Advertisment

୧୧ଦିନ ଭୋକଶୋଷରେ ରହିବା ପରେ ୩ ପଳାୟନକାରୀ ଜାହାଜରୁ ଉଦ୍ଧାର

୧୧ଦିନ ଧରି ଭୋକ ଓ ଶୋଷରେ ପରେ ସ୍ପେନ କୋଷ୍ଟଗାର୍ଡ ଦ୍ୱାରା ୩ ଜଣ ବ୍ୟକ୍ତି ଉଦ୍ଧାର ହୋଇଛନ୍ତି। ଏକ ବଡ ଜାହାଜରେ ଏମାନେ ନାଇଜେରିଆର ଲାଗୋସ୍ ଛାଡି ଲୁଚି ପଳେଇଯାଉଥିବା ବେଳେ କେନରୀ ଦ୍ୱୀପରେ ପହଞ୍ଚିଥିଲେ।

ଅଦ୍ୟତନ ହୋଇଛି
African Migrants

Migrants spend 11 days in sea from nigeria

Advertisment

ସମୁଦ୍ରରେ ୩ ଜଣ ବ୍ୟକ୍ତି ୧୧ଦିନ ଧରି ଭୋକ ଓ ଶୋଷରେ ପରେ ସ୍ପେନ କୋଷ୍ଟଗାର୍ଡ ଦ୍ୱାରା ଉଦ୍ଧାର ହୋଇଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏକ ବଡ ଜାହାଜରେ ନାଇଜେରିଆର ଲାଗୋସ୍‌ ଛାଡି ଲୁଚି ପଳେଇଯାଉଥିବା ଏହି ସମସ୍ତ ଲୋକ କେନରୀ ଦ୍ୱୀପରେ ପହଞ୍ଚିଥିଲେ।

Advertisment

ଏକ ରିପୋର୍ଟ ଅନୁଯାୟୀ, ଯେତେବେଳେ ସମସ୍ତଙ୍କୁ ଉଦ୍ଧାର କରାଯାଇଥିଲା, ସେତେବେଳେ ସେମାନଙ୍କ ପାଖରେ ଡିହାଇଡ୍ରେସନ୍ ଏବଂ ହାଇପୋଥର୍ମିଆର ଲକ୍ଷଣ ମିଳିଥିଲା। ପରେ ସେମାନଙ୍କୁ ତୁରନ୍ତ ସେହି ଦ୍ୱୀପରେ ଥିବା ଏକ ଡାକ୍ତରଖାନାକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିଲା।

ସଲ୍ଲାମେଣ୍ଟୋ ମାରିଟିମୋ ନାମକ ଜଣେ ବ୍ୟକ୍ତି ସୋମବାର ଏହାର ଏକ ଫଟୋ ଟ୍ୱିଟର୍‌ରେ ପୋଷ୍ଟ୍‌ କରିଛନ୍ତି। ଏହି ତିନି ଛଦ୍ମବେଶୀ ଯାତ୍ରୀ ତୈଳ ଏବଂ ରାସାୟନିକ ଟ୍ୟାଙ୍କର୍ ଆଲିଥିନି-୨ର ମଙ୍ଗରେ ଲୁଚିଥିବା ଦେଖିବାକୁ ମିଳିଥିଲା।

Advertisment

ସେହି ପୋଷ୍ଟର କ୍ୟାପ୍‌ସନ ସେଠାକାର ଲୋକାଲ୍ ଭାଷାରେ ଲେଖାଥିଲା। ଅନୁବାଦ କରିବାରୁ ଜଣାପଡିଥିଲା ଯେ “ଆଜି ଅପରାହ୍ନରେ ସାଲଭାମର ନୁଙ୍କି ଲାସ୍ ପାଲମାସ୍ ବନ୍ଦରରେ ଲଙ୍ଗର ହୋଇଥିବା ଏବଂ ନାଇଜେରିଆରୁ ଆସୁଥିବା ଆଲିଥିନି-୨ ଜାହାଜର ରଡର୍ ବ୍ଲେଡରେ ତିନିଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା। ସେମାନଙ୍କୁ ବନ୍ଦର ଆଡକୁ ଅଣାଯାଇ ଚିକିତ୍ସା କରାଯାଉଛି।”

କୁହାଯାଉଛି ଯେ, ତିନିଜଣ ପ୍ରବାସୀ ଜାହାଜର ମଙ୍ଗରେ ବସିଥିବା ବେଳେ ଆଟଲାଣ୍ଟିକ୍ ମହାସାଗରର କିଛି ଫୁଟ ଉପରେ ସେମାନଙ୍କ ଗୋଡ ଝୁଲୁଥିଲା। ସାମୁଦ୍ରିକ ଯାତାୟାତ ଅନୁଯାୟୀ ନାଇଜେରିଆର ଲାଗୋସ୍‌ରୁ ୧୧ ଦିନିଆ ଯାତ୍ରା ପରେ ସୋମବାର ଅପରାହ୍ନରେ ମାଲ୍‌ଟିଜ୍-ଫ୍ଲାଗ୍ ଥିବା ଆଲିଥିନି-୨ ଜାହାଜ ଗ୍ରେନ୍ କେନରିଆର ଲାସ୍ ପାଲମାସରେ ପହଞ୍ଚିଥିଲା।

Advertisment

ଆହୁରି ମଧ୍ୟ କୁହାଯାଇଛି ଯେ ଭୂମଧ୍ୟସାଗର ମାର୍ଗରେ ଯାଞ୍ଚ କଡାକଡି ହେବା ପରେ ୨୦୨୧ ଶେଷ ସୁଦ୍ଧା ଉତ୍ତର ଆଫ୍ରିକାରୁ କେନରିକୁ ପ୍ରବାସୀଙ୍କ ବିପଜ୍ଜନକ ସୀମା ପାର୍ ଆଶ୍ଚର୍ଯ୍ୟଜନକ ଭାବେ ବୃଦ୍ଧି ପାଇଛି।

Spain Nigeria
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ