Advertisment

ବାଙ୍ଗଲାଦେଶରେ ପୁଣି ହିନ୍ଦୁଙ୍କ ଉପରେ ଆକ୍ରମଣ : ୨୦ଘର ଜଳାଇ ଦେଲେ ଉପଦ୍ରବୀ

ସୋସିଆଲ ମିଡିଆ ପୋଷ୍ଟ ସହିତ ଏହି ମାମଲା ଜଡିତ ବୋଲି ପୋଲିସ୍ କହିଛନ୍ତି । ଜଣେ ହିନ୍ଦୁ ବ୍ୟକ୍ତିଙ୍କ ଫେସବୁକରେ ଆପତ୍ତିଜନକ ପୋଷ୍ଟ ପରେ ହିଁ ଉତ୍ତେଜନା ଦେଖାଦେଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ସୁରକ୍ଷା ଯୋଗାଇ ଦେବା ସହ ଘର ତଥା ପରିବାରକୁ ଜଗିଥିଲା

ଅଦ୍ୟତନ ହୋଇଛି
Arson attack' on Hindu house in Bangladesh

Arson attack' on Hindu house in Bangladesh

Advertisment

ଢ଼ାକା : ବାଙ୍ଗଲାଦେଶରେ ସାମ୍ପ୍ରଦାୟିକ ହିଂସା ବଢ଼ି ବଢ଼ି ଚାଲିଛି । ଦିନକୁ ଦିନ ଅସ୍ଥିର ହେଉଛି ଦେଶ । ହିନ୍ଦୁଙ୍କ ଅନ୍ୟତମ ମୁଖ୍ୟ ପର୍ବ ଦୁର୍ଗାପୂଜାରେ ତଥା ୧୩ ଅକ୍ଟୋବରରେ ଆରମ୍ଭ ହୋଇଥିବା ହିଂସା ଥମିବାର ନାଁ ନେଉନି । ବାଙ୍ଗଲାଦେଶ କୋମିଲା ଠାରେ ଦୁର୍ଗାପୂଜା ପଣ୍ଡାଲଙ୍କ ଉପରେ ଆକ୍ରମଣ ପରେ ରବିବାର ଦିନ ରଙ୍ଗପୁରର ପରଗଞ୍ଜରେ ଥିବା ହିନ୍ଦୁଙ୍କ ଘରେ ନିଆଁ ଲଗାଇ ଦିଆଯାଇଛି । କିଛି ଉଗ୍ରବାଦୀ ହିନ୍ଦୁଙ୍କର ୨୦ଟି ଘର ପୋଡି ଦେଇଥିବା ସୂଚନା ମିଳିଛି । କିନ୍ତୁ ସ୍ଥାନୀୟ ସଂଗଠନର ସଭାପତିଙ୍କ ଅନୁଯାସାରେ ୬୫ଟି ଘରେ ନିଆଁ ଲଗାଇ ଦେଇଛନ୍ତି ଉଗ୍ରବାଦୀ ।

Advertisment

ସୋସିଆଲ ମିଡିଆ ପୋଷ୍ଟ ସହିତ ଏହି ମାମଲା ଜଡିତ ବୋଲି ପୋଲିସ୍ କହିଛନ୍ତି । ଜଣେ ହିନ୍ଦୁ ବ୍ୟକ୍ତିଙ୍କ ଫେସବୁକରେ ଆପତ୍ତିଜନକ ପୋଷ୍ଟ ପରେ ହିଁ ଉତ୍ତେଜନା ଦେଖାଦେଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ସୁରକ୍ଷା ଯୋଗାଇ ଦେବା ସହ ଘର ତଥା ପରିବାରକୁ ଜଗିଥିଲା । ହେଲେ ଉଗ୍ରବାଦୀମାନେ ନିକଟସ୍ଥ ଘରେ ଗୁଡ଼ିକରେ ନିଆଁ ଲଗାଇ ଦେଇଥିଲେ। ଉପଦ୍ରବୀମାନେ ଜମାତ-ଇ-ଇସଲାମୀର ସ୍ଥାନୀୟ ୟୁନିଟ୍ ଏବଂ ଇସଲାମିକ୍ ଛାତ୍ର ଶିବିରର ଥିଲେ ବୋଲି କହିଛନ୍ତି ଢ଼ାକା ଟ୍ରିବ୍ୟୁନର ସଭାପତି ମହମ୍ମଦ ସାଦକୁଲ ।

Advertisment

ସୋସିଆଲ ମିଡିଆରେ କିଛି ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏଗୁଡ଼ିକ ପରଗଞ୍ଜରେ ହିନ୍ଦୁଙ୍କ ଘର ପୋଡ଼ିବାର ଦୃଶ୍ୟ ବୋଲି ଦାବି କରାଯାଉଛି । ଭିଡିଓରେ ଗାଁର ଘର ଜଳୁଥିବା ଦେଖିବାକୁ ମିଳିଛି ଏବଂ ଆକ୍ରମଣକାରୀଙ୍କ ସହ ପୋଲିସ ସଂଘର୍ଷ କରୁଛି । ତେବେ ଅଗ୍ନିକାଣ୍ଡ ପରେ ତୁରନ୍ତ ପୋଲିସ ଏବଂ ଆକ୍ରମଣକାରୀଙ୍କ ମଧ୍ୟରେ ସଂଘର୍ଷ ତଥା ଗୁଳି ବିନିମୟ ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ଢ଼ାକା ଟ୍ରିବ୍ୟୁନ୍ ଏହି ଭିଡିଓ ଗୁଡିକର ସତ୍ୟତା ସ୍ପଷ୍ଟ କରିନାହିଁ ।

ସୂଚନାଯୋଗ୍ୟ କୋମିଲାରେ ଦୁର୍ଗାପୂଜା ପଣ୍ଡାଲରେ ଆକ୍ରମଣ ଯୋଗୁଁ ୧୨ ଜଣରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି । ମୂର୍ତ୍ତି ବସର୍ଜନ ସହ ୧୦ ଦିନିଆ ପର୍ବ ମଧ୍ୟ ସମାପ୍ତ ହୋଇସାରିଛି । ତଥାପି ଉତ୍ତେଜନା ଥମିନି । ଅପ୍ରୀତିକର ଘଟଣା ଆଶଙ୍କା କରି ପୂର୍ବରୁ ଦୁର୍ଗାପୂଜା ପଣ୍ଡାଲର ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦେଇଥିଲା ପୋଲିସ୍ । ଏହାସହ ବାଙ୍ଗଲାଦେଶ ସେନାଙ୍କୁ ବିଭିନ୍ନ ଜିଲ୍ଲାକୁ ପଠାଇ ଦିଆଯାଇଥିଲା ।

Advertisment

ସାମ୍ପ୍ରଦାୟିକ ହିଂସାରେ ଚାନ୍ଦପୁରର ହାଜିଗଞ୍ଜରେ ପୂଜାସ୍ଥଳରେ ଆକ୍ରମଣ ଯୋଗୁଁ ଅତି କମରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିଲା । ସେହିପରି ଶୁକ୍ରବାର ଦିନ ନୋଆଖାଲିର ହିନ୍ଦୁ ମନ୍ଦିରରେ ଆକ୍ରମଣ କରିବା ଫଳରେ ଦୁଇ ଜଣ ଶ୍ରଦ୍ଧାଳୁ ପ୍ରାଣ ହରାଇଥିଲେ । ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଠାରୁ ଆରମ୍ଭ କରି ଗୃହମନ୍ତ୍ରୀ ସମସ୍ତେ, ଏହି ଆକ୍ରମଣକୁ ତୀବ୍ର ସମାଲୋଚନା ରିବା ସହ ଦେଶକୁ ଅସ୍ଥିର କରିବା ପାଇଁ ଷଡଯନ୍ତ୍ର କରାଯାଉଛି ବୋଲି ସେମାନେ କହିଛନ୍ତି।

Bangladesh Hindu 'Arson Attack'
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ