Advertisment

ମଙ୍କିପକ୍ସକୁ ଗ୍ଲୋବାଲ୍ ହେଲ୍ଥ ଏମର୍ଜେନ୍ସି ଘୋଷଣା କଲା WHO

କୋଭିଡ୍‌ ମହାମାରୀ ପରେ ବିଶ୍ୱ ପାଇଁ ବିପଦ ସାଜିଛି ମଙ୍କିପକ୍ସ। ଗତ ୩ ବର୍ଷ ହେଲା ମହାମାରି କରୋନା ତାର ସ୍ଥିତି ଜାରି ରଖିଥିବା ବେଳେ ବିପଦ ଏଯାଏ ଟଳିନି। ହେଲେ ଏହାରି ମଧ୍ୟରେ ଗତ କିଛି ମାସ ହେବ ମଙ୍କିପକ୍ସ ନାମକ ଆଉ ଏକ ରୋଗ ଆତଙ୍କ ସୃଷ୍ଟି କରିଛି।

undefined

Monkeypox

Advertisment

ମଙ୍କିପକ୍ସକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସତର୍କଘଣ୍ଟି । ୭୫ଟି ଦେଶରେ ୧୬ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେବା ପରେ, ବସନ୍ତ ଜାତୀୟ ରୋଗ ମଙ୍କିପକ୍ସକୁ ଗ୍ଲୋବାଲ୍ ହେଲ୍ଥ ଏମର୍ଜେନ୍ସି ଘୋଷଣା କଲା ଡବ୍ଲୁଏଚ୍ଓ(WHO) । ବିଦେଶ ଯାତ୍ରୀଙ୍କ ମାଧ୍ୟମରେ ଏହି ସଂକ୍ରମଣ କମ୍ ଦେଖାଯାଉଥିଲେ ମଧ୍ୟ ଏହା ବିଶ୍ୱର ଅଧିକାଂଶ ସ୍ଥାନରେ ଦ୍ରୁତ ଗତିରେ ମାଡ଼ି ଚାଲିଥିବା ଦେଖିବାକୁ ମିଳିଛି ।

Advertisment

ଏନେଇ ସୂଚନା ଦେଇଛନ୍ତି ଡବ୍ଲୁଏଚ୍ଓ ମୁଖ୍ୟ ଟେଡ୍ରସ୍ ଆଧାନମ୍ । ଏଯାଏଁ ମୋଟ ୫ ଜଣଙ୍କ ଜୀବନ ନେଇଛି ଏହି ସଂକ୍ରାମକ ଭୂତାଣୁ ଜନିତ ରୋଗ । ମାସେ ତଳେ ଡବ୍ଲୁଏଚ୍ଓର ଏମର୍ଜେନ୍ସି କମିଟି ବୈଠକରେ ଏନେଇ ଆଲୋଚନା ହୋଇଥିଲା । ସେତେବେଳେ ୪୭ଟି ଦେଶରେ ପ୍ରାୟ ୩ ହଜାରଟି ମାମଲା ଥିଲା । ହେଲେ ମାସେ ଭିତରେ ଏହା ୭୫ଟି ଦେଶକୁ ମାଡ଼ିଗଲାଣି ।

ଏପଟେ ଭାରତ କଥା ଦେଖିଲେ, ଦେଶରେ ମଙ୍କିପକ୍ସ ଆକ୍ରାନ୍ତ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ୩ ଜଣ ଯାକ କେରଳର ଏବଂ ସେମାନେ ବିଦେଶ ଫେରନ୍ତା । ପ୍ରଥମେ କୋଲ୍ଲାମ, ପରେ କୁନ୍ନୁର ଏବଂ ଗତକାଲି ମାଲ୍ଲାପୁରମରେ ଠାବ ହୋଇଛନ୍ତି ତୃତୀୟ ଆକ୍ରାନ୍ତ । ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କେରଳକୁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଟିମ୍ ପଠାଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଏଥିସହ ପୂର୍ବରୁ ଗାଇଡ୍‌ଲାଇନ୍‌ ମଧ୍ୟ ଜାରି ହୋଇଛି ।

Advertisment
WHO Monkeypox Virus
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ