କାବୁଲ୍‌ ବିମାନବନ୍ଦରରେ ପୁଣି ଫାୟାରିଂ

ପୁଣି କାବୁଲ ଏୟାରପୋର୍ଟରେ ଫାୟାରିଂ ହୋଇଛି। କାବୁଲରୁ ଇଟାଲୀର ଏକ ଯାତ୍ରୀବାହୀ ବିମାନ ଉଡ଼ାଣ ଭରିବା ସମୟରେ ବିମାନ ଉପରକୁ ଅନ୍ଧାଧୁନ୍‌ ଫାୟାରିଂ ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଗୁଳିଚାଳନା ପରେ ବିମାନରେ କୌଣସି କ୍ଷୟକ୍ଷତି ହୋଇନାହିଁ। ତାଲିବାନୀଙ୍କ ଆତଙ୍କରେ ଥରହର ହେଉଛି ଆଫଗାନିସ୍ତାନ। ନିଜ ଜୀବନ ବଂଚାଇବା ଲାଗି ପ୍ରାଣପ୍ରଣେ ବିଭିନ୍ନ ଦେଶକୁ ଚାଲିଯାଉଛନ୍ତି ଆଫ୍‌ଗାନୀ

afghanistan

News Summary

ବିମାନବନ୍ଦରରେ ଫାୟାରିଂ

ତାଲିବାନୀ ହାତ ଥିବା ବଢିଲା ସନ୍ଦେହ

ନୂଆଦିଲ୍ଲୀ: ପୁଣି କାବୁଲ ଏୟାରପୋର୍ଟରେ ଫାୟାରିଂ ହୋଇଛି। କାବୁଲରୁ ଇଟାଲୀର ଏକ ଯାତ୍ରୀବାହୀ ବିମାନ ଉଡ଼ାଣ ଭରିବା ସମୟରେ ବିମାନ ଉପରକୁ ଅନ୍ଧାଧୁନ୍‌ ଫାୟାରିଂ ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଗୁଳିଚାଳନା ପରେ ବିମାନରେ କୌଣସି କ୍ଷୟକ୍ଷତି ହୋଇନାହିଁ। ତାଲିବାନୀଙ୍କ ଆତଙ୍କରେ ଥରହର ହେଉଛି ଆଫଗାନିସ୍ତାନ। ନିଜ ଜୀବନ ବଂଚାଇବା ଲାଗି ପ୍ରାଣପ୍ରଣେ ବିଭିନ୍ନ ଦେଶକୁ ଚାଲିଯାଉଛନ୍ତି ଆଫ୍‌ଗାନୀ। କିନ୍ତୁ ଦେଶର ନାଗରିକମାନଙ୍କୁ ଛାଡ଼ିବା ଲାଗି ଚାହୁଁନାହିଁ ତାଲିବାନ୍‌। ସୂଚନା ଅନୁସାରେ, ଏହି ବିମାନରେ ୧୦୦ ଜଣ ଯାତ୍ରୀ ରହିଥିଲେ। କୁହାଯାଉଛି, ଏହି ଘଟଣାରେ ତାଲିବାନଙ୍କ ହାତ ରହିଛି। କିନ୍ତୁ ଏ ପର୍ଯ୍ୟନ୍ତ ଘଟଣା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଘଟଣାର ତଦନ୍ତ କରିବା ପାଇଁ ଇଟାଲୀ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ମଧ୍ୟ କାବୁଲ ଏୟାରପୋର୍ଟରେ ଫାୟାରିଂ ହୋଇଥିଲା।

ସେପଟେ, ତାଲିବାନଙ୍କ ଉପଦ୍ରବରେ ଥରହର ହେଉଛି ଆଫଗାନିସ୍ତାନ। ସ୍ଥିତି ଏମିତି ହେଲାଣି ସ୍ଥାନୀୟ ଅଂଚଳରେ ହା ହାକାର ପଡ଼ିଲାଣି। ହଜାର ହଜାର ସଂଖ୍ୟାରେ ଲୋକ ଆଫଗାନିସ୍ତାନ ଛାଡ଼ିଲେଣି। ତେବେ କାବୁଲ ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ଏପଟେ, ଆଫଗାନିସ୍ତାନ-ପାକିସ୍ତାନ ସୀମାରେ ମଧ୍ୟ ଏମିତି କିଛି ଚିତ୍ର ଦେଖିବାକୁ ମିଳିଛି ଯାହାକୁ ନେଇ ଚିନ୍ତା ବଢିବାରେ ଲାଗିଛି।

ହତାଲିବାନଙ୍କ ଉପଦ୍ରବରେ ଥରହର ହେଉଛି ପୂରା ଆଫଗାନିସ୍ତାନ। ସ୍ଥିତି ଏମିତି ହେଲାଣି ସ୍ଥାନୀୟ ଅଂଚଳରେ ହା ହାକାର ପଡ଼ିଲାଣି। ହଜାର ହଜାର ସଂଖ୍ୟାରେ ଲୋକ ଆଫଗାନିସ୍ତାନ ଛାଡ଼ିଲେଣି। ତେବେ କାବୁଲ ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ଏପଟେ, ଆଫଗାନିସ୍ତାନ-ପାକିସ୍ତାନ ସୀମାରେ ମଧ୍ୟ ଏମିତି କିଛି ଚିତ୍ର ଦେଖିବାକୁ ମିଳିଛି ଯାହାକୁ ନେଇ ଚିନ୍ତା ବଢିବାରେ ଲାଗିଛି।

ତେବେ ଗତକାଲିଠାରୁ କାବୁଲ ବିମାନବନ୍ଦରକୁ ଆଫଗାନୀ ନାଗରିକଙ୍କୁ ଛାଡୁନି ତାଲିବାନ। ବିମାନ ବନ୍ଦରର ସମସ୍ତ ରାସ୍ତାକୁ ସିଲ୍ କରି ପଳାୟନ ରୋକୁଛି। ତାଲିବାନର କ୍ଷମତା ଦଖଲ ପରେ ଭୟରେ ବହୁ ସଂଖ୍ୟକ ଆଫଗାନ ନାଗରିକ ଦେଶ ଛାଡ଼ି ପଳାଉଛନ୍ତି। ଏହା ଦେଖି ଚିନ୍ତାରେ ପଡ଼ିଛି ତାଲିବାନ।

ନିଜ ନାଗରିକଙ୍କ ନିରବିଚ୍ଛିନ୍ନ ପଳାୟନ ରୋକିବାକୁ ଅନ୍ୟ ଉପାୟ ନପାଇ ଶେଷରେ କାବୁଲ ବିମାନ ବନ୍ଦରର ସମସ୍ତ ପ୍ରବେଶ ପଥ ସିଲ୍ କରିଛି। ସୀମିତ ବିଦେଶୀ ନାଗରିକଙ୍କୁ ଏୟାରପୋର୍ଟ ପ୍ରବେଶ ପାଇଁ ଅନୁମତି ଦେଉଛି। ଲକ୍ଷ ଲକ୍ଷ ଅଫାଗାନୀ ଦେଶ ଛାଡ଼ିବା ପରେ, ଦେଶର ଅର୍ଥନୀତି ସଙ୍କଟରେ ପଡିବା ଆଶଙ୍କାରେ ଘାରି ହେଲାଣି ତାଲିବାନ୍। ଏମିତିକି ନାଗରିକଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା, ମହିଳାଙ୍କୁ ଅଧିକାର ଓ ନିଜ ଦେଶରେ ଥିବା ଆୟର ଉତ୍ସକୁ ସଠିକ୍ ବିନିଯୋଗ କରିବାର ପ୍ରତିଶ୍ରୁତି ଦେଉଥିଲେ ବି ଏହା ନାଗରିକଙ୍କ ପଳାୟନ ରୋକି ପାରୁନାହିଁ। ଯାହାକୁ ନେଇ ଏବେ ଚିନ୍ତାରେ ତାଲିବାନ।