Advertisment

କ୍ରିକେଟ୍‌ ମ୍ୟାଚ୍‌ ବେଳେ ପିଚ୍‌ ଉପରେ ସ୍କୁଟର ଚଲାଇଲା ଯୁବକ, ଭିଡିଓ ଭାଇରାଲ

କିଛି କ୍ଷଣ ପାଇଁ ଖେଳାଳିମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଅଦ୍ୟତନ ହୋଇଛି
Make what you want of this visual. (Twitter)

Make what you want of this visual. (Twitter)

Advertisment

କ୍ରିକେଟ୍‌ ମ୍ୟାଚ୍‌ ଚାଲୁଥିବା ବେଳେ ପିଚ୍‌ ଉପରେ ଗଡ଼ିଲା ସ୍କୁଟର। ଅଧାରୁ ଅଟକିଲା ଖେଳ। ଟେଲିଭିଜନ୍‌ରେ ଲାଇଭ୍‌ ମ୍ୟାଚ୍ ଚାଲୁଥିବା ବେଳେ ହଠାତ୍‌ ପିଚ୍ ଉପରେ ସ୍କୁଟର ଚାଲିଆସିବା ବେଳର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ ସମୟରେ ଜଣେ ଯୁବକଙ୍କ ଏପରି କାରନାମାକୁ ନେଇ ସୋସିଆଲ ମିଡିଆ ୟୁଜର୍ସମାନେ ମଜାକ ଉଡାଇଛନ୍ତି। ଏହି ଭିଡିଓ ଫେସବୁକ୍‌ ଠାରୁ ଆରମ୍ଭ କରି ଟିକ୍‌ଟକ ଓ ଟ୍ୱିଟର ସେୟାର ହୋଇଛି। 

Advertisment

ଇଂଲଣ୍ଡ ସାଉଥମ୍ପଟନ୍‌ ଠାରେ କ୍ଲବ୍‌ ଗେମ୍‌ର ଏକ ମ୍ୟାଚ୍ ଚାଲୁଥିବା ସମୟରେ ଗ୍ରାଉଣ୍ଡ ଭିତରକୁ ଜଣେ ଯୁବକ ସ୍କୁଟର୍‌ ନେଇ ଚାଲିଆସିଥିଲେ ଓ ପିଚ୍ ଉପରକୁ ଚଢିଯାଇଥିଲେ। କିଛି କ୍ଷଣ ପାଇଁ ଖେଳାଳି ମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏପରିକି କମେଣ୍ଟେଟର୍‌ ଜୋର୍‌ରେ ଚିଲାଇଥିଲେ।ଏହାପରେ ମ୍ୟାଚ୍‌କୁ ସାମୟିକ ସ୍ଥଗିତ କରାଯାଇଥିଲା। ଏହି ଭିଡିଓଟି ଗତ ଏପ୍ରିଲ ୩୦ରେ ସୋଟନ୍‌ ୟୁନିଭର୍ସିଟି କ୍ରିକେଟ୍‌ର ଟ୍ୱିଟର୍‌ରେ ସେୟାର କରାଯାଇଥିଲା। "Welcome to Pompey boys, Job Centre's the other way," ଟ୍ୱିଟ୍‌ରେ ଉଲ୍ଲେଖ କରାଯାଇଥିଲା। 

Advertisment

କ୍ରିକେଟ୍‌ ମ୍ୟାଚ ଚାଲୁଥିବା ବେଳେ ଗ୍ରାଉଣ୍ଡ ଭିତରକୁ କୁକୁର, ବିଲେଇ ପରି ପଶୁମାନେ ଏଣ୍ଟ୍ରି ମାରିବା ଆମେ ଅନେକ ସମୟରେ ଦେଖିଛେ। ଏପରିକି ସାଇଡ୍‌ ସ୍କ୍ରିନ୍‌ ଛିଡା ହେବା ପରେ ସାମୟିକ ପାଇଁ ଖେଳ ବନ୍ଦ ହୋଇଛି। ଅନ୍ତର୍ଜାତୀୟ ମ୍ୟାଚ ଚାଲୁଥିବା ବେଳେ ଗ୍ୟାଲେରୀରେ ଥିବା ଜଣେ ଦର୍ଶକ ବାହାରି ଆସି ପଡ଼ିଆ ଭିତରେ ଦୌଡ଼ିଥିଲେ। ମ୍ୟାଚ୍‌ ଚାଲୁଥିବା ବେଳେ ପଡ଼ିଆ ଭିତରକୁ ଜଣେ ପ୍ରଶଂସକ ଦୌଡ଼ି ଆସି ମହେନ୍ଦ୍ର ସିଂ ଧୋନୀଙ୍କୁ ଖୁସି ଜାବୁଡ଼ି ଧରିଥିଲେ। ଏସବୁର ଦୃଶ୍ୟ କ୍ୟାମେରାରେ କଏଦ ହେଲା ପରେ ବେଶ ଭାଇରାଲ ହୋଇଥିଲା।  

୨୦୧୭ରେ ଦିଲ୍ଲୀ ଓ ଉତ୍ତର ପ୍ରଦେଶ ମଧ୍ୟରେ ମ୍ୟାଚ ଚାଲୁଥିବା ବେଳେ ଗିରିଶ ଶର୍ମା ନାମକ ଜଣେ ବ୍ୟକ୍ତି କାର୍‌ ନେଇ ପଡ଼ିଆ ଭିତରକୁ ଚାଲିଆସିଥିଲେ। ହେଲେ ପରେ ପିଚ୍‌ କୌଣସି କ୍ଷତିଗ୍ରସ୍ତ ହୋଇନଥିବା ରେଫରୀ କହିଥିଲେ। ସେହି ମ୍ୟାଚ୍‌ରେ ଗୌତମ ଗମ୍ଭୀର, ସୁରେଶ ରାଇନା ଓ ଇଶାନ୍ତ ଶର୍ମା ଉପସ୍ଥିତ ଥିଲେ। 

Advertisment
Man Rides Scooter Scooter In Pitch
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ