Advertisment

୩୭ ବର୍ଷରେ ୧୧ ଟି ସନ୍ତାନର ମା’ ହେଲେଣି; ଆଗକୁ ଆହୁରି ଲକ୍ଷ

ଜଣେ ମା ୩୭ ବର୍ଷ ବୟସରେ ୧୧ ଟି ସନ୍ତାନକୁ ଜନ୍ମ ଦେଇସାରିଲେଣି। ଏତିକିରେ ସରିଯାଇନି ତାଙ୍କ ମାତୃତ୍ୱକୁ ଭୋଗିବାର ଲୋଭ। ସେ ଆସନ୍ତା ବର୍ଷ ମାର୍ଚ୍ଚରେ ଦ୍ୱାଦଶ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି। ମାର୍ଚ୍ଚ ୨୦୨୧ ରେ, ତାଙ୍କ ବଡ ପୁଅକୁ ୧୨ ବର୍ଷ ହୋଇଛି। ଏହି ମହିଳା ହେଉଛନ୍ତି ଆମେରିକାର ନ୍ୟୁ ମେକ୍ସିକୋରେ ରହୁଥିବା କୋର୍ଟନୀ। ତାଙ୍କ ସ୍ୱାମୀ ହେଲେ କ୍ରିସ୍ ରୋଜର୍ସ। ଏହି ଦମ୍ପତି ପ୍ରତିବର୍ଷ ସନ୍ତାନ ଜନ୍ମ କରିବା ପଛରେ ଏକ ଅଦ୍ଭୁତ କାରଣ କହିଛନ୍ତି।

Mother of 11 Children

Mother of 11 Children

Advertisment

ନ୍ୟୁୟର୍କ : ଜଣେ ମା ୩୭ ବର୍ଷ ବୟସରେ ୧୧ ଟି ସନ୍ତାନକୁ ଜନ୍ମ ଦେଇସାରିଲେଣି। ଏତିକିରେ ସରିଯାଇନି ତାଙ୍କ ମାତୃତ୍ୱକୁ ଭୋଗିବାର ଲୋଭ। ସେ ଆସନ୍ତା ବର୍ଷ ମାର୍ଚ୍ଚରେ ଦ୍ୱାଦଶ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି। ମାର୍ଚ୍ଚ ୨୦୨୧ ରେ, ତାଙ୍କ ବଡ ପୁଅକୁ ୧୨ ବର୍ଷ ହୋଇଛି। ଏହି ମହିଳା ହେଉଛନ୍ତି ଆମେରିକାର ନ୍ୟୁ ମେକ୍ସିକୋରେ ରହୁଥିବା କୋର୍ଟନୀ। ତାଙ୍କ ସ୍ୱାମୀ ହେଲେ କ୍ରିସ୍ ରୋଜର୍ସ। ଏହି ଦମ୍ପତି ପ୍ରତିବର୍ଷ ସନ୍ତାନ ଜନ୍ମ କରିବା ପଛରେ ଏକ ଅଦ୍ଭୁତ କାରଣ କହିଛନ୍ତି। ଏହା ସହିତ ଏତେ ବଡ ପରିବାରର ଜୀବନଶୈଳୀକୁ ମଧ୍ୟ ସେମାନେ ସେୟାର କରିଛନ୍ତି, ଯେଉଁମାନେ ଭ୍ରମଣ କରିବାକୁ ହେଲେ ଏକ ଟ୍ରେଲର ଆବଶ୍ୟକ ପଡେ।

Advertisment
Mother of 11 Children୧୧ ସନ୍ତାନର ଜନନୀ

କୋର୍ଟନୀ ଜଣେ ଗୃହିଣୀ ହୋଇଥିବା ତାଙ୍କ ସ୍ୱାମୀ କ୍ରିସ୍ ଚର୍ଚ୍ଚର ଜଣେ ପାଦ୍ରୀ। କ୍ରିସ୍‌ଙ୍କୁ ବର୍ତ୍ତମାନ ୩୩ ବର୍ଷ ବୟସ। ଉଭୟଙ୍କ ନାମ ପରି, ସେମାନଙ୍କର ସମସ୍ତ ପିଲାମାନଙ୍କର ନାମ ମଧ୍ୟ 'C' ଅକ୍ଷରରୁ ଆରମ୍ଭ ହୁଏ। ପିଲାମାନଙ୍କ ମଧ୍ୟରେ ୨ ଜଣା ଯାଆଁଳା ମଧ୍ୟ ଅଛନ୍ତି। ସେମାନେ ମଧ୍ୟ ପରବର୍ତ୍ତୀ ଶିଶୁର ନାମ C ରେ ହିଁ ରଖିବେ। କୋର୍ଟନୀ କହିଛନ୍ତି ଯେ ତାଙ୍କର ୧୧ ପିଲାଙ୍କ ମଧ୍ୟରୁ ୬ ଜଣ ପୁଅ ଓ ୫ ଜଣ ଝିଅ। ଏନେଇ ପୁଅ-ଝିଅ ସଂଖ୍ୟାକୁ ସମାନ କରିବା ନେଇ କ୍ରିସ୍ ପରବର୍ତ୍ତୀ ସନ୍ତାନ ଏକ ଝିଅ ହେଉ ବୋଲି ଚାହୁଁଛନ୍ତି। ତେବେ, ଅକ୍ଟୋବରରେ ପୁଅ କି ଝିଅ ହେବ ତାହା ଜଣାପଡିବ ବୋଲି ସେ କହିଛନ୍ତି।

Advertisment

ତେବେ ଏତେ ସନ୍ତାନ ଜନ୍ମ ପଛରେ ୨ଟି କାରଣ ଥିବା କୋର୍ଟନୀ କହିଛନ୍ତି। କୋର୍ଟନୀଙ୍କ କହିବା କଥା ଏକ ଡଜନ ପିଲା ଏକ ଶୁଭ ସଂଖ୍ୟା। ଦ୍ୱିତୀୟ କାରଣଟି ହେଉଛି ପ୍ରତ୍ୟେକ ପିଲା ଜନ୍ମ ହେବା ପରେ ଆମ ପିଲାମାନେ ମୋ ଠାରୁ ଆଉ ଗୋଟିଏ ସନ୍ତାନ ଆବଶ୍ୟକ କରନ୍ତି। ସେମାନେ ମୋତେ କୁହନ୍ତି ଯେ “ମା ବାସ୍ ଆଉ ଗୋଟିଏ ଶିଶୁ।” ଆମେ ସେମାନଙ୍କ ଇଛା ପୂରଣ କରୁ।

Mother of 11 Chiildren୧୧ ସନ୍ତାନର ଜନନୀ

କୋର୍ଟନୀ ଆହୁରୀ କହିଛନ୍ତି ଯେ “ଯେତେବେଳେ ଆମର ବିବାହ ହେଲା, ମୁଁ ଭାବି ନ ଥିଲି ଯେ ମୁଁ ଏତେ ପିଲାଙ୍କ ମା’ ହେବି। ସେତେବେଳେ ମତେ ୨୪ ବର୍ଷ ହୋଇଥିଲା ଏବଂ ଯେତେବେଳେ ମୁଁ ପ୍ରଥମ ଥର ଗର୍ଭବତୀ ହେଲି ସେତେବେଳେ ମୋର ଗର୍ଭପାତ ହୋଇଥିଲା। ଏହା ପରେ, ୨୬ ବର୍ଷ ବୟସରେ, ମୁଁ ପ୍ରଥମ ଥର ପାଇଁ ମା’ ହେଲି। ତା’ପରେ ପ୍ରତିବର୍ଷ ଗର୍ଭବତୀ ହୋଇ ଚାଲିଲି। ମୁଁ ଘରେ ରହି ପିଲାମାନଙ୍କର ଯତ୍ନ ନେଉଛି। ମୁଁ ଯେତେବେଳେ କିଛି କାମ କରେ, ମୋର ବଡ଼ ପିଲାମାନେ ସେମାନଙ୍କର ସାନ ଭାଇ-ଭଉଣୀମାନଙ୍କ ସହିତ ଖେଳନ୍ତି। ଏହା ମୋତେ ବହୁତ ସାହାଯ୍ୟ କରେ।”

Advertisment
Mother of 11 Children୧୧ ସନ୍ତାନର ଜନନୀ

କୋର୍ଟନୀ କହିଛନ୍ତି, “ଆମର ୧୫ ସିଟର୍ ଭ୍ୟାନ୍ ଅଛି, କିନ୍ତୁ ଯେତେବେଳେ ଆମେ କୁଆଡେ ବୁଲିବାକୁ ଯାଉ ସେତେବେଳେ ଏହା ବହୁତ ଭିଡ଼ ହୋଇଥାଏ। ଏପରି ପରିସ୍ଥିତିରେ, ଆମେ ସାଧାରଣତଃ ଏକ ଟ୍ରେଲର ବ୍ୟବହାର କରୁ। ଶେଷ ଥର ପାଇଁ ଯେତେବେଳେ ଆମେ ଛୁଟିରେ ଯାଇଥିଲୁ, ଦୁଇଟି କୋଠରୀବିଶିଷ୍ଟ ହୋଟେଲରେ ରହିବା ଅସୁବିଧା ହୋଇଥିଲା। ଏନେଇ ଆମେ ଘର ଭଡ଼ା ନେଇଥିଲୁ।”

ବର୍ତ୍ତମାନ ଏହି ପରିବାର ୩ ବେଡରୁମ୍ ବାଲା ଘରେ ରହୁଛନ୍ତି। କିନ୍ତୁ ଅବୁବିଧା ହେଉଥିବାରୁ ବର୍ତ୍ତମାନ ସେମାନେ ଏହାକୁ ଖୁବ ଶୀଘ୍ର ବଢେଇବା ନେଇ କହିଛନ୍ତି। କୋର୍ଟନୀ କହିଛନ୍ତି, “ମୋ ସ୍ୱାମୀ ଦିଗରେ କାମ କରୁଛନ୍ତି ଏବଂ ଖ୍ରୀଷ୍ଟମାସ ସୁଦ୍ଧା ଏହା ଶେଷ ହେବ। ସେଥିରେ ଆମର ୭ ଟି ଶୟନ କକ୍ଷ ଏବଂ ୪ ଟି ବାଥ୍‌ରୁମ୍‌ ରହିବ। ପ୍ରତ୍ୟେକ ବଖରାରେ ୨ଜଣ ପିଲା ରହିପାରିବେ।

କୋର୍ଟନୀ ନିଜ ପାରିବାରିକ ଜୀବନ ବିଷୟରେ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରନ୍ତି। କିଛି ଲୋକ ଏହାକୁ ସମାଲୋଚନା କରୁଥିବା ବେଳେ ଅଧିକାଂଶ ଲୋକ ସମର୍ଥନ କରନ୍ତି।

America New Maxico
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ