Advertisment

ସିରିଆକୁ ବ୍ୟାପିଲା ଯୁଦ୍ଧ ନିଆଁ, ଇସ୍ରାଏଲ ରକେଟ୍ ମାଡ଼ରେ ସିରିଆର ୨ଟି ପ୍ରମୁଖ ଏୟାରପୋର୍ଟ ଅଚଳ

ସିରିଆ ରାଜଧାନୀ ଡାମାସକସ୍ ଓ ଆଲେପ୍ପୋରେ ଇସ୍ରାଏଲ୍ ରକେଟ୍ ମାଡ଼ କରିଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି

ଅଦ୍ୟତନ ହୋଇଛି
Israel Strikes Syrian Airports

Israel Strikes Syrian Airports

Advertisment

ସିରିଆକୁ ମଧ୍ୟ ବ୍ୟାପିଲା ଯୁଦ୍ଧର ନିଆଁ। ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ସିରିଆର ଦୁଇଟି ପ୍ରମୁଖ ଏୟାରପୋର୍ଟ ଅଚଳ। ସିରିଆ ରାଜଧାନୀ ଡାମାସକସ୍ ଓ ଆଲେପ୍ପୋରେ ଇସ୍ରାଏଲ୍ ରକେଟ୍ ମାଡ଼ କରିଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଦୁଇଟି ଯାକ ବିମାନବନ୍ଦରରେ ଏକା ସାଙ୍ଗରେ ବହୁସଂଖ୍ୟକ ରକେଟ୍ ଖସିଥିଲା । ଏଥିରେ ରନୱେ ବ୍ୟାପକ କ୍ଷତିଗ୍ରସ୍ତ ହେବା ଯୋଗୁଁ ଏୟାରପୋର୍ଟକୁ ବନ୍ଦ ରଖାଯାଇଛି । 

Advertisment

ସିରିଆକୁ ଇରାନ୍ ବୈଦେଶିକ ମନ୍ତ୍ରୀ ଓ କୂଟନୀତିଜ୍ଞଙ୍କ ଗସ୍ତର ଠିକ୍ ପୂର୍ବରୁ ଏଭଳି ଆକ୍ରମଣ କରିଛି ଇସ୍ରାଏଲ୍। ତାଙ୍କ ବିମାନ ଡାମାସକସରେ ଓହ୍ଲାଇବାର ଥିଲା । ତେବେ ଆକ୍ରମଣ ପରେ ଏହା ତେହେରାନ୍ ଫେରିଯାଇଛି । ଗାଜା ସଂକଟରୁ ଧ୍ୟାନ ହଟାଇବା ପାଇଁ ଇସ୍ରାଏଲ୍ ଏଭଳି ଆକ୍ରମଣ କରିଥିବା ସିରିଆ ଅଭିଯୋଗ କରିଥିବା ବେଳେ ଇସ୍ରାଏଲ୍ ଏନେଇ ବିଧିବଦ୍ଧ ଭାବେ କୌଣସି ପ୍ରତିକ୍ରିୟା ରଖିନି । ତେବେ କିଛି ଦିନ ତଳେ ସିରିୟା ପଟୁ ଇସ୍ରାଏଲକୁ ରକେଟ୍ ମାଡ଼ ହୋଇଥିଲା ଏବଂ ଏହା ତାହାର ଜବାବ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।...

ଏପଟେ ହମାସ-ଇସ୍ରାଏଲ ସଂଘର୍ଷ ଉଗ୍ର ରୂପ ଧାରଣ କରିଥିବା ବେଳେ ଭାଇରାଲ ହେଉଛି ହମାସ କମାଣ୍ଡରର ମହମ୍ମଦ-ଅଲ- ଜହରର ଏଭଳି ଦମ୍ଭୋକ୍ତି ଭରା ଭିଡିଓ । ଜହର କହିଛି ଇସ୍ରାଏଲ ଆରମ୍ଭ ମାତ୍ର । ଧୀରେ ଧୀରେ ଆମ କବ୍ଜାକୁ ଆସିବ ସାରା ବିଶ୍ୱ। ତେବେ ଏହି ଭିଡିଓ ପଦାକୁ ଆସିବା ପରେ ନିଜ ପ୍ରତିଶ୍ରୁତି ପୁଣି ଦୋହରାଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ। ହମାସର ପ୍ରତି ସଦସ୍ୟ ମୃତ୍ୟୁବରଣ କରିବେ ବୋଲି ସେ ଚେତାଇ ଦେଇଛନ୍ତି।

Advertisment

 ତେଣେ ହମାସ ବିରୁଦ୍ଧରେ ପୁରା ଇସ୍ରାଏଲ ଏକ ଥିବା ଦର୍ଶାଇ ନୂଆ ୱାର କ୍ୟାବିନେଟ ଗଠନ କରାଯାଇଛି। ପୂର୍ବତନ ପ୍ରତିରକ୍ଷାମନ୍ତ୍ରୀ ବେନି ଗାଞ୍ଜ ଏଥିରେ ସାମିଲ ହୋଇଛନ୍ତି। ଅନ୍ୟପକ୍ଷରେ ଗାଜା ଉପରେ ବିମାନ ଆକ୍ରମଣ ହେଲେ ବନ୍ଧକ ରଖିଥିବା ସମସ୍ତଙ୍କୁ ହମାସ ହତ୍ୟା କରିବ ବୋଲି ଧମକ ଦେଇଥିଲା। ମାତ୍ର ବନ୍ଧକ କେଉଁଠି ଓ ସେମାନଙ୍କ ସ୍ଥିତି କଣ ଏଯାଏଁ ସେନେଇ କୌଣସି ସୂଚନା ମିଳିନଥିବା ବେଳେ ହମାସ ତରଫରୁ ବି କିଛି କୁହାଯାଇନି।...

Syria Israel
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ