Advertisment

୫୫ ଦିନରେ ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଥିଲେ ଲିଜ୍ ଟ୍ରସ୍ ! ୪୪ ଦିନରେ ଦେଲେ ଇସ୍ତଫା

ଟିକସ ହ୍ରାସ ନିଷ୍ପତ୍ତି ହେଲା ବୁମେରାଂ । ଦେବାଳିଆ ଅର୍ଥନୀତି ପାଇଁ ଟଳିଲା ଲିଜ୍ ଟ୍ରସଙ୍କ ଗାଦି ।

ଅଦ୍ୟତନ ହୋଇଛି
Liz Truss Quits As UK PM

Liz Truss

Advertisment

ଟିକସ ହ୍ରାସ ନିଷ୍ପତ୍ତି ବୁମେରାଂ ହେବା ପରେ ଟଳିଲା ଲିଜ୍ ଟ୍ରସଙ୍କ ଗାଦି । ଦାୟିତ୍ୱ ନେବାର ଦେଢ଼ମାସ ଭିତରେ ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଘୋଷଣା କରିଛନ୍ତି ଲିଜ୍ ଟ୍ରସ୍ । ସେ ମାତ୍ର ୪୪ ଦିନ ବ୍ରିଟେନର ପ୍ରଧାନମନ୍ତ୍ରୀ ରହିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଇସ୍ତଫା ପରେ ବ୍ରିଟେନରେ କଞ୍ଜରଭେଟିଭ୍ ପାର୍ଟିର ନେତାଙ୍କ ପାଇଁ ୫୫ ଦିନି ପର୍ଯ୍ୟନ୍ତ ରେସ୍‌ ଚାଲିଥିଲା, ଯାହା ପରେ ଲିଜ ଟ୍ରସ ପ୍ରଧାନମନ୍ତ୍ରୀ ହୋଇଥିଲେ । ସେ ଭାରତୀୟ ବଂଶୋଦ୍ଭବ ରିଷି ସୁନକଙ୍କୁ ପରାସ୍ତ କରିଥିଲେ । ଲିଜଙ୍କ ଇସ୍ତଫା ପରେ ଆସନ୍ତା ସପ୍ତାହକ ମଧ୍ୟରେ କଂଜରଭେଟିବ ପାର୍ଟିର ନୂଆନେତା ନିର୍ବାଚନ ହେବ ।

Advertisment

ଅଧିକ ପଢ଼ନ୍ତୁ: ବ୍ରିଟେନର ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସଙ୍କ ଇସ୍ତଫା

ମାତ୍ର ୪୪ ଦିନ... କ୍ଷମତାରେ ରହିବାର ଦୁଇଟା ମାସ ବି ନପୂରୁଣୁ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଲିଜ୍ ଟ୍ରସ୍ । ଋଣ କରି ଟିକସ୍ କାଟ୍ ଭଳି ତ୍ରୁଟିପୂର୍ଣ୍ଣ ଆର୍ଥିକ ନିଷ୍ପତ୍ତି ଦୃଷ୍ଟିରୁଅ ମିନି ବଜେଟ୍ ଆଗତ ହେବା ପରେ ପରେ ନିଜ ଦଳରୁ ଟ୍ରସଙ୍କୁ ବିରୋଧର ସାମ୍ନା କରିବାକୁ ପଡ଼ିଥିଲା । ତେଣେ ଦେଶର ଅର୍ଥନୀତି ସଂଗୀନ ସ୍ଥିତିକୁ ଖସିବା ପରେ ଜନସାଧାରଣଙ୍କ ଭିତରେ ବି ତେଜିଥିଲା ଟ୍ରସ୍ ବିରୋଧୀ ସ୍ୱର । ବୋରିସ୍ ଜନସନଙ୍କ ଇସ୍ତଫା ପରେ ନିଜ ଦଳୀୟ ପ୍ରତିଦ୍ୱନ୍ଦ୍ୱୀ ତଥା ଭାରତୀୟ ବଂଶୋଦ୍ଭବ ରିଷି ସୁନକଙ୍କୁ ହରାଇ ପ୍ରଧାନମନ୍ତ୍ରୀ ପଦ ଅଳଙ୍କୃତ କରିଥିଲେ ଟ୍ରସ୍ ।

ତେବେ କ୍ଷମତାକୁ ଆସିବା ପରେ ନିଜ ପ୍ରତିଶ୍ରୁତି ପାଳନରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ ବୈଦେଶିକ ମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ ପାଲଟିଥିବା ଏହି କଞ୍ଜର୍ଭେଟିବ୍ ନେତା । ଶେଷରେ ଦାୟିତ୍ୱ ନେବାର ୬ ସପ୍ତାହ ପରେ ସେ ପଦତ୍ୟାଗ କରିଛନ୍ତି । ଆସନ୍ତା ସପ୍ତାହେ ଭିତରେ ଦଳର ନୂଆ ନେତା ନିର୍ବାଚିତ ହେବେ ଏବଂ ସେ ପର୍ଯ୍ୟନ୍ତ ସେ କାମଚଳା ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ରହିବେ ।

Advertisment

ବ୍ରିଟେନ୍ର ରାଜନୈତିକ ଅସ୍ଥିରତା ଏତେ ସାଂଘାତିକ ଯେ, ଦେଶକୁ ସମ୍ଭାଳିବା ପାଇଁ ଲୋଡ଼ା କୌଣସି ବିଦେଶୀ ଶକ୍ତି ,ଏଇ ଯେମିତି ଭାରତ । ଇଂଲଣ୍ଡର ଏକ କମେଡି ସୋରେ ମଜା ମଜାରେ କୁହାଯାଇଥିବା ଏହି କଥା ସତ ହେବାକୁ ଯାଉଛି କି? କାରଣ ଲିଜ୍ ଟ୍ରସଙ୍କୁ ଇସ୍ତଫା ପରେ ଲୋକେ ଚାହୁଁଛନ୍ତି ଭାରତୀୟ ବଂଶୋଦ୍ଭବ ରିଷି ସୁନକ ହୁଅନ୍ତୁ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ।

ଲିଜ୍ ଟ୍ରସ୍ ଇସ୍ତଫା ଦେଇଥିବା ବେଳେ ଭାରତୀୟ ବଂଶୋଦ୍ଭବ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ରିଷି ସୁନକଙ୍କ ପ୍ରତି ବ୍ରିଟେନବାସୀଙ୍କ ବିଶ୍ୱାସ ବଢୁଛି । ବ୍ରିଟେନ୍ ପ୍ରଧାନମନ୍ତ୍ରୀ ରେସରେ ଲିଜ୍ ଟ୍ରସଙ୍କ ଠାରୁ ପ୍ରାୟ ମାସକ ତଳେ ପରାଜିତ ହୋଇଥିଲେ ସୁନକ । ବର୍ତ୍ତମାନ ସମୟରେ ବ୍ରିଟେନରେ ଆର୍ଥିକ ସଂକଟ ଦେଖାଦେବା ପରେ ଦେଶକୁ ସେଥିରୁ ମୁକୁଳାଇବା ପାଇଁ ଲୋକେ ପୁଣି ତାଙ୍କୁ ଖୋଜୁଛନ୍ତି । ବୋରିସ ଜନସନଙ୍କୁ ପ୍ରଧାନମନ୍ତ୍ରୀତ୍ୱ କାଳରେ ଅର୍ଥମନ୍ତ୍ରୀ ଥିଲେ ସୁନକ୍ । ସେତେବେଳେ ସୁନକ୍ ନିଜର ବିଚକ୍ଷଣ ପ୍ରତିଭା ପ୍ରଦର୍ଶନ କରିବା ସହିତ କରୋନା ଲକଡାଉନ ବେଳେ ଅର୍ଥନୀତିକୁ ସୁଦୃଢ଼ ରଖିବାରେ ସଫଳ ହୋଇପାରିଥିଲେ ।

Advertisment

ଆଉ ଏହି କାରଣରୁ ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇପାରିଥିଲେ ସୁନକ । ବର୍ତ୍ତମାନ ଅର୍ଥନୀତି ଦୁର୍ବଳ ହେଉଥିବା ବେଳେ ବ୍ରିଟେନବାସୀଙ୍କ ପ୍ରଥମ ପସନ୍ଦ ପାଲଟିଛନ୍ତି ସୁନକ । ଟ୍ରସଙ୍କ ଅର୍ଥନୀତି ବ୍ୟବସ୍ଥା ବ୍ରିଟେନର ଆର୍ଥିକ ସ୍ଥିତିକୁ ଦେବାଳିଆ କରୁଥିବା ଅଭିଯୋଗ ହୋଇଥିଲା । ଟିକସ୍ କାଟ୍ ଓ ଅଧିକ ଋଣ ଭଳି ପଦକ୍ଷେପ ଯୋଗୁଁ ଡଲାର୍ ତୁଳନାରେ ପାଉଣ୍ଡ୍ ଅଧିକ ଦୁର୍ବଳ ହୋଇଛି । ଦେଶରେ ବିଭିନ୍ନ ସାମଗ୍ରୀର ଦରଦାମ ଉଚ୍ଚା ହୋଇଛି ଯାହା କରୋନା ମହାମାରୀ ଭିତରେ ବି ହୋଇନଥିଲା ।

Liz Truss
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ