Advertisment

ୟୁକ୍ରେନ ଗସ୍ତରେ ଯିବେନି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍

ୟୁକ୍ରେନ ଗସ୍ତରେ ଯିବେନି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ବାଇଡେନଙ୍କ ୟୁକ୍ରେନ୍ ଗସ୍ତ ନଥିବା ନେଇ ହ୍ୱାଇଟ୍ ହାଉସ ପକ୍ଷରୁ ସୂଚନା ମିଳିଛି ।

Joe Biden Has 'no Plans' To Visit Ukraine, Confirms White House Amid Russia-Ukraine War

Joe Biden Has 'no Plans' To Visit Ukraine, Confirms White House Amid Russia-Ukraine War

Advertisment

ୟୁକ୍ରେନ ଗସ୍ତରେ ଯିବେନି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ବାଇଡେନଙ୍କ ୟୁକ୍ରେନ୍ ଗସ୍ତ ନଥିବା ନେଇ ହ୍ୱାଇଟ୍ ହାଉସ ପକ୍ଷରୁ ସୂଚନା ମିଳିଛି । ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିକୁ କିଛି ଦିନ ତଳେ ଆମେରିକାର ପ୍ରତିନିଧିଙ୍କୁ ନିମନ୍ତ୍ରଣ କରିଥିଲେ । ଋଷ-ୟୁକ୍ରେନ୍ ଯୁଦ୍ଧ ସମୟରେ ୟୁକ୍ରେନ୍‌କୁ ଆମେରିକା ସହାୟତା କରିଆସୁଛି ।

Advertisment

ଏହି ଦୃଷ୍ଟିରୁ ଆମେରିକାର କୂଟନୈତିକ ଏବଂ ଯୁଦ୍ଧାସ୍ତ୍ର ସହାୟତା ନେଇ ବାରମ୍ବାର କହିଆସୁଛି ୟୁକ୍ରେନ୍ । ତେଣୁ ଆମେରିକା ରାଷ୍ଟ୍ରପତିଙ୍କ ଗସ୍ତ ଉପରେ ସମସ୍ତ ଦେଶର ନଜର ରହିଥିଲା । ଏପରି କ୍ଷେତ୍ରରେ ଆମେରିକା ରାଷ୍ଟ୍ରପତିଙ୍କ ୟୁକ୍ରେନ୍ ଗସ୍ତ ବଦଳରେ ଉଚ୍ଚ ଅଧିକାରୀଙ୍କ ସେଠାକୁ ଗସ୍ତ ନେଇ ଚିନ୍ତା କରୁଛି ହ୍ୱାଇଟ୍ ହାଉସ ।

ଅନ୍ୟପକ୍ଷେ, ରୁଷିଆ ୟୁକ୍ରେନ୍ ମଧ୍ୟରେ ଜାରି ରହିଛି ଘମାଘୋଟ ଯୁଦ୍ଧ । ଏହାରି ମଧ୍ୟରେ ଗତକାଲି ରୁଷିଆ ୟୁକ୍ରେନର ପଶ୍ଚିମ ସ୍ଥିତ ଲାଭିଭ୍ ସହରରେ ୫ଟି ଶକ୍ତିଶାଳୀ ମିଶାଇଲ୍‌ ଦ୍ୱାରା ଆକ୍ରମଣ କରିଥିଲା । ଯାହା ଫଳରେ ବଡ଼ଧରଣର ବିସ୍ଫୋରଣ ହୋଇଥିବାର ଜଣାପଡିଥିଲା ।

Advertisment
Joe Biden White House Russia-Ukraine War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ