Advertisment

କିଙ୍ଗ୍‌ ଚାର୍ଲ୍ସଙ୍କ ରୋମାଣ୍ଟିକ୍ ଲାଇଫ୍; ୨୦ରୁ ଅଧିକ ଥିଲେ ପ୍ରେମିକା

ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଦେହାନ୍ତ ପରେ ରାଜପଦ ସମ୍ଭାଳିଛନ୍ତି କିଙ୍ଗ୍‌ ଚାର୍ଲ୍ସ ତୃତୀୟ। ଦିନେ ଅନେକ ପ୍ରେମ ସମ୍ପର୍କକୁ ନେଇ ସେ ଚର୍ଚ୍ଚାରେ ଥିଲେ। ୨୦ରୁ ଅଧିକ ମହିଳାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିବା ବେଳେ ଚର୍ଚ୍ଚାରେ ଅଛନ୍ତି ଏହି ପାଞ୍ଚ। ଜାଣନ୍ତୁ କିଏ…

King Charles iii had a love affair with more than 20 women

King Charles iii had a love affair with more than 20 women

Advertisment

ସବୁବେଳେ ନିଜ ପ୍ରେମ ସଂପର୍କକୁ ନେଇ ଚର୍ଚ୍ଚାରେ ଥିବା କିଙ୍ଗ ଚାର୍ଲ୍ସ ତୃତୀୟ ଏବେ ବ୍ରିଟେନର ନୂଆ ରାଜା ହୋଇଛନ୍ତି। ମା’ ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ମୃତ୍ୟୁ ପରେ ଗୁରୁବାର ରାତିରେ ଚାର୍ଲ୍ସ ଗ୍ରେଟ୍‌ ବ୍ରିଟେନ୍‌ର ରାଜା ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଯଦିଓ କିଙ୍ଗ୍‌ ଚାର୍ଲ୍ସ ତୃତୀୟ ଜଣେ ରାଜ ପରିବାରର ସଦସ୍ୟ ଭାବେ ସବୁବେଳେ ଚର୍ଚ୍ଚାରେ ରହୁଥିଲେ କିନ୍ତୁ ଏହା ବ୍ୟତୀତ ସେ ତାଙ୍କ ପ୍ରେମ ସମ୍ପର୍କକୁ ନେଇ ମଧ୍ୟ ଆଲୋଚିତ ହେଉଥିଲେ। ରୟାଲ୍‌ ପରିବାର ସହିତ ଜଡିତ ଲୋକେ କୁହନ୍ତି ଯେ ୧୯୬୭ ରୁ ୧୯୮୦ମଧ୍ୟରେ କିଙ୍ଗ୍‌ ଚାର୍ଲ୍ସ ତୃତୀୟା ତାଙ୍କ ପ୍ରେମ ସମ୍ପର୍କକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିଲେ ଏବଂ ତାଙ୍କର ୨୦ରୁ ଅଧିକ ମହିଳାଙ୍କ ସହ ସମ୍ପର୍କ ଥିଲା।

Advertisment

ଚାର୍ଲ୍ସ ବର୍ତ୍ତମାନ ତାଙ୍କର ପତ୍ନୀ କାମିଲାଙ୍କ ସହ ଅଛନ୍ତି, ଯିଏ ରାଣୀର ମର୍ଯ୍ୟାଦା ପାଉଛନ୍ତି। ଏହା ପୂର୍ବରୁ ସେ ରାଜକୁମାରୀ ଡାଏନାଙ୍କୁ ବିବାହ କରିଥିଲେ, କିନ୍ତୁ ପରେ ଛାଡପତ୍ର ହୋଇଥିଲା। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଯେତେବେଳେ କିଙ୍ଗ୍‌ ଚାର୍ଲ୍ସ ତୃତୀୟ ଛୋଟ ଥିଲେ, ଇଣ୍ଡୋ-ପାକ୍‌କୁ ଭାଗ କରିଥିବା ଲର୍ଡ ମାଉଣ୍ଟବ୍ୟାଟେନ୍ ତାଙ୍କୁ ପରାମର୍ଶ ଦେଇ କହିଥିଲେ ଯେ ଜୀବନରେ ଯେତେପାରିବ ସେତେ ନାରୀଙ୍କ ସହ ପ୍ରେମ ସମ୍ପର୍କ ରଖିବ।

King Charles and Diana in romantic momentରୋମାଣ୍ଟିକ୍ ମୁହୂର୍ତ୍ତରେ କିଙ୍ଗ୍ ଚାର୍ଲ୍ସ ଓ ଡାଏନା

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କିଙ୍ଗ୍‌ ଚାର୍ଲ୍ସଙ୍କ ପ୍ରଥମ ପ୍ରେମ ସଂପର୍କ ଚିଲୀର ତତ୍କାଳୀନ ରାଷ୍ଟ୍ରଦୂତଙ୍କ ଝିଅ ଲୁସିଆ ସାନ୍ତା କ୍ରୁଜ୍‌ ନାମକ ଜଣେ ମହିଳାଙ୍କ ସହ ଥିଲା। କିଙ୍ଗ ଚାର୍ଲ୍ସ ୧୯୬୯ରେ ଏକ ରାତ୍ରୀ ଭୋଜନରେ ଲୁସିଆଙ୍କୁ ଭେଟିଥିଲେ ଓ ତାଙ୍କ ପ୍ରେମରେ ପଡିଯାଇଥିଲେ। ଚାର୍ଲ୍ସଙ୍କ ସମ୍ପର୍କୀୟ ଭଉଣୀ ତଥା ଲୁସିଆଙ୍କ ବନ୍ଧୁ ଲେଡି ଏଲିଜାବେଥ୍ ଏନ୍ସନ୍ କହିଛନ୍ତି ଯେ ସେ ଥିଲେ ତାଙ୍କ ଜୀବନର ପ୍ରଥମ ପ୍ରକୃତ ପ୍ରେମ।

Advertisment

ଲୁସିଆଙ୍କ ପରେ କାମିଲାଙ୍କ ସହ ଚକ୍କର:

ଲୁସିଆଙ୍କ ପରେ ୧୯୭୦ରେ ଏକ ପୋଲୋ ମ୍ୟାଚ୍‌ରେ କିଙ୍ଗ ଚାର୍ଲ୍ସ ତୃତୀୟ ଏବଂ କାମିଲା ପ୍ରଥମ ଥର ପାଇଁ ସାକ୍ଷାତ ହୋଇଥିଲେ। ଦୁହେଁ କିଛି ଦିନ ପାଇଁ ଡେଟ୍‌ କରିଥିଲେ। କିନ୍ତୁ କାମିଲା ୧୯୭୩ରେ ଆଣ୍ଡ୍ରିୟୁ ପାର୍କର ବାଉଲ୍ସଙ୍କୁ ଏବଂ କିଙ୍ଗ୍‌ ଚାର୍ଲ୍ସ ତୃତୀୟ ୧୯୭୧ରେ ରାଜକୁମାରୀ ଡାଏନାଙ୍କୁ ବିବାହ କରିଥିଲେ। ଲେଡି ଡାଏନାଙ୍କ ଛାଡପତ୍ର ଏବଂ ମୃତ୍ୟୁ ପରେ କିଙ୍ଗ୍‌ ଚାର୍ଲ୍ସ ତୃତୀୟ ଏବଂ କାମିଲାଙ୍କ ମଧ୍ୟରେ ପୁଣି ଥରେ ପ୍ରେମ ସମ୍ପର୍କ ଗଢି ଉଠିଲା। ଚାର୍ଲ୍ସ ଏବଂ କାମିଲା ସେମାନଙ୍କର ସମ୍ପର୍କକୁ ସାର୍ବଜନୀନ କରିଥିଲେ ଏବଂ ରାଜକୁମାରୀ ଡାଏନାଙ୍କ ଦେହାନ୍ତର ଏକ ବର୍ଷ ପରେ ୨୦୦୫ରେ ଉଭୟ ବିବାହ କରିଥିଲେ।

King Charles with wife Camillaପତ୍ନୀ କାମିଲାଙ୍କ ସହ କିଙ୍ଗ ଚାର୍ଲ୍ସ

ଡାଏନାଙ୍କ ବଡ ଭଉଣୀ ସାରାଙ୍କ ମାଧ୍ୟମରେ କିଙ୍ଗ୍‌ ଚାର୍ଲ୍ସ ଏବଂ ଡାଏନାଙ୍କ ଭେଟ ହୋଇଥିଲା। ଲର୍ଡ ମାଉଣ୍ଟବ୍ୟାଟେନ୍‌ଙ୍କ ହତ୍ୟା ହେବାର ଗୋଟିଏ ବର୍ଷ ପରେ ୧୯୮୦ରେ ସେମାନେ ଦ୍ୱିତୀୟ ଥର ପାଇଁ ସାକ୍ଷାତ ହୋଇଥିଲେ। ଫେବୃଆରୀ ୧୯୮୧ରେ ସେମାନଙ୍କ ଏନ୍‌ଗେଜ୍‌ମେଣ୍ଟ ହୋଇଥିଲା। ବିବାହ ପରେ ୧୯୯୫ରେ ଏକ ସାକ୍ଷାତକାରରେ ରାଜକୁମାରୀ ଡାଏନା କାମିଲା ପାର୍କର ବାଉଲ୍ସଙ୍କ ସହ ଚାର୍ଲ୍ସଙ୍କ ପ୍ରେମ ସମ୍ପର୍କ ବିଷୟରେ କହିଥିଲେ ଯେ ‘ତାଙ୍କ ବିବାହରେ ତିନି ଜଣ ଥିଲେ।’ ୧୯୯୨ରେ ଦୁହେଁ ଛାଡପତ୍ର ହୋଇଥିଲେ। ଚାର୍ଲ୍ସଙ୍କ ଅତିରିକ୍ତ ବୈବାହିକ ସମ୍ପର୍କକୁ ନେଇ ମଧ୍ୟ ଅନେକ ଆଲୋଚନା ହୋଇଥିଲା। ଏହି କାରଣକୁ ରାଜକୁମାରୀ ଡାଏନାଙ୍କ ସହ ତାଙ୍କର ବ୍ରେକଅପ୍ ହୋଇଥିଲା।

Advertisment

ଡାଏନାଙ୍କ ବଡ ଭଉଣୀ ସହ ସମ୍ପର୍କ:

୧୯୭୭ ମସିହାରେ ରାଜକୁମାରୀ ଡାଏନାଙ୍କ ବଡ ଭଉଣୀ ସାରା ଏବଂ ଚାର୍ଲ୍ସ ପ୍ରଥମ ଥର ପାଇଁ ସାକ୍ଷାତ ହୋଇଥିଲେ, ଏବଂ ଉଭୟଙ୍କ ମଧ୍ୟରେ କିଛି ଦିନ ପାଇଁ ସମ୍ପର୍କ ଥିଲା। କିନ୍ତୁ ପରେ ଗଣମାଧ୍ୟମକୁ ସୂଚନା ଦିଆଯାଇଥିଲା ଯେ ବିବାହ କରିବାକୁ ତାଙ୍କର ଆଗ୍ରହ ନାହିଁ। ୧୯୭୮ରେ ସାରା କହିଥିଲେ ଯେ “ମୋର ତାଙ୍କୁ ବିବାହ କରିବାର କୌଣସି ଉଦ୍ଦେଶ୍ୟ ନାହିଁ। ମୁଁ ତାଙ୍କ ପାଇଁ ପାଗଳ ନୁହେଁ।”

କିଙ୍ଗ ଚାର୍ଲ୍ସଙ୍କ ସ୍କଟଲ୍ୟାଣ୍ଡର ଜମିଦାର ହମିଶ ୱାଲେସ୍‌ଙ୍କ ଝିଅ ଆନ୍ନା ୱାଲେସ୍‌ଙ୍କ ସହ ମଧ୍ୟ ପ୍ରେମ ସମ୍ପର୍କ ଥିଲା। ୧୯୮୦ରେ ଦୁହେଁ ଭେଟ ହୋଇଥିଲେ। କିଙ୍ଗ୍ ଚାର୍ଲ୍ସ ଆନ୍ନାଙ୍କୁ ଡେଟ୍ କରିବା ଆରମ୍ଭ କରିଥିଲେ। ଲେଖକ ଜେସିକା ଜେନେ ଲେଖିଛନ୍ତି ଯେ ଆନ୍ନା ତାଙ୍କ ମା’ଙ୍କର ୮୦ ତମ ଜନ୍ମଦିନ ପାର୍ଟିରେ ଏହି ସମ୍ପର୍କର ଅନ୍ତ କରିଥିଲେ। କିଛି ମିଡିଆ ରିପୋର୍ଟରେ କୁହାଯାଇଛି ଯେ କାମିଲାଙ୍କ କାରଣରୁ ଆନ୍ନା ୱାଲେସ୍‌ଙ୍କ ସହ କିଙ୍ଗ ଚାର୍ଲ୍ସଙ୍କ ବ୍ରେକ୍‌ଅପ୍ ହୋଇଥିଲା।

Britain Queen Elizabeth II King Charles III
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ