Advertisment

କାବୁଲ ଏୟାରପୋର୍ଟରେ ହୃଦୟ ବିଦାରକ ଦୃଶ୍ୟ; ଶିଶୁଙ୍କୁ ମିଳୁନି ପାଣି କି କ୍ଷୀର

ଆଫଗାନିସ୍ତାନର କାବୁଲ ଏୟାର ପୋର୍ଟରେ ଦେଖିବାକୁ ମିଳୁଛି ହୃଦୟ ବିଦାରକ ଦୃଶ୍ୟ। ଏୟାରପୋର୍ଟ ବାହାରେ ହଜାର ହଜାର ସଂଖ୍ୟକ ଲୋକ ଛିଡା ହୋଇଛନ୍ତି। କୌଣସି ପ୍ରକାରେ ଆଫଗାନିସ୍ତାନରୁ କେହି ତାଙ୍କୁ ବାହାରକୁ ନେଇଯିବେ ସେଥିପାଇଁ ପ୍ରତୀକ୍ଷା କରିଛନ୍ତି।

ଅଦ୍ୟତନ ହୋଇଛି
କାବୁଲ ଏୟାରପୋର୍ଟରେ ହୃଦୟ ବିଦାରକ ଦୃଶ୍ୟ; ଶିଶୁଙ୍କୁ ମିଳୁନି ପାଣି କି କ୍ଷୀର

Kabul airport

Advertisment

କାବୁଲ: ଆଫଗାନିସ୍ତାନର କାବୁଲ ଏୟାର ପୋର୍ଟରେ ଦେଖିବାକୁ ମିଳୁଛି ହୃଦୟ ବିଦାରକ ଦୃଶ୍ୟ। ଏୟାରପୋର୍ଟ ବାହାରେ ହଜାର ହଜାର ସଂଖ୍ୟକ ଲୋକ ଛିଡା ହୋଇଛନ୍ତି। କୌଣସି ପ୍ରକାରେ ଆଫଗାନିସ୍ତାନରୁ କେହି ତାଙ୍କୁ ବାହାରକୁ ନେଇଯିବେ ସେଥିପାଇଁ ପ୍ରତୀକ୍ଷା କରିଛନ୍ତି। ବିଶେଷକରି ମହିଳା ଓ ପିଲାମାନଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡ଼ିଛି। ଏଠାରେ ପିଲାଙ୍କ ପାଇଁ ପାଣି ଏବଂ କ୍ଷୀର ଟିକିଏ ପିଇବାକୁ ବି ମିଳୁନି। ହଜାର ହଜାର ଭାରତୀୟ ନାଗରିକ ଆଫଗାନିସ୍ତାନରୁ ସୁରକ୍ଷିତ ଉଦ୍ଧାର ହୋଇ ସାରିଲେଣି। ତଥାପି ଆହୁରି ହଜାର ହଜାର ଭାରତୀୟ ସେଠାରେ ଫଶି ରହିଛନ୍ତି। 
ଆଫଗାନିସ୍ତାନ ରାଜଧାନୀ କାବୁଲ ଏୟାରପୋର୍ଟ ବାହାରେ ଅପେକ୍ଷା କରିଥିବା ଏମିତି ଜଣେ ଭାରତୀୟ ମହିଳା ତାଙ୍କ ଅନୁଭୂତି ବଖାଣିଛନ୍ତି। ଏନଟିଭି ରିପୋର୍ଟ ଅନୁସାରେ, ମହିଳାଙ୍କର ୩୨ ବର୍ଷୀୟ ଝିଅ ଜଣେ ଆଫଗାନ ନାଗରିକଙ୍କୁ ବିବାହ କରିଥିଲେ। ଏୟାରପୋର୍ଟରେ ତାଙ୍କର ୨ ବର୍ଷର ନାତି ଏବଂ ଝିଅ ତିନି ଦିନ ହେଲା ବସିଛନ୍ତି। ମହିଳା ଜଣକ କହିଛନ୍ତି, ତିନି ଦିନ ପୂର୍ବରୁ ଭାରତୀୟ ଦୂତାବାସରୁ କିଛି ଲୋକ କାବୁଲ ବିମାନ ବନ୍ଦରକୁ ଆସିବାକୁ କହିଥିଲେ। ତେବେ ସାଙ୍ଗରେ କୌଣସି ଜିନିଷ ଆଣିବାକୁ ବାରଣ କରିଥିଲେ।

Advertisment

ତିନି ଦିନ ପାଇଁ ସେମାନଙ୍କୁ ବିମାନ ବନ୍ଦରପାଖରେ ଏକ ମ୍ୟାରେଜ ହଲ୍‌ରେ ରଖାଯାଇଛି ଏବଂ ବାହାରକୁ ନ ବାହାରିବା ପାଇଁ କୁହାଯାଇଛି। ଗତ ରାତି ୧୨ଟାରେ ତାଙ୍କୁ ଏକ ବସ୍‌ରେ ଏୟାରପୋର୍ଟ ନିଆଗଲା। ସକାଳ ୧୧ଟା ପର୍ଯ୍ୟନ୍ତ ସେମାନେ ଅପେକ୍ଷା କରିଥିଲେ। କିଛି ସମୟ ପରେ ତାଲିବାନମାନେ ଆସିଥିଲେ ଏବଂ ୧୫୦ ଜଣଙ୍କୁ ନେଇଗଲେ। ମହିଳା ଜଣକ କହିଛନ୍ତି, ମୋ ଜ୍ୱାଇଁ ପାଖରେ ରହୁଥିଲେ। ସେ ତାଙ୍କର ଛୋଟ ଭାଇକୁ ପଠାଇ ଝିଅକୁ ସେଠାରୁ ନେଇ ଯାଇଥିଲେ। 

Advertisment

ଦିଲ୍ଲୀରେ ରହୁଥିବା ଏହି ମହିଳା ଜଣକ କହିଛନ୍ତି, ‘ଗୋଟିଏ ପଟେ ସେ ତିନି ଦିନ ହେଲା ସଡକ ଉପରେ ଅଛନ୍ତି। ଛୋଟ ପିଲାଟି ଖାଇବା ପାଇଁ କ୍ଷୀର ଟୋପାଏ ବି ମିଳୁନି। ମୁଁ ଭାରତ ସରକାରଙ୍କୁ ନିବେଦନ କରୁଛି, ସେମାନଙ୍କୁ ସୁରକ୍ଷିତ ଏଠାକୁ ଫେରାଇ ଆଣନ୍ତୁ। 

Taliban Militants Afghanistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ