Advertisment

କେଉଁଠି ଲୁଚିଛି ହମାସ ମୁଖ୍ୟ? ଆକ୍ରମଣ ଲାଗି ୨ ବର୍ଷ ହେଲା ଚଳାଇଥିଲା ପ୍ଲାନିଂ

ଇସ୍ରାଏଲ ଉପରେ ଆକ୍ରମଣର ମାଷ୍ଟରମାଇଣ୍ଡ....ଷଡ଼ଯନ୍ତ୍ରକୁ କେମିତି କଲା କାର୍ଯ୍ୟକାରୀ?

Hamas commander made planning for Israel attack

Hamas commander made planning for Israel attack

Advertisment

ଇସ୍ରାଏଲ-ହମାସ୍ ଯୁଦ୍ଧକୁ ସପ୍ତାହେ ପୂରିଥିବା ବେଳେ, ସାମ୍ନାକୁ ଆସୁଛି ଅନେକ ହୃଦୟବିଦାରକ ଦୃଶ୍ୟ। ଅନେକ ନିରୀହ ଲୋକଙ୍କୁ ହମାସ ହତ୍ୟା କରିଥିବା ବେଳେ ଏବେ ପ୍ରତିଶୋଧ ପରାୟଣ ହୋଇଥିବା ଇସ୍ରାଏଲ ଶୁଣାଇଛି ଚରମବାଣୀ। ହମାସ ଉପରେ ଜୋରଦାର ଆକ୍ରମଣ କରିବା ଲାଗି ଇସ୍ରାଏଲ ପ୍ରସ୍ତୁତ ହେଉଥିବା ବେଳେ ଉତ୍ତର ଗାଜାପଟ୍ଟିରେ ରହୁଥିବା ୧୧ଲକ୍ଷରୁ ଅଧିକ ପାଲେଷ୍ଟାଇନ ନାଗରିକଙ୍କୁ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଆଡ଼କୁ ଚାଲିଯିବାକୁ ଇସ୍ରାଏଲ ଚେତାବନୀ ଦେଇଛି। .

Advertisment

ଗତ ଶନିବାର ଇସ୍ରାଏଲ ଉପରେ ଆତଙ୍କୀ ସଂଗଠନ ହମାସର ଅତର୍କିତ ଆକ୍ରମଣ ସାରା ବିଶ୍ୱକୁ ଦୋହଲାଇ ଦେଇଛି। ପାଲେଷ୍ଟାଇନବାସୀଙ୍କ ଆତ୍ମନିର୍ଦ୍ଧାରଣକୁ ଅନେକ ଦେଶ ଓ ସଂଗଠନ ସମର୍ଥନ କରିଥିଲେ ମଧ୍ୟ ହମାସର ବର୍ବରୋଚିତ କାର୍ଯ୍ୟର ଘୋର ନିନ୍ଦା କରିଛନ୍ତି । କୁହାଯାଉଛି ଏହି ଆକ୍ରମଣର ମାଷ୍ଟରମାଇଣ୍ଡ ହେଉଛି ହମାସ କମାଣ୍ଡର ମହମ୍ମଦ ଡେଫ୍। ନିଜ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ସେ ଦୁଇ ବର୍ଷ ହେଲା ପ୍ଲାନିଂରେ ଲାଗିଥିଲା। ତେବେ କେଉଁଠି ଅଜି ହମାସ କମାଣ୍ଡର, ନିଜ ଷଡ଼ଯନ୍ତ୍ରକୁ କେମିତି କଲା କାର୍ଯ୍ୟକାରୀ

୨୦୨୧ ମେ ମାସରେ ଇସ୍ରାଏଲ ପକ୍ଷରୁ ଅଲ ଅକ୍ସା ମସଜିଦ ଉପରେ ହୋଇଥିବା ରେଡର ପ୍ରତିଶୋଧ ନେବାକୁ ଏହି ଆକ୍ରମଣ କରାଯାଇଥିବା ଡେଫର ଅଡିଓ ବାର୍ତ୍ତା ପ୍ରସାରିତ ହୋଇଛି । ସେଥିଲାଗି ଏହି ଅପରେସନକୁ ଅକ୍ସା ଫ୍ଲଡ ନାଁରେ ନାମିତ କରାଯାଇଥିବା କହିଛି ଇସ୍ରାଏଲର ମୋଷ୍ଟୱାଣ୍ଟେଡ୍ ଡେଫ୍।...

Advertisment

୨୦୨୧ ରମଜାନ ପୂର୍ବରୁ ଇସ୍ରାଏଲ ସେନା ଓଲଡ ସିଟି ଗେଟ ନିକଟରେ ବାରିକେଡ ନିର୍ମାଣ କରିଥିଲା। ଶୃଙ୍ଖଳା ରକ୍ଷା ଲାଗି ଏହା କରାଯାଇଥିବା କହିଥିଲା ଇସ୍ରାଏଲ। ତେବେ ପାଲେଷ୍ଟାଇନ ନାଗରିକ ଏହାକୁ ବିରୋଧ କରିଥିଲେ। ମସଜିଦକୁ ସେମାନଙ୍କ ଯାଆସ ଉପରେ ପ୍ରତିବନ୍ଧକ ଲଗାଇବାକୁ ଏହା କରାଯାଇଥିବା ପାଲେଷ୍ଟାଇନବାସୀ ଅଭିଯୋଗ କରିଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ପରବର୍ତ୍ତୀ ସମୟରେ ରମଜାନ ଚାଲିଥିବା ବେଳେ ଇସ୍ରାଏଲ ସେନା ମସଜିଦରେ ରେଡ୍ କରିବା ସହ ଶ୍ରଦ୍ଧାଳୁଙ୍କୁ ମାରପିଟ କରିଥିବା ଅଭିଯୋଗ ରହିଛି। ସେବେଠାରୁ ଦୁଇ ପକ୍ଷ ମଧ୍ୟରେ ଉତ୍ତେଜନା ଲାଗି ରହିଥିଲା।

ଅନ୍ୟପକ୍ଷରେ ମୋଷ୍ଟୱାଣ୍ଟେଡ ହମାସ କମାଣ୍ଡର ଡେଫ୍ ଇସ୍ରାଏସ ସେନା ଆକ୍ରମଣରୁ ପୂର୍ବରୁ ସାତ ସାତ ଥର ବଞ୍ଚିଯାଇଛି। ଏବେ ସେ କେଉଁଠି ତାହା କାହାରିକୁ ବି ଜଣାନାହିଁ।ଅତି ଗୋପନୀୟ ଭାବେ ଚଳପ୍ରଚଳ କରେ ଡେଫ୍। ୨୦ ବର୍ଷ ବୟସର ଫଟୋ ବ୍ୟତୀତ ତାକୁ ଚିହ୍ନିଲା ଭଳି ଆଉ କୋଣସି ଫଟୋ ନାହିଁ। ତେବେ ସେ ଗାଜାରେ ଥିବା ଅନୁମାନ କରାଯାଉଛି। ଶନିବାର ଆକ୍ରମଣରେ ଡେଫ୍ ସିଧାସଳଖ ସଂପୃକ୍ତ ବୋଲି କହିଛି ଇସ୍ରାଏଲ। ଅନ୍ୟପକ୍ଷରେ ଇସ୍ରାଏଲ ବିମାନ ଆକ୍ରମଣରେ ଡେଫ୍ ର ପୈତୃକ ଘର ଧୂଳିସାତ ହୋଇଛି। ଏଥିରେ ତାର ଜଣେ ଭାଇ ଓ ଅନ୍ୟ ଦୁଇ
ପରିବାର ସଦସ୍ୟଙ୍କ ମୃତ୍ୟୁ ହୋଇଛି।

Advertisment

ହମାସ ଅଲ କାସମ ବ୍ରିଗେଡ ମୁଖ୍ୟ ଡେଫ୍ ଓ ହମାସ ଗାଜା ମୁଖ୍ୟ ୟେହା ସିନୱାର ମିଳିତ ଭାବେ ଏହି ଅପରେସନର ଯୋଜନା କରିଥିବା ଅନୁମାନ କରାଯାଉଛି। ଏମାନଙ୍କ ବ୍ୟତୀତ ହମାସର ମାତ୍ର କେଇ ଜଣ ବଡ଼ ନେତାଙ୍କୁ ଏବିଷୟରେ ଅବଗତ କରାଯାଇଥିଲା। ମାତ୍ର ଶନିବାର ପାଲେଷ୍ଟାଇନ ରେଡିଓରେ ଡେଫ୍ ର ବାର୍ତ୍ତା ଆସିବା ପରେ କଣ ଗୋଟେ ବଡ଼ ଧରଣର ଘଟିବାକୁ ଯାଉଛି ବୋଲି ସ୍ପଷ୍ଟ ହୋଇଯାଇଥିଲା। ମୁଜାହିଦ୍ଦିନମାନଙ୍କୁ ସମ୍ବୋଧିତ କରିବା ସହ ଲଢିବାର ଅବସର ଆସିଥିବା କହିଥିଲା ଡେଫ୍। ଶତ୍ରୁର ସମୟ ସରିଆସିଛି ଏହା ବୁଝାଇ ଦେବା ଲାଗି ଇସ୍ରାଏଲ ଆକ୍ରମଣ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ସେ ଆହ୍ୱାନ ଦେଇଥିଲା। ତେଣେ ହମାସ ଅପରେସନ ସଂପର୍କରେ ଇରାନ କର୍ତ୍ତୃପକ୍ଷ ଜାଣିଥିବା ସୂଚନା ମିଳୁଛି। ତେବେ ଇରାନ, ହମାସ ଓ ହେଜବୋଲ୍ଲା ମଧ୍ୟରେ ଏନେଇ କୌଣସି କାର୍ତ୍ତାବାର୍ତ୍ତା ହୋଇନଥିବା କୁହାଯାଉଛି।..

Israel Palestine War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ