Advertisment

ମାନହାନି ମୋକଦ୍ଦମାରେ ହଲିଉଡ଼ ଷ୍ଟାର ଜନି ଡେପ୍‌ଙ୍କ ସପକ୍ଷରେ ଆସିଲା ଜୁରୀଙ୍କ ରାୟ

ହଲିଉଡ଼ ଷ୍ଟାର ଜନି ଡେପ୍ ଏବଂ ତାଙ୍କ ପୂର୍ବତନ ପତ୍ନୀ ତଥା ଅଭିନେତ୍ରୀ ଅମ୍ବର ହର୍ଡଙ୍କ ମଧ୍ୟରେ ଚାଲିଥିବା ହାଇ ପ୍ରୋଫାଇଲ ମାନହାନି ମୋକଦ୍ଦମାର ରାୟ ପ୍ରକାଶ ପାଇଛି। ବୁଧବାର ଏକ ଖଣ୍ଡପୀଠ ଏହାର ଶୁଣାଣି କରି ଜନି ଡେପଙ୍କ ସପକ୍ଷରେ ରାୟ ଦେଇଛନ୍ତି।

Johnny Depp

Johnny Depp

Advertisment

ହଲିଉଡ଼ ଷ୍ଟାର ଜନି ଡେପ୍ ଏବଂ ତାଙ୍କ ପୂର୍ବତନ ପତ୍ନୀ ତଥା ଅଭିନେତ୍ରୀ ଅମ୍ବର ହର୍ଡଙ୍କ ମଧ୍ୟରେ ଚାଲିଥିବା ମାନହାନି ମୋକଦ୍ଦମାରେ ଜନିଙ୍କ ବିଜୟ ହୋଇଛି । ଉଭୟ ପକ୍ଷର ଯୁକ୍ତି ଓ ପ୍ରମାଣ ଆଧାରେ ରାୟ ଶୁଣାଇଛନ୍ତି ଜୁରୀ । ଯେଉଁଥିରେ ଅମ୍ବରଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୧୦ ମିଲିୟନ ଡଲାର କ୍ଷତିପୂରଣ ଏବଂ ୫ ମିଲିୟନ ଡଲାର ଆର୍ଥିକ ଦଣ୍ଡ ଶୁଣାଇଛନ୍ତି ।

Advertisment

ଗତ ୬ ସପ୍ତାହ ଧରି ଶୁଣାଣି ଚାଲିଥିଲା । ଜନି ଓ ଅମ୍ବର ୨୦୧୭ରେ ଅଲଗା ହୋଇଯାଇଥିବା ବେଳେ, ୨୦୧୮ରେ ଘରୋଇ ହିଂସାର ଶିକାର ହୋଇଥିବା ଅଭିଯୋଗ ଆଣିଥିଲେ । ପତ୍ନୀ ଅମ୍ବର ହର୍ଡ ଏକ ପତ୍ରିକାରେ ଏନେଇ ଖବର ପ୍ରକାଶ ପରେ ଅମ୍ବରଙ୍କ ବିରୋଧରେ ମାନହାନି ମୋକଦ୍ଦମା ରୁଜୁ କରିଥିଲେ ଜନି ଡେପ୍ ।

ଏହି ରାୟ ପ୍ରକାଶ ପାଇବା ପରେ ଜନି ଏକ ବିବୃତିରେ  ଖଣ୍ଡପୀଠ ରାୟକୁ ସ୍ୱାଗତ କରିଛନ୍ତି। ଏଥିସହ କହିଛନ୍ତି, ଖଣ୍ଡପୀଠ ମୋତେ ମୋ ଜୀବନ ଫେରାଇ ଦେଇଛନ୍ତି। ଆରମ୍ଭରୁ ଫଳାଫଳକୁ ଗୁରୁତ୍ୱ ନ ଦେଇ ସତ୍ୟକୁ ଲୋକଲୋଚନକୁ ଆଣିବାକୁ ଏହି ମାମଲା ଲଢ଼ିଥିଲି। ଏ ପର୍ଯ୍ୟନ୍ତ ସର୍ବୋତ୍ତମ ନିଷ୍ପତ୍ତି ଆସି ନାହିଁ,  କିନ୍ତୁ  ଜୀବନରେ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି।

Advertisment

ଅନ୍ୟପକ୍ଷରେ, ଏହି ନିଷ୍ପତ୍ତିରେ ଅମ୍ବର ହେର୍ଡ ଅତ୍ୟନ୍ତ ନିରାଶ ହୋଇଛନ୍ତି। ସେ ଏକ ବିବୃତ୍ତିରେ କହିଛନ୍ତି ଯେ ‘ଆଜି ମୁଁ ଯେଉଁ ନିରାଶ ଅନୁଭବ କରୁଛି ତାହା ଶବ୍ଦରେ ପ୍ରକାଶ କରାଯାଇପାରିବ ନାହିଁ। ସେ କହିଛନ୍ତି ମୁଁ ଖୁବ୍‌ ଦୁଃଖିତ ଯେ ମୋର ପୂର୍ବତନ ସ୍ୱାମୀଙ୍କ ଶକ୍ତି, ପ୍ରଭାବ ଏବଂ ପ୍ରାଧାନ୍ୟକୁ ପ୍ରତିହତ କରିବା ପାଇଁ ପ୍ରମାଣର ପର୍ବତ ପର୍ଯ୍ୟାପ୍ତ ନୁହେଁ। ସେଥିପାଇଁ ମୁଁ ଜନି ଡେପଙ୍କୁ ଛାଡପତ୍ର ମାଗିଥିଲି। ଏହା ଏକ ବିପର୍ଯ୍ୟୟ। ମହିଳାଙ୍କ ପ୍ରତି ହେଉଥିବା ହିଂସାକୁ ଗୁରୁତର ସହ ନିଆଯିବା ଉଚିତ ବୋଲି କହିଛନ୍ତି ଅମ୍ବର।

ଗତ ୬ ସପ୍ତାହ ଧରି ଏହି ହାଇପ୍ରୋଫାଇଲ ମାମଲାର ଶୁଣାଣି ଚାଲିଥିବା ବେଳେ ଏହା ଉପରେ ନଜର ରଖିଥିଲା ମିଡିଆ। ଏପରିକି ଶୁଣାଣି ବେଳେ କୋର୍ଟ ରୁମ୍‌ ଓ ପରିସରରେ ଖଚାଖଚ ଭିଡ଼ ରହୁଥିଲା। ଏପରିକି ଉଭୟଙ୍କ ପ୍ରଶଂସକ କୋର୍ଟ ଶୁଣାଣି ଜାଣିବା ନିମନ୍ତେ ରାସ୍ତାରେ ରାତିରେ ଲମ୍ବା ଲାଇନ୍‌ରେ ବି ଛିଡ଼ା ହେଉଥିବା ଦେଖିବାକୁ ମିଳୁଥିଲା। 

Advertisment
Wins Defamation Lawsuit Amber Heard Johnny Depp
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ