Advertisment

ଲଟେରୀ ବଦଳେଇ ଦେଲା ଭାଗ୍ୟ ; ଘରେ ବସି କୋଟିପତି

ଦୁନିଆରେ କିଏ ବା ସ୍ୱପ୍ନ ନ ଦେଖେ ଘରେ ବସି ବହୁ ବିଳାସପୂର୍ଣ୍ଣ ଜୀବନଯାପନ କରିବା ପାଇଁ। କିନ୍ତୁ ଏହି ସ୍ୱପ୍ନ ପୂରଣ ହେବା ଅସମ୍ଭବ, କାରଣ ସମସ୍ତଙ୍କ ଭାଗ୍ୟ ଉତ୍ତର କାରୋଲିନାର ଡିୟୁ କ୍ରୁମ୍‌ଙ୍କ ପରି ନୁହେଁ। ତାଙ୍କ ଭାଗ୍ୟକୁ ବଦଳେଇ ଦେଇଛି ଲଟେରୀ ଟିକେଟ୍। ଡିୟୁ କ୍ରୁମ୍ ଗୋଟିଏ ନୁହେଁ ଦୁଇ ଦୁ‍ଇଟି ଲଟେରୀ ଜିତିଛନ୍ତି ଏବଂ ଘରେ ବସି କୋଟିପତି ହୋଇପାରିଛନ୍ତି।

ଲଟେରୀ ବଦଳେଇ ଦେଲା ଭାଗ୍ୟ ; ଘରେ ବସି କୋଟିପତି

lottery made millionaire

Advertisment

ଦୁନିଆରେ କିଏ ବା ସ୍ୱପ୍ନ ନ ଦେଖେ ଘରେ ବସି ବହୁ ବିଳାସପୂର୍ଣ୍ଣ ଜୀବନଯାପନ କରିବା ପାଇଁ। କିନ୍ତୁ ଏହି ସ୍ୱପ୍ନ ପୂରଣ ହେବା ଅସମ୍ଭବ, କାରଣ ସମସ୍ତଙ୍କ ଭାଗ୍ୟ ଉତ୍ତର କାରୋଲିନାର ଡିୟୁ କ୍ରୁମ୍‌ଙ୍କ ପରି ନୁହେଁ। ତାଙ୍କ ଭାଗ୍ୟକୁ ବଦଳେଇ ଦେଇଛି ଲଟେରୀ ଟିକେଟ୍। ଡିୟୁ କ୍ରୁମ୍ ଗୋଟିଏ ନୁହେଁ ଦୁଇ ଦୁ‍ଇଟି ଲଟେରୀ ଜିତିଛନ୍ତି ଏବଂ ଘରେ ବସି କୋଟିପତି ହୋଇପାରିଛନ୍ତି।

Advertisment

ସୂଚନା ମୁତାବକ ଉତ୍ତର କାରୋଲିନାର ମାରିଅନ ନିବାସୀ ଡିୟୁ କ୍ରୁମ୍‌ଙ୍କ ସହିତ ଯାହା ଘଟିଲା, ତାହା ପ୍ରକୃତରେ ଏକ ସ୍ୱପ୍ନ ପରି। ଏହି ବ୍ୟକ୍ତି ୨୪ ଘଣ୍ଟା ଭିତରେ ମଧ୍ୟ ଜାଣି ନ ଥିଲେ ଯେ ସେ କୋଟିପତି ହୋଇଛନ୍ତି। ଗତ ୭ ବର୍ଷରେ, ତାଙ୍କର ଦୁଇ ଦୁଇଥର ଲଟେରୀ ଲାଗିଛି ଏବଂ ସେ କୌଣସି କଠିନ ପରିଶ୍ରମ ନ କରି, ଘରେ ବସି ତାଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା ଆସିଛି। ଏ ସବୁ ଯାହା ବି ହୋଇଛି ସେସବୁ ମୂଳରେ ତାଙ୍କ ଭାଗ୍ୟ ନୁହେଁ ତ ଆଉ କ’ଣ!

Advertisment

କାରୋଲିନା କେନୋ ଲଟେରୀ ଖେଳରେ ଭାଗ୍ୟ ପରୀକ୍ଷା କରିବାକୁ ଡିୟୁ କ୍ରୁମ୍ ଏକ ଲଟେରୀ ଟିକେଟ କିଣିଥିଲେ। ଏହା ପରେ ସେ ମଧ୍ୟ ମନେ ରଖିଥିଲେ ଯେ ଏହାର ଫଳାଫଳ ରବିବାର ଘୋଷଣା କରାଯିବ। ଉତ୍ତର କାରୋଲିନା ଶିକ୍ଷା ଲଟେରୀ ଅନୁଯାୟୀ, ଡିୟୁ କ୍ରୁମ୍ ସୁଗାର୍ ​​ହିଲ୍ ଫୁଡ୍ ମାର୍ଟରୁ ଲଟେରୀ ଟିକେଟ କିଣିଥିଲେ, କିନ୍ତୁ ଏହାର ଫଳାଫଳ ଯାଞ୍ଚ କରି ନ ଥିଲେ। କିନ୍ତୁ ପରଦିନ ସେ ତାଙ୍କର ଫଳାଫଳ ଦେଖିବାକୁ ଯାଇଥିଲେ, ତା’ପରେ ସେ ଜାଣିବାକୁ ପାଇଲେ ଯେ ତାଙ୍କର ଲଟେରୀ ଲାଗିଯାଇଛି ଏବଂ ସେ ୭୪,୩୭,୯୩୦ ଟଙ୍କା ଜିତିଛନ୍ତି। ଏହାପୂର୍ବରୁ ୨୦୧୪ ମସିହା ୧୬ ଡିସେମ୍ବରରେ ମଧ୍ୟ ଡିୟୁ କ୍ରୁମ୍ କ୍ୟାଶ୍ ୫ ଡ୍ରଇଂ ଲଟେରୀ ଜ୍ୟାକ୍‌ପଟ୍‌ରେ ୯୦,୫୮,୬୫୪ ଟଙ୍କା ଜ୍ୟାକ୍‌ପଟ୍ ଜିତିଥିଲେ। ବର୍ତ୍ତମାନ ତାଙ୍କ ଆକାଉଣ୍ଟ୍‌ରେ ୧ କୋଟିରୁ ଅଧିକ ଟଙ୍କା ରହିଛି।

ଡିୟୁ କ୍ରୁମ୍ କହିଛନ୍ତି ଯେ ଏତେ ପରିମାଣର ଟଙ୍କା ପାଇବା ପରେ ସେ ପ୍ରଥମେ ତାଙ୍କ ପିକ୍‌ଅପ୍ ଭ୍ୟାନ୍ ଟ୍ରକର ଦେୟ କରିବେ ଏବଂ ପରେ ଏହି ଟଙ୍କା ବ୍ୟାଙ୍କ୍‌ ଆକାଉଣ୍ଟରେ ସଞ୍ଚୟ କରିବେ। ଏହା ସହିତ ସେ ମଧ୍ୟ ନିଜ ପାଇଁ ଏକ ଅବଶର ସମୟ କାଢିଛନ୍ତି, ଯୋଜନା କରିଛନ୍ତି, ଯାହାଫଳରେ ସେ କିଛି ବିଶ୍ରାମ ନେଇ ପାରିବେ। ଡିୟୁ କ୍ରୁମ୍‌ଙ୍କର ଦୁଇ ଦୁ‍ଇଟି ଲଟେରୀ ଲାଗିବା ଦେଖି ସୋସିଆଲ ମିଡିଆରେ ଲୋକମାନେ ତାଙ୍କ ଭାଗ୍ୟକୁ ପ୍ରଶଂସା କରିଛନ୍ତି।

Advertisment
Lottery International News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ