Advertisment

ଏପରି କ’ଣ କହିଲେ ଜାତିସଂଘ ମହାସଚିବ ? ଇସ୍ତଫା ଦାବି କଲା ଇସ୍ରାଏଲ...

ଜାତିସଂଘ ସୁରକ୍ଷା ପରିଷଦରେ ଆଲୋଚନାରେ ଜାତିସଂଘ ମହାସଚିବ ହମାସ ସପକ୍ଷରେ ବାହାରିଥିଲେ। ଏହାର ତୀବ୍ର ବିରୋଧ କରି ଇସ୍ରାଏଲ ଜାତିସଂଘ ମହାସଚିବ ଉପରେ ବର୍ଷିଛନ୍ତି।

ଅଦ୍ୟତନ ହୋଇଛି
Israel demands UN chief resign

Israel demands UN chief resign

Advertisment

ଇସ୍ରାଏଲ ଓ ହମାସ ମଧ୍ୟରେ ଲାଗି ଥିବା ଯୁଦ୍ଧ ଦିନକୁ ଦିନ ଉଗ୍ର ହେଉଥିବାବେଳେ ଜାତିସଂଘରେ ମଧ୍ୟ ଏହି ପ୍ରସଙ୍ଗରେ ଆଲୋଚନା ହୋଇଛି। ଏବେ କିନ୍ତୁ ଯୁଦ୍ଧକୁ ନେଇ ଜାତିସଂଘ ସହ ମୁହାଁମୁହିଁ ହୋଇଛି ଇସ୍ରାଏଲ । ଜାତିସଂଘ ସୁରକ୍ଷା ପରିଷଦରେ ଆଲୋଚନାରେ ଜାତିସଂଘ ମହାସଚିବ ହମାସ ସପକ୍ଷରେ ବାହାରିଥିଲେ। ଏହାର ତୀବ୍ର ବିରୋଧ କରି ଇସ୍ରାଏଲ ଜାତିସଂଘ ମହାସଚିବ ଉପରେ ବର୍ଷିଛନ୍ତି। ଏପରିକି ଆଣ୍ଟୋନିଓ ଗୁଟେରେସଙ୍କ ଇସ୍ତଫା ଦାବି କରିବା ସହ ସେ ଏହି ପଦ ପାଇଁ ଯୋଗ୍ୟ ନୁହନ୍ତି ବୋଲି କହିଛନ୍ତି ଇସ୍ରାଏଲ୍ ରାଷ୍ଟ୍ରଦୂତ। ...

Advertisment

ଆଣ୍ଟୋନିଓ ଗୁଟେରେସ୍ ହମାସ ସପକ୍ଷରେ ବାହାରିବା ପରେ ତାଙ୍କ ଉପରେ ବର୍ଷିଛନ୍ତି ଜାତିସଂଘ ସ୍ଥିତ ଇସ୍ରାଏଲର ରାଷ୍ଟ୍ରଦୂତ ଜିଲାଡ୍ ଏର୍ଡାନ୍ । ସେ କହିଛନ୍ତି ଅସଂଖ୍ୟ ପିଲା, ମହିଳା ଓ ବୟୋବୃଦ୍ଧଙ୍କ ସଂହାର ଅଭିଯାନ ପ୍ରତି ସମବେଦନା ପ୍ରଦର୍ଶନ କରୁଥିବା ଜାତିସଂଘର ମହାସଚିବ ଜାତିସଂଘର ନେତୃତ୍ୱ ନେବାକୁ ଯୋଗ୍ୟ ନୁହନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ଗୁଟେରେସ୍ ଙ୍କୁ ତୁରନ୍ତ ଇସ୍ତଫା ଦେବାକୁ କହୁଛି।

ଇସ୍ରାଏଲୀ ନାଗରିକ ଓ ଇହୁଦୀମାନଙ୍କ ପ୍ରତି କ୍ରୂରତା ପ୍ରଦର୍ଶନ କରିଥିବା ଲୋକମାନଙ୍କ ପ୍ରତି ସମବେଦନା ଦେଖାଇବାରେ କୌଣସି ଯଥାର୍ଥତା ନାହିଁ । ଇସ୍ରାଏଲ ବୈଦେଶିକ ମନ୍ତ୍ରୀ ମଧ୍ୟ ଜାତିସଂଘରେ ନିଜ ଅଭିଭାଷଣରେ ହମାସର ବର୍ବରତାର ବର୍ଣ୍ଣନା କରି ଏହାକୁ ନୂଆ ‘ନାଜି’ ବୋଲି କହିଛନ୍ତି। ...

Advertisment

ଗାଜାରେ ଇସ୍ରାଏଲ୍ ଆକ୍ରମଣ ଜାରି ରହିଥିବାରୁ ଗତ ମଙ୍ଗଳବାର ଆଣ୍ଟୋନିଓ ଗୁଟେରେସ୍ ଚିନ୍ତାବ୍ୟକ୍ତ କରିଥିଲେ। ଜାତିସଂଘ ନିରାପତ୍ତା ପରିଷଦ୍ ବୈଠକରେ ସେ କହିଥିଲେ, ହମାସ୍ ଆକ୍ରମଣ ଅକାରଣରେ ହୋଇଛି ବୋଲି ଧରିନେବାକୁ ପଡ଼ିବ ନାହିଁ। ପାଲେଷ୍ଟାଇନ୍ ବାସୀ ୫୬ ବର୍ଷ ହେବ ଦୁର୍ଦ୍ଦଶାଗ୍ରସ୍ତ ହୋଇ ରହିଛନ୍ତି। ସେମାନଙ୍କ ଦେଶକୁ କ୍ରମଶଃ ଜନବସତି ଗ୍ରାସ କରୁଛି। ମହାମାରୀ ଭଳି ହିଂସା ବ୍ୟାପୁଥିବା ସେମାନେ ଦେଖୁଛନ୍ତି। ଦୁର୍ଦ୍ଦଶାର ରାଜନୈତିକ ସମାଧାନ ଲାଗି ସେମାନେ କରିଥିବା ଆଶା ନିଶ୍ଚିହ୍ନ ହୋଇଯାଉଥିବା ସେମାନେ ଜାଣୁଛନ୍ତି।

ସେପଟେ ଇସ୍ରାଏଲର ଜବାବରେ ପାଲେଷ୍ଟାଇନ ବୈଦେଶିକ ମନ୍ତ୍ରୀ ରିୟାଦ୍ ଅଲ୍ -ମାଲିକି କହିଛନ୍ତି, ଇସ୍ରାଏଲ୍ ଆକ୍ରମଣ ଯୋଗୁଁ ୨ ହଜାର ୩୦୦ ପିଲା, ୧୩୦୦ ମହିଳାଙ୍କ ସମେତ ୫,୭୦୦ ପାଲେଷ୍ଟିନୀୟଙ୍କର ମୃତ୍ୟୁ ଘଟିଲାଣି।

Advertisment

ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରାମ ପାଇଁ ମିଳିତ ଜାତିସଂଘ ମଙ୍ଗଳବାର ଏକ ଉଚ୍ଚ ସ୍ତରୀୟ ବୈଠକ କରି ଯୁଦ୍ଧ ବନ୍ଦ କରିବାକୁ ଉଭୟ ପକ୍ଷଙ୍କୁ ଅନୁରୋଧ କରିଥିଲା। ହେଲେ ଇସ୍ରାଏଲ ଏହି ଅନୁରୋଧକୁ ଅସ୍ୱୀକାର କରିଥିବା ଜଣାପଡିଛି ।

UN Chief Israel
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ