Advertisment

ନେପାଳ ବିମାନ କ୍ରାସ : ୪ ନିଖୋଜ ଭାରତୀୟଙ୍କ ପରିଚୟ ମିଳିଲା

ନେପାଳର ପୋଖରା ଠାରୁ ଜୋମସୋମକୁ ଯାଉଥିବା ଏକ ବିମାନ ଦୁର୍ଘଟଣାର ଶିକାର ହୋଇଥିବା ସୂଚନା ମିଳିଛି

ଅଦ୍ୟତନ ହୋଇଛି
nepal

nepal

Advertisment

ମଝି ଆକାଶରେ ନିଖୋଜ ହୋଇଥିବା ବିମାନର ପତ୍ତା ମିଳିଛି । ନେପାଳର ପୋଖରା ଠାରୁ ଜୋମସୋମକୁ ଯାଉଥିବା ବିମାନ ଦୁର୍ଘଟଣାର ଶିକାର ହୋଇଥିବା ସୂଚନା ମିଳିଛି । ଏହି ବିମାନରେ କ୍ରୁ ସଦସ୍ୟଙ୍କ ସମେତ ୨୨ ଜଣ ଲୋକ ସବାର ଥିଲେ, ଯେଉଁଥିରେ ଚାରିଜଣ ଭାରତୀୟ ମଧ୍ୟ ଥିଲେ । ତେବେ ବିମାନରେ ସବାର ଥିବା ଚାରିଜଣ ଭାରତୀୟଙ୍କ ପରିଚୟ ମିଳିଛି । ତାଙ୍କ ନାମ ହେଉଛି କୁମାର ତ୍ରିପାଠୀ, ଧନୁଷ ତ୍ରିପାଠୀ, ରିତିକା ତ୍ରିପାଠୀ ଏବଂ ବୈଭବୀ ତ୍ରିପାଠୀ ।

Advertisment

ଏହା ବ୍ୟତୀତ ବିମାନରେ ଇନ୍ଦ୍ର ବାହାଦୂର ଗୋଲେ, ପୁରୁଷୋତ୍ତମ ଗୋଲ, ରାଜନ କୁମାର ଗୋଲେ, ବସନ୍ତ ଲାମା, ଗଣେଶ ନାରାୟଣ ଶ୍ରେଷ୍ଟା, ରବୀନା ଶ୍ରେଷ୍ଠ, ରଶ୍ମୀ ଶ୍ରେଷ୍ଠ, ପ୍ରକାଶ ସୁନୁଭର୍, ମକର ବାହାଦୂର ତମାଙ୍ଗ, ରାମମାୟା ତମାଙ୍ଗ, ସୁକୁମାୟା ତମାଙ୍ଗ, ତୁଲସୀ ଦେବୀ ତମାଙ୍ଗ, ଅଶୋକ, ମାଇକ୍ ଗ୍ରେଟ୍, ଓୱେ ୱିଲନର୍ ସାମିଲ ଅଛନ୍ତି ।

ସକାଳ ୧୦.୦୭ ପରଠାରୁ ବିମାନ ସହିତ କୌଣସି ଯୋଗାଯୋଗ ହୋଇପାରି ନଥିବା ବିମାନ ବନ୍ଦର କର୍ତ୍ତୃପକ୍ଷ କହିଥିଲେ । ତେବେ ଅପରାହ୍ନ ପ୍ରାୟ ୪ଟା ବେଳେ ବିମାନର ଭଗ୍ନାବଶେଷ ମିଳିଛି ​​। ତେବେ ଏନେଇ ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରର ମୁଖ୍ୟ କହିଛନ୍ତି ଯେ ଘଟଣାସ୍ଥଳରେ ତଦନ୍ତ ଚାଲିଛି ।

Advertisment

ଏହାପୂର୍ବରୁ ଜୋମସମ ବିମାନବନ୍ଦରର ଟ୍ରାଫିକ ନିୟନ୍ତ୍ରକ କହିଥିଲେ, ଘାସ ଅଞ୍ଚଳରେ ପ୍ରବଳ ବିସ୍ଫୋରଣ ହେବାର ଖବର ଆସିଛି । ତେବେ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିଲା । ତେବେ ବିସ୍ପୋରଣ ଶୁଣିବା ପରେ ସେଠାକୁ ହେଲିକପ୍ଟର ପଠାଯାଇଥିଲା ।

ସୂଚନାଯୋଗ୍ୟ ନିଖୋଜ ବିମାନଟି ଟୁରିଷ୍ଟ୍‌ ଟାଉନ୍‌ ପୋଖରାରୁ ଜୋମ୍‌ସୋମ୍‌ ଅଭିମୁଖେ ବାହାରିଥିଲା । ଶେଷଥର ପାଇଁ ବିମାନଟି ମୁସ୍ତାଙ୍ଗ ଜିଲ୍ଲାର ଜୋମ୍‌ସୋମ୍‌ ଆକାଶରେ ଦେଖିବାକୁ ମିଳିଥିଲା । ଏହାପରେ ବିମାନଟିକୁ ଏମ୍‌ଟି. ଧଉଳିଗିରି ଅଭିମୁଖେ ଡାଇଭର୍ଟ କରାଯାଇଥିଲା । ଆଉ ତା’ପର ଠାରୁ ବିମାନ ସହ କୌଣସି ଯୋଗାଯୋଗ ହୋଇପାରି ନଥିଲା ।

Advertisment

ବିମାନରେ ୪ ଜଣ ଭାରତୀୟ, ୩ ଜଣ ଜାପାନୀ ଯାତ୍ରୀ ଥିଲେ। ଅନ୍ୟ ଯାତ୍ରୀମାନେ ନେପାଳର ବୋଲି ଜଣାପଡ଼ିଥିଲା । ବିମାନ ନିଖୋଜ ଖବର ଜଣାପଡ଼ିବା ପରେ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଥିଲା । ନିଖୋଜ ବିମାନକୁ ଠାବ କରିବା ଲାଗି ସର୍ଚ୍ଚ ଅପରେସନରେ ହେଲିକପ୍ଟର ନିୟୋଜିତ କରାଯାଇଥିଲା ।

Nepal Plane Missing
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ