Advertisment

“ଆମେ ଯେବେ ଉଦ୍ଧାର କଲୁ..ପିଲାଟି କହୁଥିଲା ମୋ ମାଆ ମରିଯାଇଛି, ମତେ ଖାଇବାକୁ ଦିଅ”

ଆମାଜନ ଜଙ୍ଗଲରେ ବିମାନ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ୪ ଭାଇଭଉଣୀ ଦୀର୍ଘ ୪୦ ଦିନ ପରେ ଉଦ୍ଧାର ହୋଇଛନ୍ତି । ଅନୁଭୂତି କହିଲେ ଉଦ୍ଧାରକାରୀ ଟିମ୍‌, ବଖାଣିଥିଲେ ଛାତିଥରା ଦୃଶ୍ୟ..ହୋସ୍‌ ଆସିବା ପରେ ପିଲାମାନେ କହିଲେ..

ଅଦ୍ୟତନ ହୋଇଛି
Amazon Jungle

Amazon Jungle

Advertisment

‘ମତେ ଭୋକ ଲାଗୁଛି ଆଉ ମୋ ମାଆ ମରିଯାଇଛି’ । ଆମାଜନ୍‌ ଜଙ୍ଗଲରେ ୪୦ ଦିନ ହେଲା ନିଖୋଜ ଥିବା ପିଲାଙ୍କର ଏ ହେଉଛି ଚିତ୍କାର । ୪୦ ଦିନର ସଂଘର୍ଷ ପରେ ଯେବେ ଡାକ୍ତରଖାନାରେ ହୋସ୍‌ ଆସିଲା, ସେତେବେଳେ କିଛି ଏମିତି କହିଛନ୍ତି ଚାରି ଭାଇଭଉଣୀ । ଏକମାସରୁ ଅଧିକ ସମୟ ଧରି ଆମାଜନ୍‌ ଜଙ୍ଗଲରେ ଏକୁଟିଆ ବୁଲିବା ପରେ ୪ଜଣ ହ୍ୟୁଟୋଟା ଆଦିବାସୀ ଜନଜାତିର ଶିଶୁଙ୍କୁ ଆମାଜନ୍‌ ଜଙ୍ଗଲରୁ ଉଦ୍ଧାର କରିଛି ଉଦ୍ଧାରକାରୀ ଟିମ୍‌ । ସେମାନଙ୍କୁ ଆମାଜନ୍‌ ଜଙ୍ଗଲରୁ ଏୟାରଲିଫ୍ଟ କରାଯାଇ ରାଜଧାନୀର ଏକ ସାମରିକ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ଗଣମାଧ୍ୟମର ସାକ୍ଷାତକାରରେ ପିଲାଙ୍କୁ ବଞ୍ଚାଇବା ପାଇଁ ଜଙ୍ଗଲରେ ହୋଇଥିବା ପ୍ରାରମ୍ଭିକ ଉଦ୍ୟମ ଓ ପିଲାଙ୍କୁ ଭେଟିବା ପରେ ସେମାନଙ୍କ ସହ ପ୍ରତିଟି ମୁହୂର୍ତ୍ତକୁ ମନେ ପକାଇଛନ୍ତି ସନ୍ଧାନକାରୀ ଟିମ୍‌ ।

Advertisment

ଉଦ୍ଧାରକାରୀ ଦଳର ଜଣେ ଅଧିକାରୀ ନିକୋଲାସ୍‌ ଆର୍ଡୋନେଜ୍‌ ଗୋମ୍ସ କହିଛନ୍ତି ଯେ, ‘୪ ଜଣ ଶିଶୁଙ୍କ ମଧ୍ୟରୁ ବଡ଼ ଝିଅ ଲେସ୍ଲି ସାନ ଝିଅକୁ କୋଳରେ ଧରି ମୋ ଆଡ଼କୁ ଦୌଡ଼ି ଆସିଲା ଓ କହିଲା ମତେ ବହୁତ ଜୋର୍‌ରେ ଭୋକ ଲାଗୁଛି । ଆଶ୍ଚର୍ଯ୍ୟକର କଥା ହେଲା ଦୁଇଜଣ ପୁଅଙ୍କ ମଧ୍ୟରୁ ଜଣେ ତଳେ ଶୋଇଥିଲା, ହଠାତ୍‌ ଉଠିକି ମତେ କହିଲା ଯେ ମୋ ମାଆ ମରିଯାଇଛି’ ।

୪ ଭାଇଭଉଣୀଙ୍କ ପିତା ମାନୁଏଲ୍‌ ମିଲର୍‌ ହସ୍ପିଟାଲ ବାହାରେ ଗଣମାଧ୍ୟମକୁ କହିଛନ୍ତି ଯେ, ‘ମେ’ ୧ ରେ ହୋଇଥିବା ବିମାନ ଦୁର୍ଘଟଣାରେ ମୋ ପତ୍ନୀ ଗଭୀର ଭାବେ ଆହତ ହୋଇଥିଲେ । ୪ ଦିନ ପର୍ଯ୍ୟନ୍ତ ସେ ମୃତ୍ୟୁ ସହ ସଂଘର୍ଷ କରୁଥିଲେ । ସେହି ସମୟରେ ମୋର ୪ଜଣ ପିଲା ମଧ୍ୟ ମାଆ ପାଖରେ ଥିଲେ । ମୋର ୧୩ ବର୍ଷୀୟ ଝିଅ ଲେସ୍ଲି ସ୍ପଷ୍ଟ କରିଛି ଯେ ଦୁର୍ଘଟଣାର ୪ ଦିନ ପରେ ତା ମାଆର ମୃତ୍ୟୁ ହୋଇଛି । ମରିବା ପୂର୍ବକୁ ତାଙ୍କ ମାଆ ତାଙ୍କୁ କହିଥିଲେ କି, ତମେ ମାନେ ଏଠାରୁ ପଳାଅ । ତମ ବାପା ତୁମକୁ ଅପେକ୍ଷା କରିଥିବେ’ ।

Advertisment

ସୂଚନାନୁଯାୟୀ ମେ’ ୧ ରେ ଏକ ବିମାନ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ୪ ଭାଇଭଉଣୀ ଦୀର୍ଘ ୪୦ ଦିନ ପରେ ଆମାଜନ ଜଙ୍ଗଲରୁ ଉଦ୍ଧାର ହୋଇଛନ୍ତି । ସମସ୍ତେ ଜୀବୀତ ଥିବା ବେଳେ ଦୁର୍ବଳ ହୋଇ ଯାଇଥିବାରୁ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏପରି ଏକ ଅବିଶ୍ୱନୀୟ ଘଟଣା ଘଞ୍ଚ ଆମାଜନ ଜଙ୍ଗଲରେ ଘଟିଥିବା ବେଳେ ଏହାକୁ ନେଇ ଏବେ ସମଗ୍ର ବିଶ୍ୱରେ ଚର୍ଚ୍ଚା । ଉଦ୍ଧାର ହୋଇଥିବା ପିଲାମାନଙ୍କ ବୟସ ଯଥାକ୍ରମେ ୧୩, ୯, ୪ ଓ ୧୧ ମାସ। ତେବେ ଆମାଜନ ପରି ଜଙ୍ଗଲରେ ହିଂସ୍ର ପଶୁଙ୍କ ଚଳପ୍ରଚଳ ମଧ୍ୟରେ କିପରି ଏହି ଭାଇଭଉଣୀ ତିଷ୍ଠି ପାରିଲେ ତାକୁ ନେଇ ଏବେ ଚର୍ଚ୍ଚା ହେଉଛି ।

ମେ ୧ ତାରିଖରେ ୭ ଜଣଙ୍କୁ ଧରି ଯାଉଥିବା ଗୋଟାଏ କ୍ଷୁଦ୍ର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନର ଭଗାଂବଶେଷ ସହ ୩ ଜଣଙ୍କ ମୃତଦେହକୁ ଠାବ କରାଯାଇଥିବା ବେଳେ ନିଖୋଜ ଥିବା ଏହି ୪ ଭାଇଭଉଣୀଙ୍କ ସନ୍ଧାନ ମିଳି ପାରିନଥିଲା। ଏହାପରେ ସେମାନଙ୍କ ସନ୍ଧାନ ନିମନ୍ତେ ଟିମ୍‌ ଗଠିତ ହୋଇ ବିଭିନ୍ନ ସ୍ଥାନରେ ଖାନତଲାସୀ ଚାଲିଲା। ଏହି ପିଲାମାନେ ଆମାଜନ ଜଙ୍ଗଲରେ ଥିବା ବେଳେ ଦୀର୍ଘ ୪୦ ଦିନ ହେବ ଫଳମୂଳ ଖାଇ ବଞ୍ଚି ରହିଥିଲେ।

Advertisment

ଦୀର୍ଘ ଦିନର ଖାନତଲାସୀ ପରେ ସନ୍ଧାନୀକାରୀ ଦଳ ଆମାଜନ ଜଙ୍ଗଲ ମାଟିରେ ଛୋଟ ପାଦଚିହ୍ନ ଦେଖିବାକୁ ପାଇଥିଲେ। ତେଣୁ ପିଲାମାନେ ଉକ୍ତ ଅଞ୍ଚଳରେ ଚଳପ୍ରଚଳ କରୁଥିବା ଅନୁମାନ କରି ତଲାସୀ ଅଭିଯାନକୁ ଜୋରଦାର କରିଥିଲେ। ଏହାପରେ ସେମାନେ ଘଞ୍ଚ ଜଙ୍ଗଲରେ ପିଲାମାନଙ୍କୁ ଠାବ କରିଥିଲେ। ସମସ୍ତେ ବଞ୍ଚିଥିବା ଦେଖି ନିଜ ଆଖିକୁ ଉଦ୍ଧାରକାରୀ ଦଳ ବିଶ୍ୱାସ କରି ପାରିନଥିଲେ।

Special Story Plain Crashes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ