Advertisment

ମଶା ତିଆରି ଫ୍ୟାକ୍ଟ୍ରି ନିର୍ମାଣ କରୁଛି ଚାଇନା, ଛାଡ଼ିବ ବିଶାକ୍ତ ମଶା

ଚୀନର ଦକ୍ଷିଣାଞ୍ଚଳ ଗୁଆଙ୍ଗଝୋଉରେ ମଶା ଉତ୍ପାଦନ ଫ୍ୟାକ୍ଟ୍ରି ହୋଇଛି। ମଶାଙ୍କୁ ଉପନ୍ନ କରିବାରେ ଚାଇନାର ଏହି ଫ୍ୟାକ୍ଟ୍ରି ଦୁନିଆରେ ସବୁଠୁ ବଡ଼ ଫ୍ୟାକ୍ଟ୍ରି ବୋଲି କୁହାଯାଉଛି। ୩ ହଜାର ୫୦୦ ବର୍ଗ ମିଟରରେ ତିଆରି ହୋଇଥିବା ଏହି ଫ୍ୟାକ୍ଟ୍ରିରେ ୪ଟି ବଡ଼ ୱାର୍କଶପ ରହିଛି। ପ୍ରତି ୱାର୍କଶପରୁ ପ୍ରତି ସପ୍ତାହରେ ପାଖାପାଖି ୫୦ ଲକ୍ଷ ମଶା ଉତ୍ପାଦନ ହେଉଛି। ୪ଟି ୱାର୍କ ସପରେ ପ୍ରାୟ 2 କୋଟି ମଶା ଉତ୍ପାଦନ କରାଯାଉଛି।

ଅଦ୍ୟତନ ହୋଇଛି
Mosquitoes

Mosquitoes

Advertisment

ନୂଆଦିଲ୍ଲୀ: ମଶା ନାଁ ଶୁଣିଲେ ଡର ମାଡୁଛି। କାରଣ ସାରା ଦେଶରେ ଏବେ ଡେଙ୍ଗୁ ଆତଙ୍କ। ଏଥି ଯୋଗୁ ବହୁ ଲୋକଙ୍କ ଜୀବନ ଯାଇଥିବା ବେଳେ ଅନେକ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଖାଲି ଡେଙ୍ଗୁ ନୁହେଁ, ମଶା ଯୋଗୁ ଅନେକ ପ୍ରାଣଘାତୀ ରୋଗ ବି ହେଉଛି। ଯେଉଁଥିରେ କୋଟି କୋଟି ଲୋକଙ୍କ ଜୀବନ ଯାଉଛି। ସାରା ଦୁନିଆ ମଶା ମାରିବା ପାଇଁ ଲାଗିଥିବା ବେଳେ ମଶା ତିଆରି କରିବାରେ ଲାଗିଛି ଚୀନ। ଦେଶବାସୀଙ୍କୁ ମଶା ଦାଉରୁ ରକ୍ଷା କରିବା ପାଇଁ ଏହି ଅଭିନବ କୌଶଳ ଆପଣାଇଛି ଚାଇନା। ମଶାଙ୍କୁ ମାରିବ ମଶା ନୀତି ନେଇ ଏହି ସ୍ୱତନ୍ତ୍ର କାମ ଆରମ୍ଭ କରି ଦେଇଛି। ଫ୍ୟାକ୍ଟ୍ରି ବସାଇ ମଶାଙ୍କୁ ଉତ୍ପାଦନ କରୁଛି। ଯେଉଁ ମଶାମାନେ ରୋଗ ସୃଷ୍ଟି କରୁଥିବା ମଶାଙ୍କୁ ମାରିବେ ବୋଲି ଚର୍ଚ୍ଚା ହେଉଛି।

Advertisment

ଚୀନର ଦକ୍ଷିଣାଞ୍ଚଳ ଗୁଆଙ୍ଗଝୋଉରେ ମଶା ଉତ୍ପାଦନ ଫ୍ୟାକ୍ଟ୍ରି ହୋଇଛି। ମଶାଙ୍କୁ ଉପନ୍ନ କରିବାରେ ଚାଇନାର ଏହି ଫ୍ୟାକ୍ଟ୍ରି ଦୁନିଆରେ ସବୁଠୁ ବଡ଼ ଫ୍ୟାକ୍ଟ୍ରି ବୋଲି କୁହାଯାଉଛି। ୩ ହଜାର ୫୦୦ ବର୍ଗ ମିଟରରେ ତିଆରି ହୋଇଥିବା ଏହି ଫ୍ୟାକ୍ଟ୍ରିରେ ୪ଟି ବଡ଼ ୱାର୍କଶପ ରହିଛି। ପ୍ରତି ୱାର୍କଶପରୁ ପ୍ରତି ସପ୍ତାହରେ ପାଖାପାଖି ୫୦ ଲକ୍ଷ ମଶା ଉତ୍ପାଦନ ହେଉଛି। ୪ଟି ୱାର୍କ ସପରେ ପ୍ରାୟ 2 କୋଟି ମଶା ଉତ୍ପାଦନ କରାଯାଉଛି।

ଚାଇନା ତିଆରି କରୁଥିବା ମଶା ଓ୍ୱାଲବାଚିଆ ବ୍ୟାକ୍ଟେରିଆରୁ ସୃଷ୍ଟି ହେଉଛନ୍ତି। ଯାହାକି ବିଭିନ୍ନ ରୋଗ ବଢାଉଥିବା ମଶାଙ୍କ ସହ ମିଶି ସେମାନଙ୍କ ପ୍ରଜନନ କ୍ଷମତାକୁ ନାଶ କରି ଦେଇଥାଏ। ଫଳରେ ରୋଗ ସୃଷ୍ଟିକାରୀ ମଶାଙ୍କ ସଂଖ୍ୟା କମିବାର ଆଶଙ୍କା ରହିଛି।

Advertisment

ଓ୍ୱାଲବାଚିଆ ବ୍ୟାକ୍ଟେରିଆରୁ ତିଆରି ହେଉଥିବା ମଶାଙ୍କୁ ପ୍ରଥମେ ଗୁଆଙ୍ଗଝୋଉର ଫ୍ୟାକ୍ଟ୍ରିରେ ବ୍ରିଡ୍‌ କରାଯାଏ । ଏହା ପରେ ଏମାନଙ୍କୁ ମଶା ବୃଦ୍ଧି ହୋଇଥିବା ସ୍ଥାନରେ ଛାଡ଼ି ଦିଆଯାଏ। ଏଥି ଯୋଗୁ ସଂପୃକ୍ତ ଅଞ୍ଚଳରେ ମଶା ସଂଖ୍ୟା ହ୍ରାସ ପାଇଥାଏ । ଆଉ ରୋଗରେ ମଧ୍ୟ ରୋକ ଲାଗି ପାରୁଛି ବୋଲି ଅନୁଧ୍ୟାନରୁ ଜଣାପଡିଛି।

Advertisment

ମଶାଙ୍କ ଉପରେ ଅନେକ ଗବେଷଣା କରିବା ପରେ ଏମିତି ଉପାୟ ଆପଣାଇଛି ଚାଇନା। ଆଗାମୀ ଦିନରେ ସାରାଦେଶ ମଶାମୁକ୍ତ ଅଂଚଳ ହେବ ବୋଲି ଚୀନ ଦାବି କରିଛି।

Mosquitoes China
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ