Advertisment

୫୦ ବର୍ଷ ହେବ କଞ୍ଚା ମାଂସ ଖାଉଛନ୍ତି; ସ୍ତ୍ରୀଙ୍କୁ ନ ଥିଲା ଜଣା

ଦୁନିଆରେ ଅନେକ ପ୍ରକାରର ଲୋକ ଅଛନ୍ତି। ସେମାନଙ୍କ ଭିତରେ ଅନେକ ପ୍ରକାରର ଅଭ୍ୟାସ ମଧ୍ୟ ଅଛି। ଏମିତି ଅନେକ ଅଭ୍ୟାସ ଅଛି ଯାହା ଏତେ ଅଜବ ଯେ ଯାହାକୁ ଜାଣିଲେ ହସ ଲାଗିବା ସହ ଆଶ୍ଚର୍ଯ୍ୟା ବି ଲାଗେ। ଏଭଳି ଏକ ବ୍ୟକ୍ତିଙ୍କ ବିଷୟରେ ଆମେ କହିବାକୁ ଯାଉଛୁ ଯାହାଙ୍କୁ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ତାଙ୍କ ପତ୍ନୀଙ୍କୁ ବି ଯେତେବେଳେ ଏହି କଥା ଜଣାପଡିଲା ତାଙ୍କ ପାଦ ତଳୁ ମାଟି ଖସିଗଲା।

Man eating raw-meat from 50 years

Man eating raw-meat from 50 years

Advertisment

ବୋଷ୍ଟନ : ଦୁନିଆରେ ଅନେକ ପ୍ରକାରର ଲୋକ ଅଛନ୍ତି। ସେମାନଙ୍କ ଭିତରେ ଅନେକ ପ୍ରକାରର ଅଭ୍ୟାସ ମଧ୍ୟ ଅଛି। ଏମିତି ଅନେକ ଅଭ୍ୟାସ ଅଛି ଯାହା ଏତେ ଅଜବ ଯେ ଯାହାକୁ ଜାଣିଲେ ହସ ଲାଗିବା ସହ ଆଶ୍ଚର୍ଯ୍ୟା ବି ଲାଗେ। ଏଭଳି ଏକ ବ୍ୟକ୍ତିଙ୍କ ବିଷୟରେ ଆମେ କହିବାକୁ ଯାଉଛୁ ଯାହାଙ୍କୁ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ତାଙ୍କ ପତ୍ନୀଙ୍କୁ ବି ଯେତେବେଳେ ଏହି କଥା ଜଣାପଡିଲା ତାଙ୍କ ପାଦ ତଳୁ ମାଟି ଖସିଗଲା।

Advertisment

ଏହି ବ୍ୟକ୍ତି ଗତ ପଚାଶ ବର୍ଷ ହେବ କଞ୍ଚା ମାଂସ ଖାଉଛନ୍ତି। ସେ କଞ୍ଚା ମାଂସ ଆଣି ମିକ୍ସରରେ ଗ୍ରାଇଣ୍ଡ୍ କରି ଖାଉଥିଲେ। ଏହି କଥା ତାଙ୍କ ପତ୍ନୀ ଜାଣିବାରେ ସେ ଏ ବିଷୟରେ ଲୋକଙ୍କୁ କହିବା ସହ ସେମାନଙ୍କ ଠାରୁ ପରାମର୍ଶ ମାଗୁଛନ୍ତି।

Advertisment

ଚାରି ପିଲାଙ୍କ ପିତା ପିଟର ରିଚାର୍ଡସନ ଲିଙ୍କନସାୟରରେ ବୋଷ୍ଟନ ନିକଟରେ ରୁହନ୍ତି। ଆଠ ବର୍ଷ ପୂର୍ବେ ସେ ୪୨ ବର୍ଷୀୟ କ୍ୟାଟି ଚାଲମର୍ସଙ୍କୁ ବିବାହ କରିଥିଲେ। କିନ୍ତୁ କ୍ୟାଟି ତାଙ୍କ ସ୍ୱାମୀଙ୍କ ଏହି ଅଦ୍ଭୁତ ଆଦତ ବିଷୟରେ ଜାଣି ନ ଥିଲେ। ସେ ଲକ୍ଷ୍ୟ କରୁଥିଲେ ଯେ ଯେତେବେଳେ ବି ସେ ମାଂସ ରାନ୍ଧୁଥିଲେ, ତାଙ୍କ ସ୍ୱାମୀ ଖାଦ୍ୟ ଖାଉ ନ ଥିଲେ। ସେ ଭାବୁଲେ ବୋଧହୁଏ ପିଟର ଜଣେ ଶାକାହାରୀ । କିନ୍ତୁ ବର୍ତ୍ତମାନ ଜଣାପଡିଛି ଯେ ପିଟର ରନ୍ଧା ମାଂସ ପସନ୍ଦ କରନ୍ତି ନାହିଁ। ସେ ଦୋକାନରୁ କଞ୍ଚା ମାଂସ ଆଣି ଖାଇଥା’ନ୍ତି।

ନିକଟରେ କ୍ୟାଟି ପିଟରଙ୍କ କଞ୍ଚା ମାଂସ ଖାଇବା ବିଷୟରେ ଜାଣିଥିଲେ। ସେ ଏହାର ଏକ ଭିଡିଓ ପ୍ରସ୍ତୁତ କରି ଏହାକୁ ଟିକ୍‌ଟକ୍‌ ଆକାଉଣ୍ଟରେ ଶେୟାର କରିଥିଲେ। ଏହା ପରେ ଏହା ଭାଇରାଲ ହୋଇଥିଲା। ପିଟର କଞ୍ଚା ମାଂସକୁ ଭଲ ପାଆନ୍ତି। ତାଙ୍କର ଏହି ଅଜବ ଅଭ୍ୟାସକୁ ନେଇ ପିଟର କହିଛନ୍ତି ଯେ ସେ ଏହି ଅଭ୍ୟାସକୁ ସେ ପାଞ୍ଚ ବର୍ଷ ବୟସରୁ କରିଆସୁଛନ୍ତି। ସେ କହିଛନ୍ତି ଯେ ସେତେବେଳେ ସେ କିଛି ଭୁଲ୍ କରିବାରୁ ତାଙ୍କ ମା ଦଣ୍ଡ ସ୍ୱରୂପ ତାଙ୍କୁ କିଛି କଞ୍ଚା ମାଂସ ଖାଇବାକୁ ଦେଇଥିଲେ। କିନ୍ତୁ ଏହାର ସ୍ୱାଦ ପିଟରଙ୍କୁ ଏତେ ପସନ୍ଦ ଆସିଥିଲା ଯେ ସେବେଠାରୁ ସେ ରନ୍ଧା ମାଂସ ଖାଇବା ଛାଡିଦେଲେ। ଯେତେବେଳେ କ୍ୟାଟି ତାଙ୍କ ସ୍ୱାମୀଙ୍କ ଏହି ଅଭ୍ୟାସ ବିଷୟରେ ଜାଣିଲେ, ସେ ଆଶ୍ଚର୍ଯ୍ୟ ହୋଇଗଲେ।

Advertisment
Man eating raw-meat from 50 years୫୦ ବର୍ଷ ହେବ କଞ୍ଚା ମାଂସ ଖାଉଛନ୍ତି; ସ୍ତ୍ରୀଙ୍କୁ ନ ଥିଲା ଜଣା

ତେବେ ପିଟର ସବୁ ଜାଗାରୁ ମାଂସ ଆଣି ଖାଆନ୍ତି ନାହିଁ। ପିଲାଦିନରୁ ତାଙ୍କର ଏକ ପ୍ରିୟ କଂସେଇଖାନା ଅଛି। ସେଠାକୁ ଯାଇ ସେ ମାଂସ ଆଣନ୍ତି। ଏହା ପରେ ତାକୁ ଗ୍ରାଇଣ୍ଡ୍ କରି ଏହାର ରୋଲ୍ ତିଆରି କରନ୍ତି ଏବଂ ଏହାକୁ ଆନନ୍ଦରେ ଖାଆନ୍ତି। ପିଟର କହିଛନ୍ତି ଯେ ତାଙ୍କର ୮୬ ବର୍ଷୀୟା ମା’ ଏହି ଅଭ୍ୟାସ ବିଷୟରେ ଜାଣିଛନ୍ତି। ଆଜି ବି ଯେତେବେଳେ ତାଙ୍କ ମା’ ରୋଷେଇ କରନ୍ତି ସେ ପିଟରଙ୍କୁ କଞ୍ଚା ରୋଲ୍ ଦିଅନ୍ତି।

କ୍ୟାଟି ତାଙ୍କ ସ୍ୱାମୀଙ୍କ ଏହି ଅଦ୍ଭୁତ ଅଭ୍ୟାସର ଭିଡିଓ ସୋସିଆଲ ମିଡିଆରେ ଶେୟାର କରି ଉପଦେଶ ମାଗିବା ପରେ ଅନେକ ଲୋକ ତାଙ୍କୁ ପରାମର୍ଶ ଦେଇଛନ୍ତି। କିଛି ଲୋକ ତାଙ୍କୁ ତୁରନ୍ତ ଡାକ୍ତରଙ୍କ ନିକଟକୁ ନେଇଯିବାକୁ କହିଛନ୍ତି। ସେମାନେ କହିଛନ୍ତି ଯେ ପିଟରଙ୍କ ପେଟରେ ବୋଧହୁଏ ଚାକୁଣ୍ଡି ଅଛି। ନଚେତ ପେଟ ସମ୍ବନ୍ଧୀୟ କିଛି ସମସ୍ୟା ଥାଇପାରେ। ଏଭଳି ପରିସ୍ଥିତିରେ କ୍ୟାଟି ଜଣେ ଭଲ ପେଟ ଡାକ୍ତରଙ୍କ ସହ ଯୋଗାଯୋଗ କରିବା ଉଚିତ। ତେବେ ପିଟରଙ୍କ ଅନୁଯାୟୀ, ଗତ ୫୦ ବର୍ଷ ଧରି କଞ୍ଚା ମାଂସ ଖାଇବା ପରେ ମଧ୍ୟ ତାଙ୍କର କୌଣସି ଅସୁବିଧା ହୋଇ ନାହିଁ। ଆଜି ବି ସେ ନିଜକୁ ବହୁତ ଫିଟ୍ ମନେ କରନ୍ତି।

Boston Ajab Gajab Man Eating Raw Meat
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ