ୟୁକ୍ରେନ୍‌ର ମେଟ୍ରୋ ଷ୍ଟେସନ୍‌ ପାଲଟିଛି ରକ୍ଷା କବଚ : ଶରଣ ନେଇଛନ୍ତି ସାଧାରଣ ଲୋକ

ଋଷର ଆକ୍ରମଣକୁ ଏଡାଇବା ପାଇଁ ୟୁକ୍ରେନରେ ବର୍ଷ ବର୍ଷ ଧରି ବୋମାରୁ ସୁରକ୍ଷା ଦେବାପରି ଆଶ୍ରୟସ୍ଥଳ ନିର୍ମାଣ କରାଯାଇଛି । ନିଶ୍ଚିତ ମୃତ୍ୟୁ ତଥା ଯୁଦ୍ଧ ଭୟ ଭିତରେ ସାଧାରଣ ନାଗରିକଙ୍କ ସାମ୍ନାରେ ଏହା ଠାଲ ପରି ଛିଡ଼ାହେବ ।

ପୂର୍ବରୁ ପ୍ରସ୍ତୁତ ଥିଲା ୟୁକ୍ରେନ୍‌

ଚାରିଆଡ଼େ କୋଳାହଳ । ଦୁଖ, ଭୟ, ଆତଙ୍କ । ମହାଯୁଦ୍ଧ ମଧ୍ୟରେ ଆରମ୍ଭ ହୋଇଯାଇଛି ମୃତ୍ୟୁର ପରୱାନା । ମାସ ମାସ ଧରି ଜାରି ରହିଥିବା ବିବାଦ ମହାଯୁଦ୍ଧର ରୂପ ନେଇଛି । ଆଜି ସକାଳେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି । ତେବେ ଯୁଦ୍ଧ ଭୟ ଭିତରେ ୟୁକ୍ରେନ ସରକାର ସାଧାରଣ ନାଗରିକଙ୍କ ସୁରକ୍ଷା ପାଇଁ ପୂର୍ବରୁ ପ୍ରସ୍ତୁତ କରି ରଖିଛି ଆଶ୍ରୟ ଗୃହ । ମିସାଇଲ୍ ମାଡ଼ , ବିସ୍ଫୋରଣ ଭିତରେ ଲୋକଙ୍କୁ ରକ୍ଷା କରିବାକୁ ରାଜଧାନୀ କିଭରେ ସ୍ୱତନ୍ତ୍ର ଶୈଳୀରେ ଆଶ୍ରୟ ଗୃହ ନିର୍ମାଣ କରାଯାଇଛି। ବର୍ତ୍ତମାନ ଆଶ୍ରୟସ୍ଥଳକୁ ଯିବାକୁ ନାଗରିକମାନଙ୍କୁ ଅନୁରୋଧ କରାଯାଇଛି ।

ପୂର୍ବରୁ ପ୍ରସ୍ତୁତ ଥିଲା ୟୁକ୍ରେନ୍‌

ଋଷର ଆକ୍ରମଣକୁ ଏଡାଇବା ପାଇଁ ୟୁକ୍ରେନରେ ବର୍ଷ ବର୍ଷ ଧରି ବୋମାରୁ ସୁରକ୍ଷା ଦେବାପରି ଆଶ୍ରୟସ୍ଥଳ ନିର୍ମାଣ କରାଯାଇଛି । ନିଶ୍ଚିତ ମୃତ୍ୟୁ ତଥା ଯୁଦ୍ଧ ଭୟ ଭିତରେ ସାଧାରଣ ନାଗରିକଙ୍କ ସାମ୍ନାରେ ଏହା ଠାଲ ପରି ଛିଡ଼ାହେବ । ବର୍ତ୍ତମାନ ୟୁକ୍ରେନ୍‌ର ଦୋକାନ, ବାର୍, ମେଟ୍ରୋ ଷ୍ଟେସନ୍, ଅଣ୍ଡରପାସ୍, cold war nuclear shelters ଏବଂ ଷ୍ଟ୍ରିପ୍ କ୍ଲବକୁ ଆଶ୍ରୟ ଗୃହରେ ପରିଣତ କରାଯାଇଛି । ତେବେ ନାଗରିକ ମାନଙ୍କୁ ଅଣ୍ଡରଗ୍ରାଉଣ୍ଡ ମେଟ୍ରୋ ଷ୍ଟେସନରେ ଆଶ୍ରୟ ନେବାକୁ କହିଛନ୍ତି ଅଧିକାରୀ । ପୂର୍ବ ୟୁରୋପରେ ୟୁକ୍ରେନର ସର୍ବ ବୃହତ ଏବଂ ପୁରାତନ ଭୂତଳ ନେଟୱାର୍କ ଅଛି ।

ନ୍ୟୁଜ୍ ଏଜେନ୍ସି ଅନୁସାରେ, ୟୁକ୍ରେନ୍‌ରେ ସାମରିକ ଆଇନ ଲାଗୁ ହେବା ମାତ୍ରେ ହଜାର ହଜାର ନାଗରିକ ମେଟ୍ରୋ ଷ୍ଟେସନରେ ଆଶ୍ରୟ ନେଇଛନ୍ତି । କିଭ୍‌ର ମେଟ୍ରୋ ଷ୍ଟେସନ ମୁଖ୍ୟ ବୋମା ଆଶ୍ରୟସ୍ଥଳୀ, ଯେଉଁଠାରେ ଲୋକମାନେ ରହିପାରିବେ । ଆକ୍ରମଣ ହେଲେ ସାଧାରଣ ନାଗରିକ ଏବଂ ସ୍କୁଲ ପିଲାମାନେ ସେଠାକୁ କିପରି ଯିବେ ସେନେଇ ପୂର୍ବରୁ ତାଲିମ ଦିଆଯାଇଛି।

ମେଟ୍ରୋ ସହିତ ବମ୍ ଆଶ୍ରୟସ୍ଥଳୀ

ୟୁକ୍ରେନର ମେଟ୍ରୋ ଷ୍ଟେସନଗୁଡିକୁ ବୋମା ଆଶ୍ରୟସ୍ଥଳୀ ଭାବରେ ବ୍ୟବହାର କରିବାକୁ ଡିଜାଇନ୍ କରାଯାଇଛି । ଏହି ମେଟ୍ରୋ ମାଧ୍ୟମରେ ପିଲାମାନେ ବିନା ଭୟରେ ବିଦ୍ୟାଳୟକୁ ଯାଆନ୍ତି । ତେବେ ବର୍ତ୍ତମାନ ଯୁଦ୍ଧ ଆରମ୍ଭ ହୋଇଥିବା ବେଳେ ଏବେ ଲୋକଙ୍କ ପାଇଁ ଆଶ୍ରୟସ୍ଥଳୀ ପାଲଟିଯାଇଛି ।