ପରିବା ବାକ୍ସ ଭାବି ମଣିଷକୁ ମାରିଦେଲା ରୋବୋଟ୍‌

ଗୋଟିଏ ରୋବୋଟ ପରିବା ବାକ୍ସ ଭାବି ଜଣେ ମଣିଷକୁ ମାରି ଦେଇଛି । ସାଉଥକୋରିଆ ଜ୍ୟୋଙ୍ଗସାଙ୍ଗ ପ୍ରୋଭିନ୍ସର ଏକ କୃଷି ଉତ୍ପାଦ ବିତରଣ କେନ୍ଦ୍ରରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

Robot Killed Man

ମଣିଷକୁ ପରିବା ବକ୍ସ ଭାବି ମାରିଦେଲା ରୋବୋଟ୍‌ । ଲଙ୍କା ବାକ୍ସ ଗୁଡିକୁ ଥାକ କରି ରଖୁଥିବା ସମୟରେ ହଠାତ ପ୍ରୋଗ୍ରାମିଙ୍ଗରେ ତ୍ରୁଟି ଦେଖାଦେବା ପରେ ଘଟିଛି ଏଭଳି ଅଘଟଣ । ଏକବିଂଶ ଶତାବ୍ଦୀରେ ଅତ୍ୟାଧୁନିକ ଜ୍ଞାନକୌଶଳ ସହୟତାରେ ମଣିଷ ସୂର୍ଯ୍ୟରେ ପହଁଞ୍ଚିବାକୁ ଚେଷ୍ଟା କରୁଛି । ଶିକ୍ଷା, ସ୍ୱାସ୍ଥ୍ୟଠୁ ନେଇ ମନୋରଞ୍ଜନ ଯାଏ ସବୁଠି ବ୍ୟବହାର ହେଉଛି ନୂତନ ତଥା ଅତ୍ୟାଧୁନିକ ଜ୍ଞାନକୌଶଳ । ନିଜଭଳି ଅବିକଳ ଆକୃତି ତିଆରି କରି ଅନେକ କିଛି କାର୍ଯ୍ୟ କରିବାର ଲକ୍ଷ୍ୟ ରଖୁଛି ଆଜିର ମଣିଷ । ଯାହାକୁ ଆମେ ରୋବୋ ବା ରୋବୋଟ ବୋଲି କହୁଛେ । କିନ୍ତୁ ମଣିଷ ବିଜ୍ଞାନକୁ ନେଇ ଯେତେ ଆଗକୁ ଗଲେ ମଧ୍ୟ ବେଳେବେଳେ ଅଜ୍ଞାନତା ଭଳି ଖବର ଦେଖିବାକୁ ମିଳୁଛି । ଯାହା ଅତି ଦୁଃଖଦପୂର୍ଣ୍ଣ ସାବ୍ୟସ୍ତ ହେଉଛି ।

ଏଭଳି ଏକ ହୃଦୟବିଦାରକ ଖବର ଆସିଛି ସାଉଥକୋରିଆରୁ । ଯେଉଁଠି ଗୋଟିଏ ରୋବୋଟ ପରିବା ବାକ୍ସ ଭାବି ଜଣେ ମଣିଷକୁ ମାରି ଦେଇଛି । ସାଉଥକୋରିଆ ଜ୍ୟୋଙ୍ଗସାଙ୍ଗ ପ୍ରୋଭିନ୍ସର ଏକ କୃଷି ଉତ୍ପାଦ ବିତରଣ କେନ୍ଦ୍ରରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏହି କେନ୍ଦ୍ରରେ ଏକ ରୋବୋଟ, ଲଙ୍କା ବାକ୍ସ ଗୁଡିକୁ ଥାକ କରି ରଖୁଥିବା ସମୟରେ ହଠାତ ପ୍ରୋଗ୍ରାମିଙ୍ଗରେ ତ୍ରୁଟି ଦେଖାଦେଇଥିଲା । ଯାହା ଫଳରେ ପରେ ସେହି କେନ୍ଦ୍ରରେ କାମ କରୁଥିବା ଜଣେ କର୍ମଚାରୀଙ୍କୁ ଲଙ୍କା ବାକ୍ସ ଭାବି ରୋବୋଟ ଟି ଉଠାଇନେବା ସମୟରେ ରୋବୋଟର କନଭେୟର ବେଲ୍ଟରେ ଦଳି ଚକଟି ହୋଇଯାଇଥିଲେ ସେହି ବ୍ୟକ୍ତି ।

ପୁନଶ୍ଚ ରୋବଟି କର୍ମଚାରୀ ଜଣଙ୍କୁ ଥାକ ଉପରେ ରଖିବା ପରେ ଆଗକୁ ଚାପି ଠେଲିଦେବା ପରେ କର୍ମଚାରୀ ଜଣଙ୍କ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିଲେ । ଯଦିଓ ତୁରନ୍ତ ତାଙ୍କୁ ନିକଟସ୍ଥ ହସପିଟାଲ ନିଆଯାଇଥିଲା କିନ୍ତୁ ପରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଚଳିତ ବର୍ଷ ସାଉଥକୋରିଆରେ ରୋବୋଟ ଜନିତ ମୃତ୍ୟୁ ସଂଖ୍ୟା ୨ ରେ ପହଁଞ୍ଚିଛି ।

(ରିପୋର୍ଟ-ବିକ୍ରମ ସାହୁ)