Advertisment

ଶେଷରେ ସାଧାରଣ ଯୁବକଙ୍କୁ ବିବାହ କଲେ ଜାପାନ ରାଜକୁମାରୀ

ଶେଷରେ ଜାପାନ ରାଜକୁମାରୀ ମାକୋ ସାଧାରଣ ଯୁବକଙ୍କୁ ବିବାହ କରିଛନ୍ତି। ମଙ୍ଗଳବାର ସେ ତାଙ୍କ ଦୀର୍ଘଦିନର ପ୍ରେମିକଙ୍କୁ ବିବାହ କରିଛନ୍ତି। ତାଙ୍କ ପ୍ରେମିକ କେଇ କୋମୁରୋ ଜାପାନୀ ରାଜବଂଶ ବାହାରୁ ଆସିଥିବା ଜଣେ ସାମାନ୍ୟ ଯୁବକ। ବିବାହ ପରେ ଜାପାନୀ ରାଜବଂଶ ପରମ୍ପରା ଅନୁସାରେ ରାଜକୁମାରୀ ମାକୋଙ୍କୁ ନିଜର ରାଜକୀୟ ମାନ୍ୟତା ହରେଇବାକୁ ପଡିଛି।

Japan princess mako-has-married Kei Komuro, losing royal status

Japan princess mako-has-married Kei Komuro, losing royal status

Advertisment

ଟୋକିଓ: ଶେଷରେ ଜାପାନ ରାଜକୁମାରୀ ମାକୋ ସାଧାରଣ ଯୁବକଙ୍କୁ ବିବାହ କରିଛନ୍ତି। ମଙ୍ଗଳବାର ସେ ତାଙ୍କ ଦୀର୍ଘଦିନର ପ୍ରେମିକଙ୍କୁ ବିବାହ କରିଛନ୍ତି। ତାଙ୍କ ପ୍ରେମିକ କେଇ କୋମୁରୋ ଜାପାନୀ ରାଜବଂଶ ବାହାରୁ ଆସିଥିବା ଜଣେ ସାମାନ୍ୟ ଯୁବକ। ବିବାହ ପରେ ଜାପାନୀ ରାଜବଂଶ ପରମ୍ପରା ଅନୁସାରେ ରାଜକୁମାରୀ ମାକୋଙ୍କୁ ନିଜର ରାଜକୀୟ ମାନ୍ୟତା ହରେଇବାକୁ ପଡିଛି।

Advertisment
Japan princess mako-has-married Kei Komuroସାଧାରଣ ଯୁବକଙ୍କୁ ବିବାହ କଲେ ଜାପାନ ରାଜକୁମାରୀ

ପ୍ରକାଶଥାଉ ଯେ ଜାପାନୀ ରାଜବଂଶ ପରମ୍ପରା ଅନୁସାରେ ରାଜବଂଶ ବାହାରେ ବିବାହ କରୁଥିବା ରାଜକୁମାରୀ ବା ରାଜକୁମାରଙ୍କୁ ପାଖାପାଖି ସାଢେ ସାତ କୋଟି ଟଙ୍କାର କ୍ଷତି ପୂରଣ ଦିଆଯାଇଥାଏ। କିନ୍ତୁ ମାକୋ ଏହି ସବୁ କ୍ଷତି ପୂରଣକୁ ନେବା ପାଇଁ ଅସ୍ୱୀକାର କରିଛନ୍ତି। ମାକୋ ଖୁବ ସାଧାରଣ ଭାବେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ।

Princes Mako in bridal make upବିବାହ ବେଶରେ ରାଜକୁମାରୀ ମାକୋ

ରାଜକୁମାରୀ ମାକୋ ପାଖାପାଖି ୪ ବର୍ଷ ଧରି ତାଙ୍କ ସାଧାରଣ ବର୍ଗର ପ୍ରେମିକକୁ ବିବାହ କରିବା ନେଇ ଘର ଲୋକଙ୍କୁ ବୁଝାସୁଝା କରିଥିଲେ। ଏହି ସମୟରେ ଅନେକ ବିବାଦକୁ ମଧ୍ୟ ସେ ସାମ୍ନା କରିଥିଲେ। ଏହି ସମୟରେ ରାଜବଂଶ ପକ୍ଷରୁ ତାଙ୍କ ପ୍ରେମିକଙ୍କ ଜୀବନ ପ୍ରତି ମଧ୍ୟ ବିପଦ ଦେଖାଦେଇଥିଲା। ଏନେଇ ଗତ ଦୁଇ ବର୍ଷ ହେବ ସେ ଅନେକ ମାନସିକ ବିଶାଦର ମଧ୍ୟ ଶିକାର ହୋଇଥିଲେ। ମାକୋ କହିଛନ୍ତି ଯେ ସେ ଏ ସବୁ କେବଳ ତାଙ୍କ ପ୍ରେମ ପାଇଁ କରିଛନ୍ତି। ସେ ତାଙ୍କ ଜୀବନରେ ଖୁସୀ ହିଁ ଚାହୁଥିଲେ। ଶେଷରେ ସେ ତାଙ୍କ ଖୁସୀକୁ ହାତମୁଠାରେ ପାଇଛନ୍ତି।

Advertisment

ମାକୋ କହିଛନ୍ତି ଯେ “ଆମ ପାଇଁ ହୃଦୟକୁ ସମ୍ମାନ ଦେବା ଓ ଜୀବନ ଜୀଇବା ନେଇ ବିବାହ କରିବା ଏକ ଆବଶ୍ୟକ ବିକଳ୍ପ। ଆମେ ଦୁହେଁ କେହି କାହାଠାରୁ ଅଲଗା ହୋଇ ରହିପାରିବା ନାହିଁ। ଜୀବନରେ ଯେତେ ଝଡ ଝଞ୍ଜା ଆସୁ ପଛେ ଆମେ ପରସ୍ପରର ହାତ ଧରି ଠିଆହେବୁ।”

Advertisment
Mako enjoying natureପ୍ରକୃତି ମନସ୍କ ମାକୋ

ରାଜକୁମାରୀ ମାକୋଙ୍କ ପ୍ରେମିକ କୋମୁରୋ ବର୍ତ୍ତମାନ ଆମେରିକାରେ ଆଇନରେ ପାଠ ପଢୁଛନ୍ତି। କୋମୁରୋ ଜଣେ କଳାପ୍ରେମୀ ଲୋକ। ସେ ସ୍କୀଇଙ୍ଗ୍, ଭାୟୋଲିନ୍ ବଜେଇବା ସହ ଭଲ ରୋଷେଇ ମଧ୍ୟ କରିପାରନ୍ତି। ବର୍ତ୍ତମାନ ସେ ସମୁଦ୍ର କୂଳ ପ୍ରତି ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ନେଇ ‘ପ୍ରେସ୍ ଅଫ୍ ଦି ସି’ରେ କାମ କରୁଛନ୍ତି।

Princes Mako with her boy friendପ୍ରେମିକ କେଇ କୋମୁରୋଙ୍କ ସହ ରାଜକୁମାରୀ ମାକୋ

ସୂଚନା ମୁତାବକ କେଇ କୋମୁରୋ ୨୦୧୩ ଡିସେମ୍ବରରେ ଏକ ଡିନର ପାର୍ଟୀରେ ରାଜକୁମାରୀ ମାକୋଙ୍କୁ ପ୍ରେମ ପ୍ରସ୍ତାବ ଦେଇଥିଲେ। ଉଭୟ ଦୀର୍ଘଦିନ ଧରି ସେମାନଙ୍କ ପ୍ରେମକୁ ଲୁଚେଇ ରଖିଥିଲେ। ଏହା ପରେ ରାଜକୁମାରୀ ପାଠ ପଢିବା ନେଇ ବ୍ରିଟେନ୍ ଚାଲିଗଲେ।

ପ୍ରକାଶଥାଉ ଯେ ଜାପାନୀ ରାଜବଂଶରେ କେବଳ ପୁରୁଷ ହିଁ ରାଜଗାଦୀର ଉତ୍ତରାଧିକାରୀ ହୋଇଥାଏ। ପରମ୍ପରା ଅନୁସାରେ ବର୍ତ୍ତମାନ ରାଜକୁମାରୀ ମାକୋଙ୍କ ସାନ ଭାଇ ରାଜକୁମାର ହିସାହିତୋ(୧୪) ତାଙ୍କ ପିତା ଆକିଶିନୋଙ୍କ ପରେ ସିଂହାସନ ପାଇଁ ଏକମାତ୍ର ଉତ୍ତରାଧିକାରୀ ଭାବେ ଅଛନ୍ତି।

Japan Special Story Princes Mako Married Her Boy Frined
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ