Advertisment

ଏକ ନିଆରା ପ୍ରେମକାହାଣୀ ! ୨ ଫୁଟର ଝିଅକୁ ପ୍ରେମ କରି ବସିଲେ ୫ ଫୁଟର ପୁଅ

୨ ଫୁଟର ଝିଅ। ୫ ଫୁଟର ପୁଅ। ଝିଅର ବୟସ ୩୨। ପୁଅର ବୟସ ମାତ୍ର ୧୯। ହେଲେ ଦୁହଁଙ୍କ ଭିତରେ ହୋଇ ଯାଇଛି ପ୍ରେମ। ଏବେ ସାରା ବିଶ୍ୱରେ ଏହି ପ୍ରେମ କାହାଣୀର ଚର୍ଚ୍ଚା

ଅଦ୍ୟତନ ହୋଇଛି
special story

special story

Advertisment

ପ୍ରେମ। କିଏ କହେ ଅଢେଇ ଅକ୍ଷର। ଆଉ କିଏ କହେ ଦୁଇଟି ମନର ମିଳନ। ଥରେ ଯିଏ ଏହି ମାୟାରେ ପଡିଛି, ସେହି କୋମଳ ଶିକୁଳିକୁ ଛିଣ୍ଡାଇବା ତା ପାଇଁ ଭାରି କଷ୍ଟ ହୋଇଛି । ଭାଲେଣ୍ଟାଇନ ଡେ’ରେ ଏମିତି ଏକ ପ୍ରେମ କହାଣୀ ବିଷୟରେ ଆଲୋଚନା କରିବା, ଯାହାକି ସମ୍ପୂର୍ଣ୍ଣ ଭାବେ ଭିନ୍ନ ।

Advertisment

ସେସି କିସି ଓ ବ୍ଲେକଙ୍କ ନିଆରା ପ୍ରେମ କାହାଣୀ । ଉଭୟଙ୍କୁ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯାଉଛି ସାରା ବିଶ୍ୱ। କାହିଁକି ନା ଦୁହିଁଙ୍କ ବୟସ ଆଉ ଉଚ୍ଚତା ଭିତରେ ରହିଛି ଆକାଶ ପାତାଳର ଫରକ୍ । ଗର୍ଲଫ୍ରେଣ୍ଡଙ୍କ ଉଚ୍ଚତା ମାତ୍ର ୨ ଫୁଟ୍‌ ୧୦ ଇଞ୍ଚ । କିନ୍ତୁ ବୟଫ୍ରେଣ୍ଡଙ୍କ ଉଚ୍ଚତା ୫ ଫୁଟ୍‌ ୭ ଇଞ୍ଚ୍ । ଦୁହେଁ ଦୁହିଁଙ୍କୁ ଭଲ ପାଇ ପ୍ରେମ ବିବାହ କରିଛନ୍ତି ।

ଆମେରିକାରେ ରହୁଥିବା ସେସି କିସି ଉଚ୍ଚତାରେ ଛୋଟ ହେଲେ ବି ବୟସ ୩୨ ବର୍ଷ । ସେ ଜଣେ ଲୋକପ୍ରିୟ ଡ୍ୟାନ୍ସର । ଏହା ସହ ଆଡଲ୍ଟ ଭିଡିଓରେ କାମ କରିବା ସହ ବାରରେ ଷ୍ଟ୍ରିପର୍‌ ଭାବେ କାମ କରନ୍ତି । ଆଉ ଉଚ୍ଚତାରେ ବଡ ହୋଇଥିବା ବୟଫ୍ରେଣ୍ଡ ବ୍ଲେକଙ୍କ ବୟସ ମାତ୍ର ୧୯ ବର୍ଷ । ଦୁହିଁଙ୍କ ଭିତରେ ବୟସର ବ୍ୟବଧାନ ୧୩ ବର୍ଷ ହୋଇଥିଲେ ମଧ୍ୟ ଉଭୟେ ଉଭୟଙ୍କୁ ପ୍ରେମ କରନ୍ତି ।

Advertisment

ସେସିଙ୍କ ପ୍ରେମରେ ପାଗଳ ହୋଇ ଯାଇଛନ୍ତି ବ୍ଲେକ । ତାଙ୍କ ପାଇଁ ସେସିଙ୍କ ଉଚ୍ଚତା କିମ୍ବା ବୟସ କିଛି ମାନେ ରଖିନି । ସୋସିଆଲ୍‌ ମିଡିଆରେ ସେସି ଏବଂ ବ୍ଲେକ ଟ୍ରୋଲ୍‌ ହେଉଥିଲେ ମଧ୍ୟ ତାଙ୍କ ପ୍ରେମ ଉପରେ ରୋକ ଲଗାଇ ପାରିନି ଲୋକଙ୍କ ଆକ୍ଷେପ ।

ସୋସିଆଲ ମିଡିଆରେ ଲୋକେ ଏଣୁତେଣୁ ଲେଖିଲେ ବି ପ୍ରେମରେ କିଛି ବି ଫରକ ପଡୁନି। ବ୍ଲେକଙ୍କ ଆଖିରେ ସେସ୍ ଖୁବ୍‌ କୋମଳ ହୃଦୟର। ସେ ତାଙ୍କୁ ଖୁବ୍‌ ଖୁସିରେ ରଖିବାକୁ ଯାଉଛନ୍ତି। ସବୁଠାରୁ ବଡ଼ କଥା, ଦୁହେଁ ଖୁବ୍‌ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି।

Advertisment

ସତରେ ପ୍ରେମ ଅନ୍ଧ । ପ୍ରେମ ପାଖରେ ରୂପ ରଙ୍ଗର ପ୍ରଭେଦ ନାହିଁ କି ଜାତି-ଧର୍ମ ସବୁ କିଛି ଦୂରରେ। ଆଉ ବୟସ ଓ ଉଚ୍ଚତା କିଛି ବି ଦିଶେନି । ଆଜିର ପ୍ରେମ ଦିବସରେ ଏହି ପ୍ରେମୀ ଯୁଗଳ ଚର୍ଚ୍ଚାରେ ।

Valentine's Day
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ