Advertisment

ରେକର୍ଡ ଭାଙ୍ଗିଲା ଜୁଲାଇ ତାପମାତ୍ରା

ଚଳିତ ବର୍ଷ ଜୁଲାଇ ମାସର ତାପମାତ୍ରା ସବୁ ରେକର୍ଡ ଭାଙ୍ଗିଛି।  ସାଧାରଣତଃ ଜୁଲାଇ ମାସରେ ବିଶ୍ୱର ତାପମାତ୍ରା ଅଧିକ ରହିଥାଏ, କିନ୍ତୁ ଚଳିତ ବର୍ଷ ତାପମାତ୍ରା ସବୁଠାରୁ ଅଧିକ ରେକର୍ଡ କରାଯାଇଛି।

ରେକର୍ଡ ଭାଙ୍ଗିଲା ଜୁଲାଇ ତାପମାତ୍ରା

July was world’s hottest month

Advertisment

ୱାଶିଂଟନ: ଚଳିତ ବର୍ଷ ଜୁଲାଇ ମାସର ତାପମାତ୍ରା ସବୁ ରେକର୍ଡ ଭାଙ୍ଗିଛି।  ସାଧାରଣତଃ ଜୁଲାଇ ମାସରେ ବିଶ୍ୱର ତାପମାତ୍ରା ଅଧିକ ରହିଥାଏ, କିନ୍ତୁ ଚଳିତ ବର୍ଷ ତାପମାତ୍ରା ସବୁଠାରୁ ଅଧିକ ରେକର୍ଡ କରାଯାଇଛି। ଏନେଇ ଆମେରିକାର ଏକ ସଂସ୍ଥା ଦ୍ୱାରା ମିଳିଥିବା ତଥ୍ୟରୁ ଜଣାପଡ଼ିଛି। National Ocean and Atmospheric Administration (NOAA) ପକ୍ଷରୁ ଏଭଳି ତଥ୍ୟ ମିଳିଛି।

Advertisment

ବିଂଶ ଶତାବ୍ଦୀର ହାରାହାରି ତାପମାତ୍ରା ତୁଳନାରେ ସମୁଦ୍ର ପୃଷ୍ଠ ଓ ଭୂପୃଷ୍ଠର ତାପମାତ୍ରାରେ ୧.୬୭ ଫାରେନହାଇଟ୍ ବୃଦ୍ଧି ହୋଇଛି। ପୂର୍ବରୁ ହାରାହାରି ତାପମାତ୍ରା ୬୦.୪ ଡିଗ୍ରୀ ଫାରେନହାଇଟ୍ ଥିବା ବେଳେ ଚଳିତବର୍ଷ ଜୁଲାଇ ମାସର ତାପମାତ୍ରା ୬୨.୦୭  ଫାରେନହାଇଟ୍ ରହିଛି। ଜଳବାୟୁ ପରିବର୍ତ୍ତନକୁ ନେଇ ସାରା ବିଶ୍ୱ ଚିିନ୍ତିତ ଥିବା ବେଳେ ଏଭଳି ତଥ୍ୟ ପରିବେଶବିତ୍‌ ମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।  ୨୦୩୦ ସୁଦ୍ଧା ବିଶ୍ୱ ତାପମାତ୍ରା ୧.୫ ଡିଗ୍ର ସେଲସିୟସ ବୃଦ୍ଧି ପାଇବ ବୋଲି ଗତ ସପ୍ତାହରେ ଜାତିସଂଘର ଆଇପିସିସି ପକ୍ଷରୁ ଚେତାବନୀ ଦିଆଯାଇଛି। 

Advertisment

ଗ୍ଲୋବାଲ ୱାର୍ମିଂ କାରଣରୁ ପୃଥିବୀର ତାପମାତ୍ରା ବଢିବାକୁ ଯାଉଛି। ଇଣ୍ଟର ଗଭର୍ଣ୍ଣମେଣ୍ଟାଲ ପ୍ୟାନେଲ ଅନ୍ କ୍ଲାଇମେଣ୍ଟ ଚେଞ୍ଜ୍ (ଆଇପିସିସି) ଏହାର ସଦ୍ୟତମ ରିପୋର୍ଟରେ ଚେତାବନୀ ଦେଇଛି ଯେ, ପୃଥିବୀର ହାରାହାରି ତାପମାତ୍ରା ପୂର୍ବ ଶିଳ୍ପ ଯୁଗ ତୁଳନାରେ ୨ ପ୍ରତିଶତ ବୃଦ୍ଧି ପାଇବ। ଏନେଇ ବୃହତ ପରିମାଣରେ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନକୁ ତୁରନ୍ତ ହ୍ରାସ କରାଯିବା ଉଚିତ। 

ଅନ୍ୟପକ୍ଷେ, କିଛିଦିନ ପୂର୍ବେ ଜାତିସଂଘର ଏକ ରିପୋର୍ଟରେ ଚେତାବନୀ ଦିଆଯାଇଥିଲା, ଆଗାମୀ ୫ ବର୍ଷ ମଧ୍ୟରେ ପୃଥିବୀର ତାପମାତ୍ରା ଅସ୍ଥାୟୀ ଭାବେ ୧.୫ ଡିଗ୍ରୀ ବୃଦ୍ଧି ପାଇପାରେ। ଏ ନେଇ ଜାରି କରାଯାଇଥିବା ରିପୋର୍ଟରେ କୁହାଯାଇଥିଲା, ପୂର୍ବ-ଔଦ୍ୟୋଗିକ ସ୍ତରରେ ଆଗାମୀ ୫ ବର୍ଷ ଭିତରେ ଅସ୍ଥାୟୀ ଭାବେ ତାପମାତ୍ରା ବୃଦ୍ଧି ପାଇବାର ୪୦ ପ୍ରତିଶତ ଆଶଙ୍କା ରହିଛି ।

Advertisment
Highest Temperature Temperature
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ