Advertisment

ମହଙ୍ଗା ପଡିଲା ବ୍ଲାକମେଲିଂ: ରସିକିଆ ପୋଲିସ ବାବୁଙ୍କ କାନ,ନାକ ଓ ପାଟିକୁ କାଟିଦେଲା ଯୁବକ

ମହିଳାଙ୍କୁ ବ୍ଲାକମେଲିଂ କରୁଥିଲେ ରସିକିଆ ପୋଲିସ ବାବୁ...ଧାରୁଆ ଅସ୍ତ୍ରରେ କାନ,ନାକ ଓ ପାଟିକୁ କାଟିଦେଲା ମହିଳାଙ୍କ ସ୍ୱାମୀ...

Man Chops Off Cop's Ears, Lips For Having Affair With His Wife

Man Chops Off Cop's Ears, Lips For Having Affair With His Wife

Advertisment

ମହିଳାଙ୍କୁ ବ୍ଲାକମେଲିଂ କରୁଥିଲେ ପୋଲିସ୍ । ପୋଲିସଙ୍କ କାନ,ନାକ ଓ ଓଠକୁ କାଟିଦେଲା ମହିଳାଙ୍କ ସ୍ୱାମୀ । ନିଜ ସ୍ତ୍ରୀଙ୍କୁ ରକ୍ଷା କରିବା ସହ ରସିକିଆ ପୋଲିସ ବାବୁଙ୍କୁ ଉଚିତ୍ ଶିକ୍ଷା ଦେବା ପାଇଁ ବ୍ୟକ୍ତି ଜଣକ ଏଭଳି କାଣ୍ଡ କରିଥିବା ଜଣାପଡିଛି । ଏନେଇ ସେ କହିଛନ୍ତି,ପୋଲିସ ତାଙ୍କ ସ୍ତ୍ରୀଙ୍କ ସହ ଅନୈତିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଶେଷରେ ସେ କ୍ରୋଧିତ ହୋଇ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ।

Advertisment

ପାକିସ୍ତାନର ଲାହୋର ନିକଟସ୍ଥ ଝାଙ୍ଗ ଜିଲ୍ଲାରେ ମହମ୍ମଦ ଇଫତିଖରଙ୍କ ସ୍ତ୍ରୀଙ୍କୁ ଦାର୍ଘ ଦିନ ଧରି କାସୀମ ହାୟାତ୍ ନାମକ ଜଣେ କନେଷ୍ଟବଳ ବ୍ଲାକମେଲିଂ କରିଆସୁଥିଲେ । ଏହା ଜାଣିବା ମାତ୍ରେ ଇଫତିଖର କ୍ରୋଧ ଜର୍ଜରିତ ହୋଇ ସେ ତାଙ୍କ ବନ୍ଧୁ ମିଶି ପୋଲିସଙ୍କ ନାକ,କାନ ଓ ଓଠକୁ କାଟିଦେଇଥିଲେ ।

ଘଟଣାକୁ ନେଇ ଜଣେ ପୋଲିସ୍ ଅଧିକାରୀ କହିଛନ୍ତି, ଉଭୟ ପୋଲିସ ଓ ତାଙ୍କ ସ୍ତ୍ରୀ ଅନୈତିକ ସମ୍ପର୍କ ରଖିଥିବାର ଇଫତିଖର ସନ୍ଦେହ କରିଥିଲେ । ଯାହା ପରେ ସୁଯୋଗ ଦେଖି ଇଫତିଖର ପୋଲିସଙ୍କୁ ଅପହରଣ କରିନେଇ ଏକ ଫାଙ୍କା ସ୍ଥାନକୁ ନେଇ ଯାଇଥିଲେ । ସେଠାରେ ଇଫତିଖର ତାଙ୍କ ବନ୍ଧୁଙ୍କ ସହ ମଶି କାସୀମ ହାୟାତଙ୍କୁ ଅତି ନିର୍ମମ ଭାବରେ ଆକ୍ରମଣ କରିବା ସହ ତାଙ୍କର ମୁହଁର କିଛି ଇନ୍ଦ୍ରୀୟକୁ ଧାରୁଆ ଅସ୍ତ୍ର ସାହାଯ୍ୟରେ କାଟିଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଂଚି କନେଷ୍ଟବଳଙ୍କୁ ଉଦ୍ଧାର କରିବା ସହ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍‌ୟ ଚିକିତ୍ସାଳୟରେ ଭର୍ତି କରିଥିଲେ ।

Advertisment

ଏନେଇ ଅଭିଯୁକ୍ତ କହିଛନ୍ତି ଯେ, ପୋଲିସ କରମଚାରୀ ଜଣକ ତାଙ୍କ ସ୍ତ୍ରୀଙ୍କ ସହ ଅନୈତିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ । ଏମିତିକି ସେ ତାଙ୍କ ସହ ସମ୍ପର୍କ ନରଖିଲେ ତାଙ୍କ ପୁଅକୁ ଜୀବନକୁ ମାରିଦେବା ପାଇଁ ଧମକ୍‌ ମଧ୍ୟ ଦେଉଥିଲେ । ଏହା ସହ ତାଙ୍କ ସ୍ତ୍ରୀଙ୍କ ସହ ଜୋର୍ ଜବରଦସ୍ତ ଶାରୀରିକ ସମ୍ପର୍କ ରଖି ତାର ଭିଡିଓ ବନାଇଥିଲେ । ଯାହାକୁ ନେଇ ମହିଳାଙ୍କୁ ଲଗାତାର ବ୍ଲାକମେଲିଂ କରୁଥିଲେ । ତେବେ ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି ।

Constable Illicit Relation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ