Advertisment

ଗୋଟିଏ ପଟେ ଯୁଦ୍ଧ, ଅନ୍ୟପଟେ ପ୍ରେମ... ୟୁକ୍ରେନୀୟ ଯୁବତୀଙ୍କ ହାତ ଧରିଲେ ଭାରତୀୟ ଯୁବକ

ଋଷ-ୟୁକ୍ରେନ ମଧ୍ୟରେ ଚାଲିଛି ମହାଯୁଦ୍ଧ। ଏମିତି ସ୍ଥିତିରେ ବିଶ୍ୱକୁ ଭାରତ ଦେଇଛି ଭଲ ପାଇବାର ଖବର। ୟୁକ୍ରେନୀୟ ଯୁବତୀଙ୍କ ପ୍ରେମକୁ ସ୍ୱୀକୃତି ଦେଇଛନ୍ତି ଭାରତୀୟ ଯୁବକ। ଯୁଦ୍ଧର ଗୋଟିଏ ଦିନ ପୂର୍ବରୁ ଭାରତ ଚାଲି ଆସିଥିବା ଏହି ୟୁକ୍ରେନୀୟ ଯୁବତୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି...

 Love During The Time Of War - OTV Report

Love During The Time Of War - OTV Report

Advertisment

ୟୁକ୍ରେନରେ ଲଭ୍। ଭାରତରେ ବାହାଘର। ଭାରତୀୟ ଯୁବକଙ୍କ ପ୍ରେମରେ ପଡିଗଲେ ୟୁକ୍ରେନୀୟ ଯୁବତୀ। ବାହାଘର ପାଇଁ ଦେଶ ଛାଡି ଦେଲେ। ଆଉ ହିନ୍ଦୁ ରୀତିନୀତିରେ ଭାରତୀୟ ଯୁବକଙ୍କ ହାତ ଧରିଲେ। ହାଇଦ୍ରାବାଦରେ ଏମିତି ମାଙ୍ଗଳିକ ଦୃଶ୍ୟ ଦେଖିବାକୁ ମିଳିଛି । ଏବେ ଜାଣନ୍ତୁ ପୂରା ପ୍ରେମ କାହାଣୀ।

Advertisment

ଋଷ-ୟୁକ୍ରେନ ମଧ୍ୟରେ ଚାଲିଛି ଘମାଘୋଟ ଲଢେଇ। ଏହି ମହା ଯୁଦ୍ଧକୁ ନେଇ ଆତଙ୍କିତ ଉଭୟ ଦେଶ। ଏମିତି ଭୟଙ୍କର ସ୍ଥିତିରେ ଭାରତ ଦେଇଛି ଭଲ ଖବର। ଯୁଦ୍ଧ ଭିତରେ ଦେଖିବାକୁ ମିଳିଛି ପ୍ରେମ। ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା। ହାଇଦ୍ରାବାଦର ଯୁବକ ପ୍ରତୀକ ୟୁକ୍ରେନର ଯୁବତୀ ବିୟୁ ହ୍ୟୁବୋଭଙ୍କୁ ବିବାହ କରିଛନ୍ତି। ବାହା ହେବା ପାଇଁ ଦୁହେଁ ୟୁକ୍ରେନ ଛାଡିବା ପରଦିନ ଋଷ ଆକ୍ରମଣ କରିଥିବା କୁହାଯାଉଛି।

ସାରା ଦେଶରେ ଏବେ ପ୍ରତୀକ-ହ୍ୟୁବୋଭଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି। ଏମିତିକି ଭାରତୀୟ ଯୁବକଙ୍କ ସହ ୟୁକ୍ରେନୀୟ ଯୁବତୀଙ୍କ ପ୍ରେମ ବିବାହକୁ ନେଇ ଆଲୋଚନା ଚାଲିଛି। କାରଣ ଯୁବତୀ ଜଣକ ଯଦି ସେହି ଦିନ ୟୁକ୍ରେନ ଛାଡି ନଥାନ୍ତେ, ତେବେ ବିବାହ କରିବା ଏବେ ସମ୍ଭବ ହୋଇ ନଥାନ୍ତା ବୋଲି କୁହାଯାଉଛି।

Advertisment

ବିବାହ ପରେ ଯେତେବେଳେ ଉଭୟ ନବଦମ୍ପତି ହାଇଦ୍ରାବାଦରେ ରିସେପ୍ସନ ଦେଇ ପରେ ଏକ ମନ୍ଦିରରେ ପ୍ରାର୍ଥନା କରିବା ପାଇଁ ପହଞ୍ଚିଲେ, ସେତେବେଳେ ଏକଥାଟି ପଦାକୁ ଆସିଛି। ଏମିତି କି ବିବାହ ବେଳର କିଛି ଫଟୋ ମଧ୍ୟ ହେଉଛି ଭାଇରାଲ୍ ।

ବିବାହ ଉତ୍ସବରେ ଚିଲ୍କୁର ବାଲାଜୀ ମନ୍ଦିରର ମୁଖ୍ୟ ପୁରୋହିତ ସିଏସ ରଙ୍ଗରାଜନ ନିଜେ ଉପସ୍ଥିତ ରହି ନବ ବିବାହିତଙ୍କୁ ଆଶୀର୍ବାଦ କରିଥିଲେ। କୁହାଯାଉଛି ୟୁକ୍ରେନରେ ଉଭୟଙ୍କର ସାକ୍ଷାତ ହୋଇଥିଲା। ପରେ ତାହା ପ୍ରେମ ବିବାହର ରୂପ ନେଇଥିଲା।

Advertisment

ଋଷ ଆକ୍ରମଣ କରିବା ଦିନଠାରୁ ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ରହି ଆସିଛି ୟୁକ୍ରେନ। ଆଜକୁ ସପ୍ତାହେ ହେବ ୟୁକ୍ରେନ ଉପରେ ଲଗାତାର ହମଲା କରି ଆସୁଛନ୍ତି ଋଷ ସେନା। ହେଲେ ୟୁକ୍ରେନ ହାର ନ ମାନି ଜବାବ ଦେବାରେ ଲାଗି ପଡିଛି। ଏବେ ୟୁକ୍ରେନର ସାଧାରଣ ନାଗରିକ ଯୁଦ୍ଧରେ ନିଜକୁ ସାମିଲ କରିଛନ୍ତି।

Love Story Special Story Russia Ukraine Crisis Russia-Ukraine War Indians In Ukraine
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ