Most Expensive Car In The World: ଦୁନିଆର ୩ ଜଣଙ୍କ ପାଖରେ ରହିଛି ସବୁଠୁ ଦାମୀ କାର, ତାଲିକାରେ ନାହାନ୍ତି ମସ୍କ-ଅମ୍ବାନୀ

ଦୁନିଆର ସବୁଠୁ ଦାମୀ କାର୍‌ ହେଉଛି ରୋଲ୍ସ-ରୋଏସ୍‌ ବୋଟ୍‌ ଟେଲ୍‌ । ଯାହା କି ବିଶ୍ୱର କେବଳ ତିନି ଜଣଙ୍କ ପାଖରେ ରହିଛି ।

୩ ଜଣଙ୍କ ପାଖରେ ରହିଛି ସବୁଠୁ ଦାମୀ କାର

ମୁକେଶ ଅମ୍ବାନୀ, ରତନ ଟାଟାଙ୍କ ସମେତ ଅନେକ ଭାରତୀୟ ଉଦ୍ୟୋଗୀଙ୍କର ବହୁତ ଦାମୀ କାର ଅଛି । ଏମିତି କି ମୁକେଶ ଅମ୍ବାନୀଙ୍କ ମୁମ୍ବାଇସ୍ଥିତ ବାସଭବନ ଏଣ୍ଟିଲିଆରେ ଗୋଟିଏ ଫ୍ଲୋର୍‌ କେବଳ ଦାମୀ କାର ପାର୍କିଂ ପାଇଁ ଉତ୍ସର୍ଗୀକୃତ । ସୂଚନା ଅନୁସାରେ ଦୁନିଆର ସବୁଠୁ ଦାମୀ କାର୍‌ ହେଉଛି ରୋଲ୍ସ-ରୋଏସ୍‌ ବୋଟ୍‌ ଟେଲ୍‌ । ଯାହା କି ବିଶ୍ୱର କେବଳ ତିନି ଜଣଙ୍କ ପାଖରେ ରହିଛି । ଏହି କାରର ମୂଲ୍ୟ ୨୮ ମିଲିୟନ ଡଲାର ଅର୍ଥାତ ୨୩୫ କୋଟି । କିନ୍ତୁ ଦୁନିଆର ସବୁଠୁ ଦାମୀ କାର ଅମ୍ବାନୀ, ଆଦାନୀ କି ରତନ ଟାଟାଙ୍କ ପାଖରେ ନାହିଁ । ଏମିତି କି ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ୍‌ ମସ୍କଙ୍କ ପାଖରେ ମଧ୍ୟ ରୋଲ୍ସ-ରୋଏସ୍‌ ବୋଟ୍‌ ଟେଲ୍‌ କାର ନାହିଁ ।

ରୋଲ୍ସ ରୋଏସ୍ ବୋଟ୍‌ ଟେଲ୍ ଏକ ସ୍ୱତନ୍ତ୍ର କାର । ଏହାକୁ ଅତି ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି । ଏହା ଏକ ସ୍ୱତନ୍ତ୍ର ଏବଂ ମହଙ୍ଗା କାର ହୋଇଥିବାରୁ ରୋଲ୍ସ-ରୋଏସ୍‌ କମ୍ପାନୀ ମାତ୍ର ତିନୋଟି କାର ନିର୍ମାଣ କରିଥିଲା । ତେବେ ଏହି ତିନୋଟି କାର ବିକ୍ରି ମଧ୍ୟ ହୋଇସାରିଛି । ଏହି ତିନୋଟି କାରରୁ ରୋଲ୍ସ ରୋଏସ୍ ୭୦୫ କୋଟି ଟଙ୍କା ରୋଜଗାର କରିଛି । ତେବେ ଦୁନିଆର ସବୁଠୁ ଦାମୀ କାରର ତିନି ଜଣ ମାଲିକଙ୍କ ମଧ୍ୟରୁ କେବଳ ଦୁଇ ଜଣଙ୍କ ନାମ ସାର୍ବଜନୀନ କରାଯାଇଛି । ତୃତୀୟ ମାଲିକଙ୍କ ନାମ ରୋଲ୍ସ-ରୋଏସ୍ ଦ୍ୱାରା ଗୁପ୍ତ ରଖାଯାଇଛି ।

ଅଧିକ ପଢ଼ନ୍ତୁ: ମୁକେଶ ଅମ୍ବାନୀଙ୍କ ‘ଆଣ୍ଟିଲିଆ’ ଦୁନିଆର ସବୁଠାରୁ ଦାମୀ ଘର ? ଜାଣନ୍ତୁ ବିଶ୍ବର ୧୦ ମହଙ୍ଗା ଘର...

ଧନୀ ରାପର ଜୟ-Z ଏବଂ ତାଙ୍କ ପତ୍ନୀ ବିୟୋନ୍ସ ଏହି ରୋଲ୍ସ ରୋଏସ୍ ବୋଟ୍‌ ଟେଲ୍‌ କାର କିଣିଛନ୍ତି । ଏହା ବ୍ୟତୀତ ଜଣେ ଧନୀ ହୀରା ବ୍ୟବସାୟୀ ମଧ୍ୟ ଏହି କାର କିଣିଛନ୍ତି । କିନ୍ତୁ ରୋଲ୍ସ-ରୋଏସ୍‌ ଏହି ହୀରା ବ୍ୟବସାୟୀଙ୍କ ନାମ ପ୍ରକାଶ କରି ନାହିଁ । ସେହିପରି ବିଶ୍ୱର ଦାମୀ କାରର ତୃତୀୟ ମାଲିକ ହେଉଛନ୍ତି ଆର୍ଜେଣ୍ଟିନା ଫୁଟବଲ ଷ୍ଟାର ମୌରୋ ଇକାର୍ଡି । ବର୍ତ୍ତମାନ ମୌରୋ ଗାଲାଟସୟରୟେ ଦଳ ପାଇଁ ଖେଳୁଛନ୍ତି ।

ରୋଲ୍ସ-ରୋଏସ୍ ଜେ କ୍ଲାସ୍ ଜାହାଜ ଦ୍ୱାରା ଅନୁପ୍ରାଣିତ ହୋଇ ଏହି ସ୍ୱତନ୍ତ୍ର କାର୍ ତିଆରି କରିଛନ୍ତି । ଏହି ଜେ କ୍ଲାସ୍‌ ଜାହାଜ ୧୯୨୦-୩୦ ଦଶକରେ ବେଶ୍‌ ସ୍ୱତନ୍ତ୍ର ଥିଲା । କେବଳ ଏତିକି ନୁହେଁ, ୧୯୧୦ ର କାର୍ ଡିଜାଇନ୍‌କୁ ଧ୍ୟାନରେ ରଖି ଏହି କାରର ଡିଜାଇନ୍ କରାଯାଇଛି । ଏହି କାରର ବିଶେଷତ୍ୱ ହେଉଛି ଏହାର ଡିଜାଇନ୍ । ଏହି କାରର ଇଣ୍ଟେରିୟର ମଧ୍ୟ ବେଶ୍‌ ଖାସ୍‌ ଅଟେ । ଏହା ଏକ କନର୍ଭଟେବୁଲ କାର ଅଟେ । ଏହାର ଡେକ୍ ପ୍ରଜାପତି ପରି ଖୋଲିଥାଏ । ତେବେ ସ୍ୱତନ୍ତ୍ର ଭାବେ ନିର୍ମାଣ ଭାବେ ରୋଲ୍ସ-ରୋଏସ୍‌ର ଏହି ମଡେଲରେ ମାତ୍ର ୩ଟି କାର ନିର୍ମାଣ କରାଯାଇଥିଲା ।

ରୋଲ୍ସ-ରୋଏସ୍‌ ବୋଟ୍‌ ଟେଲ୍‌ କାରଟି ଲଞ୍ଚ ହେବା ମାତ୍ରେ ବିକ୍ରି ହୋଇଯାଇଥିଲା । ଏହି କାରକୁ କିଣିବା ପାଇଁ ଅନେକ ଧନୀ ବ୍ୟକ୍ତି ଆଗ୍ରହୀ ଥିଲେ । କିନ୍ତୁ ସେମାନେ ଏହି କାରକୁ କିଣି ପାରିନଥିଲେ । ତେବେ ବର୍ତ୍ତମାନ, ରୋଲ୍ସ-ରୋଏସ୍ ଏହି କାରର ପୁନଃନିର୍ମାଣ ବିଷୟରେ କୌଣସି ସୂଚନା ଦେଇନାହିଁ । ଏମିତି କି ଆଗାମୀ କିଛି ବର୍ଷ ମଧ୍ୟରେ ଏହି କାରଟି ପୁନର୍ବାର ତିଆରି ହେବାର କୌଣସି ସମ୍ଭାବନା ମଧ୍ୟ ନାହିଁ । ଏହି ସ୍ୱତନ୍ତ୍ର କାର ତିଆରି କରିବାକୁ ରୋଲ୍ସ-ରୋଏସ୍‌କୁ ପ୍ରାୟ ୪ ବର୍ଷ ଲାଗିଥିଲା । ଏଥିରେ ୧୮୧୩ ପାର୍ଟସ ଲାଗିଥିଲା । ତେଣୁ ଏହି ମଡେଲ କାର୍ କିଛି ବର୍ଷ ମଧ୍ୟରେ ପୁର୍ନବାର ନିର୍ମାଣ ହେବାର ସମ୍ଭାବନା ବହୁତ କ୍ଷୀଣ ।

ଅଧିକ ପଢ଼ନ୍ତୁ: ବିଶ୍ୱର ସବୁଠାରୁ ଦାମୀ ଗାଈ, ଦାମ୍ ଜାଣିଲେ ଉଡ଼ିବ ହୋସ୍...