ISKCON
ଇସ୍କନର ଗୋବିନ୍ଦା ରେଷ୍ଟୁରାଣ୍ଟରେ ଜଣେ ଯୁବକ ଫ୍ରାଏଡ ଚିକେନ ଖାଉଥିବାର ଦୃଶ୍ୟ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଏହା ଏକ ନିରାମିଷ ରେଷ୍ଟୁରାଣ୍ଟ ହୋଇଥିଲେ ବି ଏମିତି ଏକ ଘଟଣା ଘଟିଯାଇଛି । ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଏହି ଭିଡିଓରେ ଦେଖାଯାଉଛି ଯେ ଜଣେ ଅଣଭାରତୀୟ ଇସ୍କନର ପ୍ରସିଦ୍ଧ ନିରାମିଷ ରେଷ୍ଟୁରାଣ୍ଟ ଗୋବିନ୍ଦାରେ ପ୍ରବେଶ କରି ପଚାରୁଛନ୍ତି ଯେ ଏଠାରେ ମାଂସ ପରଷା ଯାଉଛି କି ନାହିଁ । ଉପସ୍ଥିତ କର୍ମଚାରୀ ମନା କରିବା ପରେ ସେ ଏକ ପ୍ୟାକେଟରୁ ଚିକେନ ବାହାର କରି ରେଷ୍ଟୁରାଣ୍ଟ ଭିତରେ ଖାଇବା ଆରମ୍ଭ କରିଥିଲେ।ଏହି ଘଟଣା ଲଣ୍ଡନ ଇସ୍କନ ରେଷ୍ଟୁରାଣ୍ଟରେ ଘଟିଛି ।
ଭିଡିଓରେ ସେ ପଚାରୁଛନ୍ତି, “ହାଏ, ଏହା କଣ ଏକ ଭେଜ୍ ରେଷ୍ଟୁରାଣ୍ଟ?” ଜଣେ କର୍ମଚାରୀ ଉତ୍ତର ଦେଇଛନ୍ତି, ହଁ । ସେ ପୁନର୍ବାର ପଚାରିଛନ୍ତି, “ତେବେ, ଏଠାରେ କୌଣସି ମାଂସ ନାହିଁ – କିଛି ନାହିଁ?” ଯାହାର ଉତ୍ତରରେ କର୍ମଚାରୀ କହିଛନ୍ତି, “ମାଂସ ନାହିଁ। ପିଆଜ ନାହିଁ କି ରସୁଣ ଖାଦ୍ୟ ନାହିଁ।” କିଛି ସମୟ ପରେ, ସେ ଚିକେନ ବାକ୍ସ ଖୋଲି ଭିତରେ ଖାଇବା ଆରମ୍ଭ କରିଥିଲେ ଏବଂ କର୍ମଚାରୀ ଓ ଅନ୍ୟ ଗ୍ରାହକମାନଙ୍କୁ ମଧ୍ୟ ଅଫର କରିଥିଲେ। ଜଣେ ଗ୍ରାହକ ତାଙ୍କୁ କହିଥିଲେ, “କ୍ଷମା କରିବେ, ଆପଣ ଯାହା କରୁଛନ୍ତି ତାହା ଏହି ସ୍ଥାନର ନିୟମକୁ ଉଲ୍ଲଙ୍ଘନ କରୁଛି, ଏବଂ ଏହା ନ୍ୟାୟସଙ୍ଗତ ନୁହେଁ।” କିନ୍ତୁ, ସେହି ବ୍ୟକ୍ତି ତାଙ୍କର ଦୁଷ୍ଟ ଆଚରଣ ଜାରି ରଖିଥିଲେ । ଏହା ପରେ ସୁରକ୍ଷା କର୍ମୀଙ୍କୁ ଡକାଯାଇ ଥିଲା ଏବଂ ଶେଷରେ ତାଙ୍କୁ ହତାରୁ ବାହାର କରାଯାଇଥିଲା।
ଏହି ଘଟଣାରେ ଅନେକ କ୍ଷୋଭ ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆ ବ୍ୟବହାରକାରୀମାନେ ପ୍ରଶ୍ନ ଉଠାଇଛନ୍ତି ଯେ ଏହି କାର୍ଯ୍ୟ ଜାତିଗତ ଭାବେ ପ୍ରେରିତ ଥିଲା ନା ଧାର୍ମିକ ବିଶ୍ୱାସକୁ ଅପମାନ କରିବା ଲକ୍ଷ୍ୟରେ କରାଯାଇଥିଲା। ଜଣେ ବ୍ୟବହାରକାରୀ କହିଛନ୍ତି, “ଆଶା କରୁଛି ସ୍ଥାନୀୟ ପୋଲିସ ଷ୍ଟେସନରେ ଏକ ଅଭିଯୋଗ ଦାୟର କରାଯାଇଛି। ତାଙ୍କୁ ଗିରଫ କରାଯିବ । କିଛି ହେବ ନାହିଁ ଭାବି ସେ ଏହା କରିବାକୁ ସାହସ କରିଛନ୍ତି।”ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, “ଯେକୌଣସି ରେଷ୍ଟୁରାଣ୍ଟରେ ବାହାରୁ ଖାଦ୍ୟ ଆଣିବା ନିଷେଧ।
ଇସ୍କନକୁ ମାଂସ ଆଣିବା କେବଳ ଅସମ୍ମାନଜନକ ନୁହେଁ ବରଂ ଆମେ ଯେଉଁ ନୀତିଗୁଡ଼ିକୁ ପାଳନ କରୁଛୁ ତାହା ଉପରେ ଆକ୍ରମଣ। ପବିତ୍ରତା ବଜାୟ ରଖିବା ପାଇଁ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ।” “ଏହା ଅସହିଷ୍ଣୁତାର ପ୍ରଦର୍ଶନ, ଯାହାକୁ କୌଣସି ସଭ୍ୟ ସମାଜରେ ସହ୍ୟ କରାଯାଇ ପାରିବ ନାହିଁ,” ବୋଲି ଜଣେ ବ୍ୟବହାରକାରୀ କହିଛନ୍ତି। ଜାତୀୟ ଗଣମାଧ୍ୟମରେ ଏହା ପ୍ରକାଶ ପାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/ISKCON_1753011441.jpg)