ଋଷ ଉପରେ ୟୁକ୍ରେନ୍‌ର ବଡ଼ ଡ୍ରୋନ୍ ଆକ୍ରମଣ, ବନ୍ଦ କରାଗଲା ମସ୍କୋ ଏୟାରପୋର୍ଟ

ୟୁକ୍ରେନ୍‌ ଡ୍ରୋନ୍‌ ଆକ୍ରମଣରେ ଋଷର ୨ଟି କୋଠା ନଷ୍ଟ ହୋଇଯାଇଛି ।

drone attack

ମସ୍କୋ ଉପରେ ୟୁକ୍ରେନ ଏକ ବଡ଼ ଆକ୍ରମଣ କରିଛି । ମସ୍କୋରେ ଦୁଇଟି କୋଠାକୁ ଟାର୍ଗେଟ କରିଛି ୟୁକ୍ରେନର ସାମରିକ ଡ୍ରୋନ । ଯଦିଓ ଏହି ଆକ୍ରମଣରେ ବିଶେଷ କ୍ଷୟକ୍ଷତିର ସୂଚନା ନାହିଁ, ତଥାପି ମସ୍କୋ ମେୟର କହିଛନ୍ତି ରାତିରେ ଡ୍ରୋନ ଆଟାକ କରାଯାଇଛି । ଫଳରେ ଦୁଇଟି କୋଠା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ତେବେ ଏଥିରେ କୌଣସି ଲୋକ ଆହତ ହୋଇନାହାଁନ୍ତି ।

ଏୟାରପୋର୍ଟ ବନ୍ଦ

ଏହି ଆକ୍ରମଣ ପରେ ଋଷ୍‌ର ବନୁକୋଭୋ ବିମାନ ବନ୍ଦରକୁ ବନ୍ଦ ହୋଇଯାଇଛି ଏବଂ ଏଠାରୁ ବିମାନ ଅବତରଣ ଏବଂ ବିମାନ ଉଡ଼ାଣକୁ କିଛି ସମୟ ପାଇଁ ବନ୍ଦ କରାଯାଇଛି । ୟୁକ୍ରେନ ସୀମାଠାରୁ ପ୍ରାୟ ୫୦୦ କିଲୋମିଟର ଦୂର ସ୍ଥିତ ମସ୍କୋ ଏବଂ ଏହାର ଆଖପାଖ ଅଞ୍ଚଳକୁ ଯୁଦ୍ଧ ସମୟରେ କ୍ୱଚିତ୍ ଟାର୍ଗେଟ କରାଯାଇଥିବା ଜଣାପଡ଼ିଛି ।

ମସ୍କୋ ମେୟର୍‌ ଏନେଇ ଏକ ଟେଲିଗ୍ରାମ ପୋଷ୍ଟ କରିଛନ୍ତି । ସେ ପୋଷ୍ଟରେ ଲେଖିଛନ୍ତି ରାତିରେ ୟୁକ୍ରେନ ଆକ୍ରମଣରେ ୨ଟି ଅଫିସ୍‌ ବ୍ଲକ୍‌ ନଷ୍ଟ ହୋଇଯାଇଛି । ଫଳର ଦୁଇଟି ଅଫିସ୍‌ର ସମ୍ମୁଖ ଭାଗ ସାମାନ୍ୟ ନଷ୍ଟ ହୋଇଛି । ଏଥିରେ କେହି ଆହତ ହୋଇ ନାହାନ୍ତି ।

କିଛି ଦିନ ପୂର୍ବରୁ ଋଷଅଧିକୃତ ମାକିକ୍କା ସହର ଉପରେ ଆକ୍ରମଣ କରିଥିଲା ୟୁକ୍ରେନ । ରାତିରେ ହୋଇଥିବା ଏହି ଆକ୍ରମଣରେ ୟୁକ୍ରେନ ସୈନ୍ୟମାନେ ଆମେରିକାର  ହିମ୍ରାସ ରକେଟ (HIMRAS) ବ୍ୟବହାର କରିଥିଲେ । ୟୁକ୍ରେନ ସେନା ଦୁଇଟି ରକେଟକୁ  ତେଲ ଏବଂ ଅସ୍ତ୍ରଶସ୍ତ୍ର ଡିପୋକୁ ଲକ୍ଷ୍ୟ କରି ନିକ୍ଷେପ କରିଥିଲେ । ପ୍ରଥମେ ରକେଟ୍ ଉତକ୍ଷେପଣରେ ଛୋଟ ବିସ୍ଫୋରଣ ଛୋଟ ହୋଇଥିଲା । କିନ୍ତୁ ଧୀରେ ଧୀରେ ବଡ଼ ବିସ୍ଫୋରଣ ଘଟିଥିଲା ।