Advertisment

ମା’ ନା ପିଶାଚୀ : ରୋମାନ୍ସରେ ବାଧା ହେବାରୁ ମାରିଦେଲା ନିରୀହ ଶିଶୁକୁ

ମା ଓ ପିଲାର ସଂପର୍କ ଦୁନିଆର ସବୁଠାରୁ ମିଠା ସଂପର୍କ। ଏହା ଏତେ ଦୃଢ ହୋଇଥାଏ ଯେ ଦୁନିଆର କୌଣସି ଶକ୍ତି ସେମାନଙ୍କୁ ସହଜରେ ଅଲଗା କରି ନ ଥାଏ। ନିଜ ପିଲାର ସୁରକ୍ଷା ପାଇଁ ମା’ଟିଏ ସବୁକିଛି କରିପାରେ। ସେଥିପାଇଁ କୁହାଯାଏ ‘ବିପଦ ବେଳେ ରକ୍ଷା କରିବା ନେଇ ଭଗବାନ ସବୁବେଳେ ଆସିପାରନ୍ତି ନାହିଁ, ସେଥିପାଇଁ ପାଖରେ ମା’ ଦେଇଥାନ୍ତି।’ ପୁଣି କୁହାଯାଏ ଯେ ପୁଅ ପଛେ କୁପୁତ୍ର ହୋଇପାରେ କିନ୍ତୁ ମା’ କୁମାତା ହୋଇପାରେ ନାହିଁ। କିନ୍ତୁ ଏମିତି ଜଣେ ମା’ ସେ ଏତେ ନିଚ୍ଚ କାମ କରିଛନ୍ତି ଯେ ଏ କଥା କହିବାକୁ ମଧ୍ୟ ସଂକୋଚ ଲାଗୁଛି।

Mother murders 16 month old daughter with lesbian partner

Mother murders 16 month old daughter with lesbian partner

Advertisment

ଲଣ୍ଡନ : ମା ଓ ପିଲାର ସଂପର୍କ ଦୁନିଆର ସବୁଠାରୁ ମିଠା ସଂପର୍କ। ଏହା ଏତେ ଦୃଢ ହୋଇଥାଏ ଯେ ଦୁନିଆର କୌଣସି ଶକ୍ତି ସେମାନଙ୍କୁ ସହଜରେ ଅଲଗା କରି ନ ଥାଏ। ନିଜ ପିଲାର ସୁରକ୍ଷା ପାଇଁ ମା’ଟିଏ ସବୁକିଛି କରିପାରେ। ସେଥିପାଇଁ କୁହାଯାଏ ‘ବିପଦ ବେଳେ ରକ୍ଷା କରିବା ନେଇ ଭଗବାନ ସବୁବେଳେ ଆସିପାରନ୍ତି ନାହିଁ, ସେଥିପାଇଁ ପାଖରେ ମା’ ଦେଇଥାନ୍ତି।’ ପୁଣି କୁହାଯାଏ ଯେ ପୁଅ ପଛେ କୁପୁତ୍ର ହୋଇପାରେ କିନ୍ତୁ ମା’ କୁମାତା ହୋଇପାରେ ନାହିଁ। କିନ୍ତୁ ଏମିତି ଜଣେ ମା’ ସେ ଏତେ ନିଚ୍ଚ କାମ କରିଛନ୍ତି ଯେ ଏ କଥା କହିବାକୁ ମଧ୍ୟ ସଂକୋଚ ଲାଗୁଛି।

Advertisment

ସୂଚନା ମୁତାବକ ଇଂଲଣ୍ଡର ୱେଷ୍ଟ୍ ୟାର୍କରେ ରହୁଥିବା ଜଣେ ମହିଳା ତାଙ୍କ ମହିଳା ପାର୍ଟନର୍‌ଙ୍କ ସହିତ ମିଶି ନିଜର ୧୬ ମାସର ଶିଶୁକୁ ନିର୍ଦ୍ଦୟଭାବେ ହତ୍ୟା କରିଛନ୍ତି। ସେମାନେ ତାଙ୍କ ରୋମାନ୍ସରେ ସେହି ଶିଶୁକୁ ପ୍ରତିବନ୍ଧକ ବୋଲି ଭାବୁଥିଲେ। ଯେତେବେଳେ ସେମାନେ ଭାବିଲେ ଯେ ପିଲାଟି ମରିଯାଇଛି ସେତେବେଳେ ଯାଇ ମେଡିକାଲ୍ ଟିମ୍‌କୁ ଡାକିଥିଲେ।

Advertisment

ମେଡିକାଲ୍ ଟିମ୍ ପିଲାକୁ ଡାକ୍ତରଖାନା ନେଇଥିଲେ ବି ତା’ର ଜୀବନ ରକ୍ଷା ହୋଇ ପାରି ନ ଥିଲା। ଉଭୟ ହତ୍ୟାକାରୀ ଏଥିରୁ ନିଜକୁ ରକ୍ଷା କରିବା ପାଇଁ ନାଟକ କରିଥିଲେ ବି ସବୁ ଧରାପଡିଯାଇଛି। ସେମାନେ କହିଥିଲେ ଯେ ତାଙ୍କର ୨ ବର୍ଷର ଅନ୍ୟ ଜଣେ ପିଲା ତା’ ଉପରେ ଆକ୍ରମଣ କରିବାରୁ ତା’ ଜୀବନ ଚାଲିଯାଇଛି। କିନ୍ତୁ ବିଭିନ୍ନ ପ୍ରମାଣ ଓ ପୋଷ୍ଟ୍‌ମର୍ଟମ୍‌ରୁ ସବୁ ସତ ପର୍ଦାଫାସ୍ ହୋଇଛି।

ରିପୋର୍ଟ ଅନୁସାରେ ୨୦ ବର୍ଷର ଫ୍ରାଙ୍କୀ ସ୍ମିଥ୍‌ ତାଙ୍କର ଛାଡପତ୍ର ପରେ ନିଜର ୨୮ ବର୍ଷୀୟ ଲେସ୍‌ବିଆନ୍ ସାଥୀ ସଭନ୍ନାଃ ବ୍ରୋକ୍‌ହିଲ୍ ସହିତ ରହୁଥିଲେ। ଫ୍ରାଙ୍କୀ ସ୍ମିଥ୍‌ଙ୍କ ଦୁଇଟି ପିଲା ଅଛନ୍ତି। ଜଣେ ୨ ବର୍ଷର ପୁଅ ହୋଇଥିବା ବେଳେ ଅନ୍ୟଟି ୧୬ ମାସର ଝିଅ ଥିଲା। ଝିଅର ନାମ ଷ୍ଟାର୍ ହବ୍‌ସନ୍ ଥିଲା। ପୋଲିସ୍ କହିଛି ଯେ ଫ୍ରାଙ୍କୀ ଓ ତାଙ୍କ ସାଥୀ ସଭନ୍ନାଃ ଭାବୁଥିଲେ ଯେ ସେମାନଙ୍କ ସଂପର୍କ ଭିତରେ ଏହି ନିରୀହ ଝିଅଟି ପ୍ରତିବନ୍ଧକ ହେଉଛି। ତେଣୁ ସେମାନେ ଯୋଜନା କରି ତାକୁ ହତ୍ୟା କରିଛନ୍ତି।

Advertisment

ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଛି ଯେ ପିଲାଟିର ଅନେକ ସ୍ଥାନର ହାଡ ଭାଙ୍ଗିଯାଇଛି। ତଥାପି ସେ ବଞ୍ଚିଥିଲା ଓ ପ୍ରବଳ ଯନ୍ତ୍ରଣା କାରଣରୁ କାନ୍ଦୁଥିଲା। ରୋମାନ୍ସ ସମୟରେ ଫ୍ରାଙ୍କୀଙ୍କୁ ପିଲାଟିର କାନ୍ଦ ବିରକ୍ତ କରୁଥିଲା। ଏନେଇ ସେ ତାଙ୍କ ପାର୍ଟନର୍‌ ସହିତ ମିଶି ପିଲାକୁ ମାରିବା ନେଇ ଗୁଗୁଲରୁ ଉପାୟ ଖୋଜିଥିଲେ। ଦିନେ ପ୍ରବଳ ଶୀତରେ ପିଲାଟିକୁ ବରଫ ଉପରେ ବସେଇଦେଲେ।

Mother murders 16 month old daughter with lesbian partnerମା’ ନା ପିଶାଚୀ : ରୋମାନ୍ସରେ ବାଧା ହେବାରୁ ମାରିଦେଲା ନିରୀହ ଶିଶୁକୁ

କିଛି ସମୟ ପରେ ପିଲାଟିକୁ ଯେତେବେଳେ ଖୁବ୍ ଯନ୍ତ୍ରଣା ହେଲା ଓ ସେ କାନ୍ଦିବାକୁ ଲାଗିଲା ଦୁହେଁ ମିଶି ତାଙ୍କୁ ଗୋଇଠା ଓ ମୁଥା ମାରିଥିଲେ। ପିଲାଟି ଯେତେବେଳେ ସେଠାରୁ ବାହାରକୁ ପଳେଇଆସିଲା ଫ୍ରାଙ୍କୀ ତାଙ୍କୁ ଟେକି କଚିଦେଇଥିଲେ। ତଳେ ପଡି ପିଲାଟି ନିରବୀ ଯାଇଥିଲା। ଉଭୟ ପାଖାପାଖି ୧୫ ମିନିଟ୍ ପିଲାଟିକୁ ନିରୀକ୍ଷଣ କରିଥିଲେ। ଯେତେବେଳେ ତାଙ୍କୁ ଲାଗିଲା ଯେ ସେ ମରିଯାଇଛି ତା’ପରେ ନେସ୍‌ନାଲ୍ ହେଲ୍‌ଥ୍ ସର୍ଭିସ୍‌କୁ ଫୋନ୍ କରିଥିଲେ।

ଯେତେବେଳେ ସରକାରୀ ଆମ୍ବୁଲାନ୍ସ ଘରେ ପହଞ୍ଚିଲା ନିର୍ଦ୍ଦୟ ମା’ ସେମାନଙ୍କୁ ମିଛ କହିଥିଲେ। ସେ କହିଥିଲେ ଯେ ତାଙ୍କର ୨ ବର୍ଷର ପୁଅ ତାକୁ ଆକ୍ରମଣ କରିବାରୁ ତା’ର ଏଭଳି ହୋଇଛି। ଡାକ୍ତରଖାନାରେ ପହଞ୍ଚିବା ପରେ ପିଲାଟିକୁ ମୃତ ଘୋଷଣା କରାଯାଇଥିଲା। ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ଜଣାଗଲା ଯେ ୨ ବର୍ଷର ପିଲା ଏଭଳି ଗୁରୁତର ଆଘାତ ଦେଇପାରିବ ନାହିଁ। ଏହା ପରେ ପୋଲିସ୍ ତଦନ୍ତ ଆରମ୍ଭ ହୋଇଥିଲା।

ପୁଲିସ୍ ହାତରେ ସିସି ଟିଭି ଫୁଟେଜ୍ ଲାଗିଥିଲା। ଏଥିରେ ଉଭୟ ମହିଳା ନିରୀହ ପିଲାଟିକୁ ପିଟୁଥିବା ଦେଖାଯାଇଥିଲା। ଏହାପରେ ପୁଲିସ୍ ସେମାନଙ୍କ ବିରୋଧରେ ହତ୍ୟା ଓ ଜୀବନନେବା ଆକ୍ରମଣ ମାମଲା ଦାୟର କରି କୋର୍ଟ ଚାଲାଣ କରିଛି। ଯଦି ସେମାନେ ଦୋଷୀ ପ୍ରମାଣିତ ହୁଅନ୍ତି ତେବେ ସେମାନଙ୍କୁ ଆଜୀବନ କାରାଦଣ୍ଡ ମିଳିବ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସେମାନେ ଏହି ହତ୍ୟା କରି ନ ଥିବା କହିଛନ୍ତି।

Crime Mother
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ