Jugaad At Its Best! Woman Earns Rs 42,000 Per Month By Renting Out One Side Of Her Bed
ଅନେକ ଲୋକ ନିଜର ସୁବିଧା ଓ ଅସୁବିଧା କାରଣରୁ ଘରଭଡ଼ା ନେଇଥା’ନ୍ତି । ଘରଭଡ଼ା ବାବଦକୁ ମାଲିକଙ୍କୁ ଟଙ୍କା ମଧ୍ୟ ଦେଇଥା’ନ୍ତି ଭଡ଼ାଟିଆ । କିଛି ଘରର ମାଲିକମାନେ ଘରଭଡ଼ା ଦେବାକୁ ହେଲେ ଏଗ୍ରିମେଣ୍ଟ ବା ଚୁକ୍ତି କରିଥା’ନ୍ତି । ଯେପରିକି ବର୍ଷେରୁ ଊର୍ଦ୍ଧ୍ୱ ସମୟ ରହିବା ଲାଗି ଭଡ଼ାଟିଆଙ୍କ ପାଇଁ ନିୟମ ଅନୁସାରେ ଏଗ୍ରିମେଣ୍ଟ କରାଯାଇଥାଏ ।
ଏ କଥା ତ ପ୍ରାୟ ସମସ୍ତଙ୍କୁ ଜଣାଥାଏ । ହେଲେ ଆପଣ ଜାଣନ୍ତି କି ? ଘର ନୁହେଁ ବରଂ ଅଧା ବେଡ୍ ଭଡ଼ାରେ ଲାଗିବା କଥା । ବେଡ୍ ମାନେ କୌଣସି ହଷ୍ଟେଲ ନୁହେଁ, କି ଅନ୍ୟ କୌଣସି ସ୍ଥାନ । ଜଣେ ମହିଳା ତାଙ୍କ ବେଡ୍ ରୁମର ଅଧା ବେଡ୍କୁ ଭଡ଼ାରେ ଲଗାଇଛନ୍ତି । ଆଉ ତା’ ବଦଳରେ ମାସିକ ୪୨ ହଜାର ଟଙ୍କା ରୋଜଗାର ମଧ୍ୟ କରିଛନ୍ତି ।
ମହିଳା ଜଣକ ନିଜ ବେଡ୍ର ଅଧା ଭଡ଼ା ଦେଇଥିବାବେଳେ କିଛି ସର୍ତ୍ତ ମଧ୍ୟ ରଖିଛନ୍ତି । ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ଏପରି ଏକ ଘଟଣା ଅଷ୍ଟ୍ରେଲିଆରୁ ସାମ୍ନାକୁ ଆସିଛି । ଜଣେ ଅଷ୍ଟ୍ରେଲୀୟ ମହିଳା ତାଙ୍କ ଶୋଇବା ଘରର ବେଡ୍କୁ ଅଧା ଭଡ଼ା ଦେଇଛନ୍ତି । ଅର୍ଥାତ୍ ବେଡ୍ର ଗୋଟିଏ ପାର୍ଶ୍ୱରେ ଭଡା ନେଇଥିବା ବ୍ୟକ୍ତି ଜଣକ ଶୋଇପାରିବେ ବୋଲି କହିଛନ୍ତି ।
ସୂଚନା ଅନୁସାରେ ଅଷ୍ଟ୍ରେଲୀୟ ମହିଳା ମୋନିକ୍ ଯିରିମିୟ ଏପରି ଏକ ଅଜବ ଭଡ଼ା ଦେଇଥିବା ନେଇ ଜଣାପଡ଼ିଛି । ନିଜର ବେଡ୍କୁ ଅନ୍ୟ କୌଣସି ଅଜଣା ବ୍ୟକ୍ତିଙ୍କ ସହ ସେୟାର କରିଛନ୍ତି । ଖାଲି ସେତିକି ନୁହେଁ, ତାଙ୍କ ସହ ବେଡ୍ ସେୟାର କରିବାକୁ ଲୋକମାନଙ୍କୁ ଅଫର ଦେଇଥା’ନ୍ତି । ଆଉ ବେଡ୍ ସେୟାର କରିବା ଦ୍ୱାରା ସେ ମାସିକ ୪୧,୬୨୪,୯୨ ଟଙ୍କା ମାସିକ ରୋଜଗାର ମଧ୍ୟ କରିଛନ୍ତି ।
ମୋନିକ୍ଙ୍କ ସହ ବେଡ୍ ସେୟାର କରିବାକୁ ହେଲେ କିଛି ସର୍ତ୍ତ ମଧ୍ୟ ସେ ରଖିଥିଲେ । ସେ କହିଥିଲେ, ବେଡ୍ ସେୟାର ସମୟରେ କୌଣସି ବ୍ୟକ୍ତି ରୋମାଣ୍ଟିକ୍ ବ୍ୟବହାର କରିପାରିବେ ନାହିଁ । ଶୋଇବା ସମୟରେ ଶାରୀରିକ ସମ୍ପର୍କ ରଖିପାରିବେ ନାହିଁ ବୋଲି କହିଥିଲେ ମୋନିକ୍ ।
ମୋନିକ୍ ଏନେଇ କିଛି ସୂଚନା ଦେଇଚନ୍ତି । ତାଙ୍କ ସୂଚନା ଅନୁସାରେ କରୋନା ସମୟରେ ସେ ଏକୁଟିଆ ରହୁଥିଲେ । ତେଣୁ ସେହି ସମୟରେ ସେ ଏକୁଟିଆ ଅନୁଭବ ନକରିବାକୁ ଏପରି ଏକ ଚିନ୍ତା କରିଥିଲେ । ଫଳରେ ବେଡ୍ର ଅଧା ସେୟାର କରିବାରୁ ସେ ଭଲ ରୋଜଗାର କରିପାରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1693050678.jpg)