ସି ପୂଜାରୀମାନଙ୍କୁ ନିଯୁକ୍ତି ଦେଉଛି ।

ଅଦ୍ୟତନ ହୋଇଛି
nasa hiring priests to prepare humans for an alien discovery mission

nasa hiring priests to prepare humans for an alien discovery mission

Advertisment

ୱାଶିଂଟୋନ୍: ପୃଥିବୀର ଲୋକେ ଏଲିଏନ୍ସ କିମ୍ୱା ଏଲିଏନ୍ସ ଜଡିତ ରହସ୍ୟ ବିଷୟରେ ଜାଣିବା ପାଇଁ ସର୍ବଦା ଆଗ୍ରହୀ ଥାନ୍ତି । ତେଣୁ ଏଲିଏନ୍ସ ରସ୍ୟର ବିଷୟରେ ସବିଶେଷ ତଥ୍ୟ ସଂଗ୍ରହ କରିବା ପାଇଁ ଆମେରିକାର ସ୍ପେସ୍‌ ଏଜେନ୍ସି ନାସା ବର୍ତ୍ତମାନ ବୈଜ୍ଞାନିକଙ୍କ ସମେତ ପୂଜାରୀଙ୍କ ସାହାର୍ଯ୍ୟ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଲିଏନ୍ସଙ୍କ ବିଷୟରେ ଜାଣବା ପାଇଁ ନାସା ପୂଜାରୀମାନଙ୍କୁ ନିଜ ସ୍ପେସ୍‌ ଏଜେନ୍ସିରେ ନିଯୁକ୍ତି ଦେଉଛି ।

Advertisment

ଏଲିଏନ୍ସ ସହିତ ଯୋଗାଯୋଗ ପାଇଁ ନାସା କିଛି ବି କରିବାକୁ ପ୍ରସ୍ତୁତ ।ତେଣୁ ବୌଜ୍ଞାନିଙ୍କ ସହ ଧର୍ମଶାସ୍ତ୍ରୀଙ୍କ ସାହାଯ୍ୟ ନେବା ପାଇଁ ନାସା ପକ୍ଷରୁ ସ୍ଥିର କରାଯାଇଛି । ପୃଥିବୀର ବିଭିନ୍ନ ଧର୍ମର ଲୋକଙ୍କ ଚିନ୍ତାଧାରା ଏଲିଏନ୍ସକୁ ନେଇ କ’ଣ ରହିଛି ତାହା ଜାଣିବାକୁ ନାସା ପ୍ରୟାସ ଜାରି ରଖିଛି ।

 nasa hiring priests to prepare humans for an alien discovery mission

ସୂଚନା ଅନୁସାରେ, ଏହି ମିଶନ ପାଇଁ ୨୪ ଜଣ ପୂଜାରୀ ତଥା ଧର୍ମଶାସ୍ତ୍ରୀଙ୍କୁ ନେଇ ନାସା ଏକ ଟିମ୍‌ ଗଠନ କରିଛି । କଲିନ୍ସ ଡିକ୍ସନାରୀ ଅନୁଯାୟୀ, ଇଶ୍ୱର ଏବଂ ଧାର୍ମିକ ବିଶ୍ୱାସ ରଖୁଥିବା ଲୋକମାନଙ୍କୁ ହିଁ ଧର୍ମଶାସ୍ତ୍ରୀ କୁହାଯାଏ । ତେମୁ ଏହି ଟିମ୍ରେ କେବଳ ଧର୍ମର ପୂଜାରୀମାନଙ୍କ ନିୟୋଜିତ କରାଯାଇଛି । ଏହାସହ ଏହି ଟିମ୍‌ରେ ବ୍ରିଟେନ୍‌ର ସୁପରିଚିତ ଆଣ୍ଡ୍ରିୟୁ ଡେଭିସନଙ୍କୁ ମଧ୍ୟ ଏହି ଟିମ୍‌ରେ ନିୟୋଜିତ କରାଯାଇଛି ।

Advertisment

ଡେଲି ଷ୍ଟାରର ରିପୋର୍ଟ ଅନୁଯାୟୀ, ୟୁରୋପୀୟ ସ୍ପେସ୍ ଏଜେନ୍ସି ରୋଜିଲାଣ୍ଡ ଫ୍ରାଙ୍କଲିନ୍ ରୋଭର ଆସନ୍ତା ବର୍ଷ ଠାରୁ ମଙ୍ଗଳ ଗ୍ରହରେ ଜୀବାଶ୍ମର ଖୋଜ୍‌ରେ ଖନନ କାର୍ଯ୍ୟ ଆରମ୍ଭ କରିବ ।

NASA

ଅନେକ ରହସ୍ୟ ପ୍ରକାଶ ପାଇବ

ଡ଼ ଡେବିସନଙ୍କ ପ୍ରକାଶିତ ଏକ ବହିରେ ଉଲ୍ଲେଖ କରାଯାଇଛି ଯେ, ବ୍ରହ୍ମାଣ୍ଡରେ ଶହ ଶହ କୋଟି ଗାଲାକ୍ସି ଥାଇ ମଧ୍ୟ ଜୀବନ କେବଳ ପୃଥିବୀ ବ୍ୟତୀତ ଅନ୍ୟ କେଉଁଠାରେ ଜୀବନ ଅଛି କି ନାହିଁ ?ଏହା ସହ ସେଥିରେ ଏହା ମଧ୍ୟ ଉଲ୍ଲେଖ ହୋଇଥି ଯେ, ୧୦୦ ବିଲିୟନରୁ ଅଧିକ ତାରା ଏବଂ ବ୍ରହ୍ମାଣ୍ଡରେ ଶହ ଶହ କୋଟି ଗାଲାକ୍ସି ରହିଥାଇ ମଧ୍ୟ କେବଳ ପୃଥିବୀରେ ହିଁ ଜୀବନ କ’ଣ ପାଇଁ ରହିଛି ? ଏହି ଭଳି କିଛି ପ୍ରଶ୍ନର ଉତ୍ତର ପାଇବା ପାଇଁ ବର୍ତ୍ତମାନ ନାସା ଏଲିଏନ୍ସର ଖୋଜ୍‌ରେ ଲାଗିପଡିଛି । ତେଣୁ ନାସା ପକ୍ଷରୁ ଏହି ମିଶନରେ ନିୟୋଜିତ କରାଯାଇଛି ।

Advertisment
NASA NASA Hiring Priests
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ