Advertisment

ମଦ ନିଶାରେ ମମତା ଭୁଲିଗଲେ ମା; କାର୍ ସହିତ ଘୋଷାଡି ନେଲେ ଝିଅକୁ

ମଦର ନିଶାରେ ମାନବିକତା ଭୁଲିଗଲା ମା। ୮ ବର୍ଷର ଝିଅ ପ୍ରତି ସାଜିଗଲା ନିର୍ଦୟ। ଚଳନ୍ତା କାର ସହିତ ଘୋଷାଡି ନେଲା ଝିଅକୁ। ଫଳରେ ଝିଅଟି ଗୁରୁତର ହୋଇଥିବା ଜଣାଯାଇଛି। ସୂଚନା ମୁତାବକ ଆମେରିକାର କାଲିଫର୍ନିଆରୁ ଆସିଛି ଏହି ଆଶ୍ଚର୍ଯ୍ୟଜନକ ଘଟଣା। ଝିଅଟିର ଏତିକି ଭୁଲ୍ ଥିଲା ଯେ ସେ ତା’ର ମଦ୍ୟପ ମା’କୁ କାର୍ ଚଳାଇବା ନେଇ ଅଟକେଇଥିଲା। ଏଥିରେ ମହିଳା ଜଣକ ରାଗିଯାଇ ଏଭଳି କରିଥିଲେ।

Mother embarrassed mamta

Mother embarrassed mamta

Advertisment

ନ୍ୟୁୟର୍କ : ମଦର ନିଶାରେ ମାନବିକତା ଭୁଲିଗଲା ମା। ୮ ବର୍ଷର ଝିଅ ପ୍ରତି ସାଜିଗଲା ନିର୍ଦୟ। ଚଳନ୍ତା କାର ସହିତ ଘୋଷାଡି ନେଲା ଝିଅକୁ। ଫଳରେ ଝିଅଟି ଗୁରୁତର ହୋଇଥିବା ଜଣାଯାଇଛି। ସୂଚନା ମୁତାବକ ଆମେରିକାର କାଲିଫର୍ନିଆରୁ ଆସିଛି ଏହି ଆଶ୍ଚର୍ଯ୍ୟଜନକ ଘଟଣା। ଝିଅଟିର ଏତିକି ଭୁଲ୍ ଥିଲା ଯେ ସେ ତା’ର ମଦ୍ୟପ ମା’କୁ କାର୍ ଚଳାଇବା ନେଇ ଅଟକେଇଥିଲା। ଏଥିରେ ମହିଳା ଜଣକ ରାଗିଯାଇ ଏଭଳି କରିଥିଲେ। କିନ୍ତୁ ମହିଳା ଜଣକ ଏତିକିରେ ଅଟକିଯାଇ ନ ଥିଲେ, ଏହା ପରେ ସେ ପୋଲିସ୍ ସହିତ ଯାହା ବ୍ୟବହାର କରିଥିଲେ ତାହା ମଧ୍ୟ ସମସ୍ତଙ୍କୁ ଚକିତ କରିଛି।

Advertisment

ଡେଲି ମେଲ ରିପୋର୍ଟ ଅନୁଯାୟୀ, ଯେତେବେଳେ ୪୪ ବର୍ଷୀୟ ଏରିନ୍ ଗାର୍‌ସିଆ ମଦ୍ୟପାନ କରିବା ପରେ କାର ଚଳାଇବା ପାଇଁ ବସିଥିଲେ, ସେତେବେଳେ ତାଙ୍କର ୮ ବର୍ଷର ଝିଅ ତାଙ୍କୁ ଅଟକାଇଥିଲା। ସେ କାର୍‌ର ଡୋର୍‌କୁ ଧରି ନିଶାସକ୍ତ ଅବସ୍ଥାରେ କାର୍‌ ନ ଚଳାଇବାକୁ ତା’ ମା’ଙ୍କୁ ଅନୁରୋଧ କରିଥିଲା। କିନ୍ତୁ ଏରିନ୍ ମଦ୍ୟପାନ କରି ହୋସ୍ ହରାଇଥିଲେ। ଯେତେବେଳେ ଝିଅଟି ତାଙ୍କୁ କାର୍ ଚଲେଇବାରେ ବାଧା ଦେଲା, ସେ ରାଗିଯାଇ ତୁରନ୍ତ କାର ଷ୍ଟାର୍ଟ କରି ବେଗକୁ ବଢେଇ ଦେଇଥିଲେ। ଝିଅଟିର ହାତ ଡୋର ହ୍ୟାଣ୍ଡେଲରେ ଫସିଯାଇଥିଲା। ଫଳରେ ସେ କାର ସହିତ ଟାଣି ହୋଇ କିଛି ଦୂର ପଳେଇ ଯାଇଥିଲା। ପ୍ରାୟ ୩୦୦ ଫୁଟ ଗାଡି ଚଲାଇବା ପରେ ସେଠାରେ ଉପସ୍ଥିତ ଜଣେ ବ୍ୟକ୍ତି ମହିଳାଙ୍କୁ ଅଟକାଇଥିଲେ ଓ ତାଙ୍କ ଭୁଲ କହିବା ଆରମ୍ଭ କରିଥିଲେ। ଏହା ପରେ ମହିଳା ଜଣକ ତାଙ୍କୁ ମଧ୍ୟ କାର ସହିତ ଘୋଷାଡି ନେଇଥିଲେ।

Advertisment

ଏହା ପରେ ଏରିନ୍ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ। ଯେତେବେଳେ ପୋଲିସ ଏ ବିଷୟରେ ସୂଚନା ପାଇଲା, ସେ ମହିଳାଙ୍କ ମା’ଙ୍କ ଘରେ ପହଞ୍ଚିଥିଲା। ସେଠାରେ ପୋଲିସ ଝିଅଟିକୁ ଗୁରୁତର ଅବସ୍ଥାରେ ଦେଖି ତୁରନ୍ତ ଡାକ୍ତରଖାନା ପଠାଇ ମହିଳାଙ୍କୁ ଖୋଜିବା ଆରମ୍ଭ କରିଥିଲେ। ମହିଳା ଜଣକ ଘର ପଛରେ ଏକ ବୁଦା ଭିତରେ ଲୁଚି ରହିଥିଲେ। ଯେତେବେଳେ ଜଣେ ପୋଲିସ ତାଙ୍କୁ ଗିରଫ କରିବାକୁ ଯାଇଥିଲେ, ମହିଳା ଜଣକ ତାଙ୍କୁ ପିଟିଥିଲେ। ମହିଳାଙ୍କୁ ବହୁ କଷ୍ଟରେ ଗିରଫ କରାଯାଇ ଅରେଞ୍ଜ୍ କାଉଣ୍ଟି ଜେଲକୁ ନିଆଯାଇଥିଲା। ତାଙ୍କ ଉପରେ ଆକ୍ରମଣ କରିଆ, ଶିଶୁକୁ ଦୁର୍ବ୍ୟବହାର କରିବା ଓ ଜଣେ ପୋଲିସ କର୍ମଚାରୀଙ୍କୁ ମାରିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣା ସହ ଜଡିତ ମହିଳାଙ୍କ ଫଟୋ ଏବଂ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛ। ଏଥିରେ ପୋଲିସ ଉକ୍ତ ମହିଳାଙ୍କୁ ଗିରଫ କରୁଥିବା ଦେଖିବାକୁ ମିଳିଛି।

America New York
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ