Advertisment

ଆସିଲା ନୂଆ ବିପଦ : ମାରାତ୍ମକ ହେଉଛି ମାରବର୍ଗ ଭାଇରସ

ଦୁନିଆରେ କରୋନା ଭାଇରସକୁ ନେଇ ଆତଙ୍କ ରହିଛି। ଏହାରି ଭିତରେ ଆଉ ଏକ ନୂଆ ବିପଦ ସାମ୍ନାକୁ ଆସିଲାଣି। ପଶ୍ଚିମ ଆଫ୍ରିକୀୟ ଦେଶ ଗିନିରେ ମାରାତ୍ମକ ମାରବର୍ଗ ଭାଇରସର ପ୍ରଥମ ମାମଲା ସାମ୍ନାକୁ ଆସିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ଏହା ନିଶ୍ଚିତ କରିଛି। ଏହି ଭାଇରସକୁ ଇବୋଲା ଏବଂ କରୋନା ଅପେକ୍ଷା ଅଧିକ ବିପଜ୍ଜନକ ବୋଲି ବିବେଚନା କରାଯାଉଛି। ଏହା ପଶୁମାନଙ୍କଠାରୁ ମଣିଷ ପର୍ଯ୍ୟନ୍ତ ମଧ୍ୟ ବ୍ୟାପିପାରେ। ଏଭଳି ପରିସ୍ଥିତିରେ ଗିନିର ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ଆସିଲା ନୂଆ ବିପଦ : ମାରାତ୍ମକ ହେଉଛି ମାରବର୍ଗ ଭାଇରସ

Marburg Virus

Advertisment

ଜେନେଭା : ଦୁନିଆରେ କରୋନା ଭାଇରସକୁ ନେଇ ଆତଙ୍କ ରହିଛି। ଏହାରି ଭିତରେ ଆଉ ଏକ ନୂଆ ବିପଦ ସାମ୍ନାକୁ ଆସିଲାଣି। ପଶ୍ଚିମ ଆଫ୍ରିକୀୟ ଦେଶ ଗିନିରେ ମାରାତ୍ମକ ମାରବର୍ଗ ଭାଇରସର ପ୍ରଥମ ମାମଲା ସାମ୍ନାକୁ ଆସିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ଏହା ନିଶ୍ଚିତ କରିଛି। ଏହି ଭାଇରସକୁ ଇବୋଲା ଏବଂ କରୋନା ଅପେକ୍ଷା ଅଧିକ ବିପଜ୍ଜନକ ବୋଲି ବିବେଚନା କରାଯାଉଛି। ଏହା ପଶୁମାନଙ୍କଠାରୁ ମଣିଷ ପର୍ଯ୍ୟନ୍ତ ମଧ୍ୟ ବ୍ୟାପିପାରେ। ଏଭଳି ପରିସ୍ଥିତିରେ ଗିନିର ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।

Advertisment

WHO କହିଛି ଯେ ଏହି ଭାଇରସ୍ ବାଦୁଡି ଦ୍ୱାରା ସଂକ୍ରମିତ ହେଉଛି। ଏହାର ମୃତ୍ୟୁ ହାର ୮୮ ପ୍ରତିଶତ ପର୍ଯ୍ୟନ୍ତ ରହିଛି। ଅଗଷ୍ଟ ୨ରେ ଦକ୍ଷିଣ ଗୁଏକେଡୋ ପ୍ରଦେଶରେ ଜଣେ ରୋଗୀର ମୃତ୍ୟୁ ହୋଇଥିଲା। ଏହି ଭାଇରସ୍‌ର ନମୁନା ତାଙ୍କ ପାଖରେ ଦେଖିବାକୁ ମିଳିଥିଲା। ପୋଷ୍ଟମର୍ଟମ ରିପୋର୍ଟରେ ଏହି ବ୍ୟକ୍ତିଙ୍କଠାରେ ଇବୋଲା ମିଳି ନ ଥିଲା, କିନ୍ତୁ ମାରବର୍ଗ ଭାଇରସ ମିଳିଥିଲା।

Advertisment

ଆଫ୍ରିକା ପାଇଁ WHO ର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମାତ୍ଶିଡିଶୋ ମୋଏଟି କହିଛନ୍ତି ଯେ ମାର୍‌ବର୍ଗ ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଆମକୁ କେବଳ ଏହାର ଟ୍ରାକରେ ହିଁ ରୋକ ଦେବାକୁ ହେବ।

ଗିନିରେ ମାର୍‌ବର୍ଗ ଭାଇରସ ସେହି ସମୟରେ ଚିହ୍ନଟ ହୋଇଛି ଯେତେବେଳେ WHO ଦୁଇ ମାସ ପୂର୍ବେ ଏଠାରେ ଇବୋଲା ଭାଇରସ ଶେଷ ହେବାର ଘୋଷଣା କରିଥିଲା। ଗତ ବର୍ଷ ଇବୋଲା ଏଠାରେ ଆରମ୍ଭ ହୋଇଥିଲା ଯେଉଁଥିରେ ୧୨ ଜଣ ପ୍ରାଣ ହରାଇଥିଲେ। ଏଥିସହିତ WHO କହିଛି ଯେ ଏହାର ବିପଦ ଆଞ୍ଚଳିକ ଏବଂ ବିଶ୍ୱ ସ୍ତରରେ ବହୁ କମ୍ ଅଟେ।

Advertisment

ମୋଏଟିଙ୍କ କହିବା କଥା, ଆମେ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ କାର୍ଯ୍ୟ କରୁଛୁ ଯେଉଁଥିରେ ଇବୋଲା ପ୍ରବନ୍ଧନରେ ଗିନିର ପୂର୍ବ ଅଭିଜ୍ଞତା ଏବଂ ବିଶେଷଜ୍ଞ ଆଧାର ଉପରେ ଏହି ଭାଇରସକୁ ରୋକ ଦେବାରେ କାମ କରାଯାଇ ପାରିବ। ଗିନି ସରକାର ମଧ୍ୟ ଏକ ବିବୃତ୍ତିରେ ମାରବର୍ଗ ମାମଲାକୁ ନିଶ୍ଚିତ କରିଛନ୍ତି।

WHO ଅନୁଯାୟୀ, ଥରେ ଜଣେ ବ୍ୟକ୍ତି ଏହାର ସଂସ୍ପର୍ଶରେ ଆସିବା ପରେ ଶରୀରରୁ ବାହାରୁଥିବା ତରଳ ପଦାର୍ଥ ବିଭିନ୍ନ ସାମଗ୍ରୀର ସଂପର୍କରେ ଆସି ବ୍ୟକ୍ତିଙ୍କୁ ଏତେ ସଂକ୍ରମିତ କରେ ଯେ ଯଦି ଉପଯୁକ୍ତ ଚିକିତ୍ସା ଗ୍ରହଣ କରା ନ ଯାଏ ତେବେ ବ୍ୟକ୍ତିର ମୃତ୍ୟୁ ହୋଇପାରେ।

COVID-19 Marburg Virus
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ