Advertisment

ପେଜର୍‌ ବ୍ଲାଷ୍ଟର କେରଳ ଲିଙ୍କ ! କାହିଁକି ଚର୍ଚ୍ଚାରେ ‘ବାପ-ପୁଅ’ ?

ଲେବାନନ୍‌ରେ ପେଜର୍ ଓ ୱାକି-ଟକି ବିସ୍ଫୋରଣ ପରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହି ବିସ୍ଫୋରଣରେ ଏକାଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ହଜାର ହଜାର ଲୋକ ଆହତ ହୋଇଛନ୍ତି। ତେବେ ଏହି ବ୍ଲାଷ୍ଟ ପଛରେ କେରଳ ଲିଙ୍କ ଥିବା ଚର୍ଚ୍ଚା ଜୋର୍ ଧରିଛି।

ଅଦ୍ୟତନ ହୋଇଛି
pager blasts

pager blasts

Advertisment

ଲେବାନନ୍‌ରେ ପେଜର୍ ଓ ୱାକି-ଟକି ବିସ୍ଫୋରଣ ପରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହି ବିସ୍ଫୋରଣରେ ଏକାଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ହଜାର ହଜାର ଲୋକ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ଲେବାନୀୟ ମିଲିସିଆ ହିଜବୁଲାର ଅନେକ ସଦସ୍ୟ ମଧ୍ୟ ଅଛନ୍ତି। ତେବେ ଏହି ବ୍ଲାଷ୍ଟ ପଛରେ କେରଳ ଲିଙ୍କ ଥିବା ଚର୍ଚ୍ଚା ଜୋର୍ ଧରିଛି। କେରଳର ମୂଳ ନିବାସୀ ତଥା ନରୱେରର ଜଣେ ବ୍ୟବସାୟୀ ରିନସନ୍ ଜୋସେ ଏହି ଘଟଣାରେ ସଂପୃକ୍ତ ଥିବା କୁହାଯାଉଛି।

Advertisment

ରିନସନ୍ ଜୋସେ କିଏ ?

ହଙ୍ଗେରୀ ନ୍ୟୁଜ୍ ୱେବସାଇଟ୍ ଟେଲେକ୍ସର ରିପୋର୍ଟ ଅନୁଯାୟୀ, ନର୍ଟା ଗ୍ଲୋବାଲ୍ ଲିମିଟେଡ୍ ନାମକ ଏକ ବୁଲଗେରିଆ କମ୍ପାନୀ ହିଜବୁଲାର ପେଜର୍ କାରବାରରେ ଜଡିତ ଥିଲା। ଏହି କମ୍ପାନୀ ନରୱେ ନାଗରିକ ରିନ୍ସନ୍ ଜୋସେଙ୍କର। ରିନସନ୍‌ ପ୍ରକୃତରେ କେରଳର ୱାୟନାଡରେ ଜନ୍ମଗ୍ରହଣ କରିଥିଲେ। ସେଠାରୁ ଏମବିଏ ଶେଷ କରିବା ପରେ ସେ ନରୱେ ଯାଇଥିଲେ। କେରଳର ଅଗ୍ରଣୀ ଖବରକାଗଜ ମନୋରାମାର ରିପୋର୍ଟ ଅନୁଯାୟୀ, ରିନସନଙ୍କ ବାପା ଜୋସ୍ ମୁଥେଡମ୍ ଏଠାରେ ଦରଜି ଭାବେ କାମ କରୁଥିଲେ। ତେଣୁ ସେହି ଅଞ୍ଚଳରେ ସେ 'ଟେଲର୍ ଜୋସ୍' ଭାବରେ ଜଣାଶୁଣା।

ଲେବାନନ୍‌ ବିସ୍ଫୋରଣ ସହି ସଂପର୍କ କ’ଣ?

ଏଭଳି ପରିସ୍ଥିତିରେ କେରଳର ଏକ ସାଧାରଣ ପରିବାରରେ ଜନ୍ମିତ ରିନସନ୍ ଜୋସେଙ୍କ ନାମ ଲେବାନନରେ ପେଜର୍ ବିସ୍ଫୋରଣ ସହିତ କିପରି ଜଡିତ ହେଲା ତାହା ଜାଣିବା । ପ୍ରକୃତରେ ପେଜର୍ ବିସ୍ଫୋରଣ ପରେ ପ୍ରଥମେ ପେଜର୍ ଉତ୍ପାଦନକାରୀ କମ୍ପାନୀ ଉପରେ ସନ୍ଦେହ ବଢିଥିଲା। ଏହି ପେଜର ଗୁଡ଼ିକରେ ତାଇୱାନର କମ୍ପାନୀ ଗୋଲ୍ଡ ଆପୋଲୋର ବ୍ରାଣ୍ଡ ନାମ ଥିଲା । ତେବେ ଗୋଲ୍ଡ ଆପୋଲୋ ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ସୁ ଚିଙ୍ଗ-କୁଆଙ୍ଗ ସ୍ପଷ୍ଟ କରିଛନ୍ତି ଯେ 'ଏହି ପେଜରଗୁଡିକୁ ସେ ତିଆରି କରିନାହିଁନ୍ତି,ତ ସେଥିରେ କେବଳ ତାଙ୍କ ବ୍ରାଣ୍ଡ ରହିଥିଲା।

Advertisment

ଇସ୍ରାଏଲ କିପରି ଜାଲ ବିଛାଇଥିଲା?

କୁଆଙ୍ଗ ଏହି ପେଜରଗୁଡ଼ିକୁ ହଙ୍ଗେରୀ କମ୍ପାନୀ BAC କନ୍ସଲ୍ଟିଂ ସହିତ ଯୋଡିଥିଲେ। ପେଜରଗୁଡିକ ବୁଡାପେଷ୍ଟର ଏକ କମ୍ପାନୀ ତିଆରି କରିଥିଲା। ତେବେ ସେହି କମ୍ପାନୀ ସହ ତିନି ବର୍ଷର ଲାଇସେନ୍ସ ଚୁକ୍ତି ହୋଇଥିଲା। ହଙ୍ଗେରୀ ମିଡିଆ ଆଉଟଲେଟ୍ ଟେଲକ୍ସ ସୂତ୍ରରୁ ପ୍ରକାଶ ଯେ BAC କନ୍ସଲ୍ଟିଂ ହେଉଛି ନେଣ ଦେଣ କରିବାର ଏକ ମାଧ୍ୟମ। ଟେଲେକ୍ସ କହିଛନ୍ତି ଯେ BAC ର କାର୍ଯ୍ୟାଳୟ ମଧ୍ୟ ନାହିଁ ଏବଂ ଏହା କେବଳ ଗୋଟିଏ ଠିକଣାରେ ପଞ୍ଜିକୃତ। ଏଭଳି ପରିସ୍ଥିତିରେ, BAC କନ୍ସଲ୍ଟିଂ ଇସ୍ରାଏଲ୍ ଦ୍ୱାରା ପ୍ରତିଷ୍ଠିତ ଏକ ନକଲି ସଂସ୍ଥା ହୋଇପାରେ ବୋଲି ଆଶଙ୍କା କରାଯାଉଛି।

ଟେଲକ୍ସ ରିପୋର୍ଟ କରିଛି, 'BAC କନ୍ସଲ୍ଟିଂର ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟିଆନା ବାର୍ସାନି-ଆର୍ସିଡିଏକୋନୋ ସୋଫିଆ ସ୍ଥିତ ବୁଲଗେରିଆ କମ୍ପାନୀ ନର୍ଟା ଗ୍ଲୋବାଲ ଲିମିଟେଡ ସହିତ ଏହି ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। କୁହାଯାଉଛି କି ବୁଲଗେରିଆରେ ଥିବା ଏହି ନାର୍ଟୋ ଗ୍ଲୋବାଲର ପ୍ରତିଷ୍ଠାତା ହେଉଛନ୍ତି କେରଳ ୱାୟନାଡ୍‌ର ରିନସନ୍‌ ଜୋସେ। ଯଦିଓ BAC କନ୍ସଲ୍ଟିଂ ଗୋଲ୍ଡ ଆପୋଲୋ ସହିତ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛି, ତଥାପି ପେଜର୍ ଡିଲ୍ ପଛରେ ନର୍ଟା ଗ୍ଲୋବାଲ୍ ହିଁ ରହିଥିଲା ।

Advertisment

ତଦନ୍ତ ପରେ କ’ଣ ସ୍ପଷ୍ଟ ହୋଇଛି?

ନରୱେ ନାଗରିକ ରିନ୍ସନ୍ ୨୦୨୨ ମସିହାରେ ନର୍ଟା ଗ୍ଲୋବାଲ୍ ପ୍ରତିଷ୍ଠା କରିଥିଲେ। ଏହା ବୁଲଗେରିଆର ରାଜଧାନୀ ସୋଫିଆରେ ଏକ ଆବାସିକ ଠିକଣାରେ ଅବସ୍ଥିତ । ତେବେ, ବୁଲଗେରିଆ ସୁରକ୍ଷା ଏଜେନ୍ସି SANS ଦ୍ୱାରା ହୋଇଥିବା ଅନୁସନ୍ଧାନରେ କୁହାଯାଇଛି ଯେ ତାଙ୍କ ଦେଶ ଦେଇ ପେଜର ପରିବହନ ହୋଇନି। ଏହାପରେ ରିନସନ୍‌ ଓ ତାଙ୍କ କମ୍ପାନୀ ନର୍ଟା ଗ୍ଲୋବାଲକୁ କ୍ଲିନ ଚିଟ୍ ମିଳିଛି। SANS ସ୍ପଷ୍ଟ କରିଛି ଯେ, ବିସ୍ଫୋରଣ ହୋଇଥିବା ପେଜର୍‌ ବୁଲଗେରିଆରେ ଆମଦାନୀ, ରପ୍ତାନି କିମ୍ବା ଉତ୍ପାଦନ କରାଯାଇ ନାହିଁ। ବିସ୍ଫୋରଣକାରୀ ପେଜର୍ସ ସଂପର୍କରେ SANS ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ