Advertisment

ଚର୍ଚ୍ଚାରେ ‘କୁକୁର ମଣିଷ’: କୁକୁର ଭଳି ଦିଶିବାକୁ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ, ଭିଡିଓ ଭାଇରାଲ୍‌

ଅବିକଳ କୁକୁର ଭଳି ଦେଖାଯାଉଥିବା, ଆଚରଣ କରୁଥିବା ଏକ କୁକୁରର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି। ବାସ୍ତବରେ ଏହା ଅସଲି ନୁହେଁ ବରଂ ନକଲି କୁକୁର।

Japanese Man Spends Rs 12 Lakh To

Japanese Man Spends Rs 12 Lakh To

Advertisment

ଧନୀ ହେଉ କି ଗରିବ, ସମସ୍ତେ କୁକୁରକୁ ପସନ୍ଦ କରନ୍ତି। ଅନେକ କୁକୁରକୁ ନିଜ ଘରେ ପାଳିଥାନ୍ତି। ଧନୀକ ଶ୍ରେଣୀର ଲୋକେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ସେମାନଙ୍କ ଲାଳନ ପାଳନ ବି କରିଥାନ୍ତି। ଅବିକଳ କୁକୁର ଭଳି ଦେଖାଯାଉଥିବା, ଆଚରଣ କରୁଥିବା ଏକ କୁକୁରର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି। ବାସ୍ତବରେ ଏହା ଅସଲି ନୁହେଁ ବରଂ ନକଲି କୁକୁର। ଏମିତି କିଛି ଅଜବ ପ୍ରକାରର ହରକତ କରି ଜାପାନର ତୋକ ନାମକ ଜଣେ ବ୍ୟକ୍ତି ଚର୍ଚ୍ଚାକୁ ଆସିଛନ୍ତି। ଘଟଣାଟି ଶୁଣିକି ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ କଥାଟି ସତ।  

Advertisment

କୁକୁର ଭଳି ଦେଖାଯିବାକୁ ତୋକ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଅଲଟ୍ରା ରିଅଲଷ୍ଟିକ୍ ଡଗ୍ କଷ୍ଟ୍ୟୁମ୍ ପରିଧାନ କରିଥିବା ତୋକ ଏକ ଭଡିଓକୁ ନିଜ ଟ୍ୱିଟରରେ ଅପଲୋଡ କରିଛନ୍ତି। ଯାହା ଖୁବ୍ ଭାଇରାଲ୍‌ ହେଉଛି। ତାଙ୍କ କହିବା କଥା, ସେ କୁକୁରକୁ ବହୁତ ଭଲ ପାଆନ୍ତି। ପିଲାଦିନରୁ ହିଁ ସେ କୁକୁର ଭଳି ଜୀବନ ଜିଇଁବାକୁ ଆଗ୍ରହୀ ଥିଲେ। ଆଉ ଏବେ ସେ କୁକୁର ଭଳି ରହିବା ଓ ଦେଖାଯିବା ପରେ ଏଭଳି ଏକ ପୋଷାକ ପ୍ରସ୍ତୁତ କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି। 

Advertisment

ଜିପେଟ ନାମକ ସଂସ୍ଥା ଏହି ପୋଷାକକୁ ପ୍ରସ୍ତୁତ କରିବା ପାଇଁ ୪୦ ଦିନର ସମୟ ନେଇଥିଲେ। ତୋକ୍ ଟ୍ୱିଟର ଓ ଏକ ୟୁଟ୍ୟୁବ୍‌ ଚ୍ୟାନେଲ୍ ଖୋଲି ପ୍ରତିଦିନର ଅପଡେଟ୍ସ ଦେଉଛନ୍ତି। ଏବେ କେବଳ ଜାପାନ ନୁହେଁ ସାରା ବିଶ୍ୱରେ ତାଙ୍କ ଭିଡିଓ ଖୁବ୍ ଭାଇରାଲ ହେଉଥିବା ବେଳେ ତାଙ୍କର ଏହି ଅଜବ ଗଜବ ହରକତକୁ ନେଇ ଚର୍ଚ୍ଚା ବି ହେଉଛି।

Dog Japanese Man Turn Into Dog
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ