/odishatv-khabar/media/post_attachments/uploadimage/library/16_9/16_9_0/IMAGE_1667034742.jpg)
Mystery Of Poveglia Island Worlds Most Haunted-Island
ଦୁନିଆରେ ଏମିତି ଅନେକ ସୁନ୍ଦର ଅଇଲ୍ୟାଣ୍ଡ୍ ଅର୍ଥାତ୍ ଦ୍ୱୀପ ଅଛି, ଯେଉଁଠି ବର୍ଷକ ୧୨ ମାସ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ। ଦୂରଦୂରାନ୍ତରୁ ପର୍ଯ୍ୟଟକମାନେ ଏହିସବୁ ଦ୍ୱୀପକୁ ବୁଲିବାକୁ ଆସିଥାନ୍ତି। ହେଲେ ପୃଥିବୀ ପୃଷ୍ଠରେ ଏମିତି ଏକ ଦ୍ୱୀପ ଅଛି, ଆପଣ ଚାହିଁଲେ ମଧ୍ୟ ଏହି ଦ୍ୱୀପକୁ ଯାଇପାରିବେ ନାହିଁ। କାରଣ ଏହି ଦ୍ୱୀପ ସବୁଠାରୁ ଭୟଙ୍କର ବୋଲି ଏହି ଦେଶର ସରକାର ନିଜେ କହିଛନ୍ତି। କାରଣ ଏଠାରେ ଅସାଧାରଣ କାର୍ଯ୍ୟକଳାପ ଅର୍ଥାତ୍ ଭୂତମାନଙ୍କର କାର୍ଯ୍ୟକଳାପ ଦେଖିବାକୁ ମିଳିଥାଏ ବୋଳି କୁହାଯାଉଛି। ଇଟାଲୀରେ ଥିବା ଏହି ଦ୍ୱୀପର ନାଁ ପୋଭେଗ୍ଲିଆ ଦ୍ୱୀପ(Poveglia Island)। ଏହି ଦ୍ୱୀପକୁ ପର୍ଯ୍ୟଟକଙ୍କ ଯା’ଆସ ଉପରେ ଇଟାଲୀ ସରକାର କଟକଣା ଲଗାଇଛନ୍ତି।
ଜାଣନ୍ତୁ, ଏମିତି କ’ଣ ଅଛି ଏହି ଦ୍ୱୀପରେ ଯେଉଁଥିପାଇଁ କଟକଣା ଲଗାଯାଇଛି...
ପୋଭେଗ୍ଲିଆ ଦ୍ୱୀପ ଆଇଳ୍ୟାଣ୍ଡ ଅଫ୍ ଡେଥ୍(Island Of Death) ନାଁରେ ପରିଚିତ। ଏହି ଦ୍ୱୀପ ଇଟାଲୀର ଭେନିସ୍ ଓ ଲିଡୋ ସହର ମଧ୍ୟରେ ଭେନେଟିଆନ୍ ଲାଗୁନ୍(Venetian Lagoon)ରେ ଅବସ୍ଥିତ। ଯାହାକି ଏକ ଛୋଟ କେନାଲ ଦ୍ୱାରା ଦୁଇ ଭାଗରେ ବିଭକ୍ତ ହୋଇଛି। ଦିନ ଥିଲା ଏହି ସୁନ୍ଦର ଦ୍ୱୀପକୁ ଲୋକମାନେ ବୁଲିବା ପାଇଁ ଆସୁଥିଲେ ଓ ଏହା ପର୍ଯ୍ୟଟକଙ୍କ ପ୍ରିୟ ପର୍ଯ୍ୟଟନ ସ୍ଥଳୀ ଭାବେ ବେଶ୍ ପ୍ରସିଦ୍ଧ ଥିଲା।
/odishatv-khabar/media/post_attachments/uploadimage/library/16_9/16_9_1/IMAGE_1667034891.jpg)
ଇଟାଲୀରେ ବ୍ୟାପି ଥିଲା ପ୍ଲେଗ୍ ରୋଗ...
ହେଲେ ସମୟକ୍ରମେ ଏମିତି କିଛି ଘଟଣା ଘଟିଲା, ଏବେ ଏହି ଦ୍ୱୀପକୁ ଯିବା ପାଇଁ କାହାକୁ ବି ଅନୁମତି ନାହିଁ। କୁହାଯାଏ ଯେ, ପୋଭେଗ୍ଲିଆ ଦ୍ୱୀପର ରହସ୍ୟ ଉପରୁ ପରଦା ହଟାଇବା ପାଇଁ ଯେଉଁମାନେ ଥରେ ସେଠାକୁ ଯାଇଛନ୍ତି, ସେମାନେ ସେଠାରୁ ଆଉ କେବେ ଫେରି ନାହାନ୍ତି। ସୂଚନାଥାଉ କି, ୧୬ ଶତାବ୍ଦୀରେ ଇଟାଲୀରେ ପ୍ଲେଗ୍(Plague) ନାମକ ଏକ ରୋଗର ସଂକ୍ରମଣ ଏତେ ଦ୍ରୁତ ଗତିରେ ବ୍ୟାପି ଥିଲା ଯେ ଏଥିଯୋଗୁ ଇଟାଲୀର ଅନେକ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ କିମ୍ବା ମୃତ୍ୟୁର ଦ୍ୱାର ନିକଟରେ ସେମାନେ ପହଞ୍ଚିଥିଲେ। ପୁରା ୟୁରୋପରେ ଏହି ରୋଗର ଅଧିକ ପ୍ରଭାବ ଇଟାଲୀ ସହରରେ ପଡ଼ିଥିଲା।
Poveglia Islandପୋଭେଗ୍ଲିଆ ଦ୍ୱୀପକୁ କ୍ୱାରେଣ୍ଟିନ୍ ସେଣ୍ଟର କରାଯାଇଥିଲା...
ଏହି ରୋଗର ସଂକ୍ରମଣ ଏତେ ଅଧିକ ଥିଲା ଯେ ଜଣଙ୍କ ଶରୀରରୁ ଅନ୍ୟ ଜଣଙ୍କ ଶରୀରକୁ ଏହା ଖୁବ୍ଶୀଘ୍ର ବ୍ୟାପୁଥିଲା। ଏଥିପାଇଁ ଇଟାଲୀ ସରକାର ପ୍ଲେଗ୍ରେ ଆକ୍ରାନ୍ତଙ୍କୁ ପୋଭେଗ୍ଲିଆ ଦ୍ୱୀପକୁ ଶିଫ୍ଟ କରିବାକୁ ନିଷ୍ପତ୍ତି ନେଇଥିଲେ। କାରଣ ଏହା ଆଇସୋଲେଟେଡ୍ ଦ୍ୱୀପ ଥିଲା। ଏଥିପାଇଁ ଏହି ସ୍ଥାନକୁ ପ୍ଲେଗ୍ କ୍ୱାରେଣ୍ଟିନ୍ ସେଣ୍ଟର ଭାବେ ବ୍ୟବହାର କରାଯାଉଥିଲା। କେବଳ ଏତିକି ନୁହେଁ ଏହି ରୋଗରେ ଯେଉଁମାନଙ୍କ ମୃତ୍ୟୁ ହୋଇଥିଲା, ସେମାନଙ୍କୁ ଏହି ଦ୍ୱୀପରେ କବର ଦିଆଯାଉଥିଲା।
ଧୀରେ ଧୀରେ ଏହି ଦ୍ୱୀପରେ ରୋଗାକ୍ରାନ୍ତଙ୍କ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିଲା। ଏମିତି ଦିନ ଆସିଲା, ଏହି ଦ୍ୱୀପରେ ଲକ୍ଷାଧିକ ଆକ୍ରାନ୍ତ ରହିବାକୁ ଲାଗିଲେ। କ୍ୱାରେଣ୍ଟିନ୍ ସେଣ୍ଟରରେ ଅତି କମ୍ରେ ୪୦ ଦିନ ପର୍ଯ୍ୟନ୍ତ ଆକ୍ରାନ୍ତଙ୍କୁ ରଖା ଯାଉଥିଲା। ହେଲେ ପରିସ୍ଥିତି ଏତେ ଖରାପ ଥିଲା ଯେ, ଜଣେ ବି ଯଦି କେହି ଦ୍ୱୀପକୁ ଆସୁଥିଲେ, ସେମାନେ ଆଉ ଘରକୁ ଫେରି ପାରୁ ନଥିଲେ।
Poveglia Island୧ ଲକ୍ଷ ୬୦ ହଜାର ଲୋକଙ୍କୁ ଜୀଅନ୍ତା ଜାଳି ଦିଆଯାଇଥିଲା...
କିଛି ଐତିହାସିକଙ୍କ କହିବା ଅନୁସାରେ, ଏହି ଦ୍ୱୀପରେ ଏକାସଙ୍ଗେ ପ୍ରାୟ ୧ ଲକ୍ଷ ୬୦ ହଜାର ଲୋକଙ୍କୁ ଜୀଅନ୍ତା ଜାଳି ଦିଆଯାଇଥିଲା। ଫଳରେ ବୃଦ୍ଧି ପାଉଥିବା ରୋଗକୁ ନିୟନ୍ତ୍ରଣ କରାଯାଇପାରିଥିବା କୁହାଯାଉଛି। ପ୍ଲେଗ୍ ରୋଗ ତାଣ୍ଡବ ରଚିବାର କିଛି ସମୟ ପରେ କଳା ଜ୍ୱର ନାମକ ଏକ ରୋଗ ଇଟାଲୀକୁ କଳା ବାଦଲର ଛାଇ ନେଇ ଆସିଥିଲା। ଆଉ ପୁଣି ଥରେ ଇଟାଲୀବାସୀଙ୍କୁ ଆଉ ଏକ ବିପଦର ସାମ୍ନାକୁ କରିବାକୁ ପଡ଼ିଥିଲା। ପ୍ଲେଗ୍ ରୋଗ ଭଳି କଳା ଜ୍ୱରର ମଧ୍ୟ କୌଣସି ଉପଶମ ନଥିଲା। ଏହାଦ୍ୱାରା ଅନେକ ଲୋକଙ୍କର ମୃତ୍ୟୁ ଘଟିଥିଲା। ଯେଉଁ କାରଣରୁ ଏହି ରୋଗରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମୃତଦେହ ପୋଭେଗ୍ଲିଆ ଦ୍ୱୀପକୁ ଅଣାଯାଇ ସେଠାରେ ସେମାନଙ୍କର କବର ଦିଆଯାଇଥିଲା। ଏହିସବୁ କାରଣରୁ ଏହି ସ୍ଥାନଟି କାଳକ୍ରମେ ପୃଥିବୀର ନର୍କ ପାଲଟିଗଲା।
Poveglia Island୧୯୨୨ରେ ହୋଇଥିଲା ମେଣ୍ଟାଲ୍ ହସ୍ପିଟାଲ୍...
୧୯୨୨ ମସିହାରେ ଏହି ଦ୍ୱୀପରେ ଏକ ମେଣ୍ଟାଲ୍ ହସ୍ପିଟାଲ୍ ନିର୍ମାଣ କରାଯାଇଥିଲା। ଏହାପରେ ଏହି ଦ୍ୱୀପରେ ଭୂତମାନଙ୍କର କାର୍ଯ୍ୟକଳାପ ସବୁ ଆରମ୍ଭ ହୋଇଯାଇଥିଲା। ଏହି ହସ୍ପିଟାଲ୍ରେ ରହୁଥିବା କର୍ମଚାରୀ ଏବଂ ରୋଗୀମାନେ ଦାବି କରିଛନ୍ତି ଯେ, ସେମାନେ ଏହି ଦ୍ୱୀପରେ ଅନେକ ଭୂତ ଏବଂ ଆତ୍ମାକୁ ଅନୁଭବ କରିଛନ୍ତି ଓ ଦେଖିଛନ୍ତି। ତେଣୁ ଏହି ଦ୍ୱୀପକୁ ଭୟାନକ ବୋଲି କୁହାଯାଇଥାଏ। ଏପରିକି ରାତିରେ ଏହି ଦ୍ୱୀପରେ ଜୀବନ୍ତ ଓ ମୃତ ବ୍ୟକ୍ତି କିଏ ତାହା କହିବା କଷ୍ଟକର। ଏଠାରେ ରହୁଥିବା ଡାକ୍ତରଙ୍କ କହିବା ଅନୁସାରେ, ରାତି ହେଲେ ଏଠାରୁ ଭୟଙ୍କର ଶବ୍ଦ ଆସିବା ଏକ ସାଧାରଣ କଥା।
Poveglia Islandହଣ୍ଟେଡ୍ ପ୍ଲେସ୍ ଲିଷ୍ଟ୍ରେ ଏହି ଦ୍ୱୀପ ୩ୟ ନମ୍ବରରେ ରହିଛି...
୧୮ ଏକରରେ ଥିବା ଏହି ଦ୍ୱୀପ ଭୂତ ସ୍ଥାନ ଥିବା ଲିଷ୍ଟରେ ତୃତୀୟରେ ରହିଛି। ତେବେଳ ଏହାକୁ ବିଶ୍ୱର ନମ୍ବର ୧ ଭୂତ ଦ୍ୱୀପ କୁହାଯାଇଥାଏ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)