Astrospeak
  • Live TV
  • Read In English

ପାକିସ୍ତାନରେ ତାଲିବାନୀ ଶାସନ : ଶିକ୍ଷକଙ୍କୁ ଜିନ୍ସ-ଟିସାର୍ଟ ମନା

ଶିକ୍ଷକଙ୍କୁ ଜିନ୍ସ, ଟି-ସାର୍ଟ ପିନ୍ଧିବା ମନା । ପାକିସ୍ତାନରେ ତାଲିବାନୀ ଶାସନ । ଆଫଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ ପରେ ଏହାର ପ୍ରଭାବ ପାକିସ୍ତାନରେ ମଧ୍ୟ ଦେଖିବାକୁ ମିଳୁଛି । ସମସ୍ତ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନର ଶିକ୍ଷକମାନଙ୍କ ପାଇଁ ନୂଆ ନିର୍ଦ୍ଦେଶାନାମା ଜାରି କରିଛନ୍ତି ଇମ୍ରାନ ସରକାର

pakistan
Representational image

News Summary

କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନର ଶିକ୍ଷକମାନଙ୍କ ପାଇଁ ନୂଆ ନିର୍ଦ୍ଦେଶାନାମା ଜାରି

ମହିଳାମାନେ ପିନ୍ଧିପାରିବେ ନାହିଁ ଟାଇଟ୍ ପୋଷାକ

ଶିକ୍ଷକଙ୍କୁ ଜିନ୍ସ, ଟି-ସାର୍ଟ ପିନ୍ଧିବା ମନା । ପାକିସ୍ତାନରେ ତାଲିବାନୀ ଶାସନ । ଆଫଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ ପରେ ଏହାର ପ୍ରଭାବ ପାକିସ୍ତାନରେ ମଧ୍ୟ ଦେଖିବାକୁ ମିଳୁଛି । ସମସ୍ତ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନର ଶିକ୍ଷକମାନଙ୍କ ପାଇଁ ନୂଆ ନିର୍ଦ୍ଦେଶାନାମା ଜାରି କରିଛନ୍ତି ଇମ୍ରାନ ସରକାର । ଫେଡେରାଲ୍ ଡାଇରେକ୍ଟୋରେଟ୍ ଅଫ୍ ଏଜୁକେସନ୍ (ଏଫଡିଏ) ଅଧୀନରେ ଥିବା କୌଣସି ବିଦ୍ୟାଳୟ, କଲେଜ କିମ୍ବା ବିଶ୍ୱବିଦ୍ୟାଳୟର ଶିକ୍ଷକମାନେ ଜିନ୍ସ, ଟି-ସାର୍ଟ କିମ୍ବା ଟାଇଟ୍ ପୋଷାକ ପିନ୍ଧି ପାରିବେ ନାହିଁ । ଏହାର କିଛି ଦିନ ପୂର୍ବରୁ ବାହାବଲପୁର ମେଡିକାଲ କଲେଜର ଛାତ୍ରଛାତ୍ରୀମାନଙ୍କୁ ଏହିପରି ପୋଷାକ ପିନ୍ଧିବା ପାଇଁ ବାରଣ କରାଯାଇଥିଲା ।

ଇମ୍ରାନ ସରକାର ସେପ୍ଟେମ୍ବର ୭ରେ FDE ମାଧ୍ୟମରେ ଏହି ବିଜ୍ଞପ୍ତି ଜାରି କରିଛନ୍ତି । ପୋଷାକର ପରିଧାନର ଅନେକ ପ୍ରଭାବ ପଡ଼ୁଥିବା ଅନୁସନ୍ଧାନ ସମୟରେ FDE ଜାଣିବାକୁ ପାଇଛି । ଛାତ୍ରମାନଙ୍କ ଉପରେ ପ୍ରଥମ ପ୍ରଭାବ ପଡ଼ିଥାଏ । ଆଉ ଏଥିପାଇଁ ମହିଳା ଶିକ୍ଷକମାନେ ଜିନ୍ସ କିମ୍ବା ଟାଇଟ୍ ପୋଷାକ ପିନ୍ଧି ପାରିବେ ନାହିଁ ବୋଲି କୁହାଯାଇଛି । କେବଳ ମହିଳା ନୁହେଁ ତୁରନ୍ତ ପ୍ରଭାବ ପାଇଁ ପୁରୁଷ ଶିକ୍ଷକମାନଙ୍କୁ ମଧ୍ୟ ଜିନ୍ସ ଏବଂ ଟି-ସାର୍ଟ ପିନ୍ଧିବାକୁ ବାରଣ କରାଯାଇଛି । ସେମାନଙ୍କୁ କ୍ଲାସ୍ ଏବଂ ଲ୍ୟାବରେ ଶିକ୍ଷାଦାନ ଗାଉନ୍ କିମ୍ବା କୋଟ୍ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ସେହିପରି ମହିଳାଙ୍କୁ ସାଲୱାର ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି । 

ତେବେ ଏହି ନୂଆ ନିୟମ ପାଇଁ ପାକିସ୍ତାନର ଅନେକ ନ୍ୟୁଜ୍ ଚ୍ୟାନେଲରେ ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରୁଛନ୍ତି ଜନତା । ଯେଉଁ ଦେଶରେ ୱାଜିର-ଏ-ଆଜମ ଅର୍ଥାତ୍ ପ୍ରଧାନମନ୍ତ୍ରୀ ମହିଳାଙ୍କ ପୋଷାକକୁ ଯୌନ ନିର୍ଯାତନା ପାଇଁ ଦାୟୀ କରନ୍ତି, ସେଠାରେ ଏହିପରି ନିୟମ ଜାରି ରହେ ବୋଲି କହିଛନ୍ତି ସାଧାରଣ ଜନତା । ଦେଶରେ ୩ବର୍ଷର ବାଳିକାଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ପାଇଁ କେଉଁ ନିୟମ ଲାଗୁ ହୋଇଛି, ତାହା ସରକାର ଧ୍ୟାନ ଦେବା ଉଚିତ୍ ବୋଲି କହିଛନ୍ତି ।

ସେହିପରି ପାକିସ୍ତାନର ପ୍ରସିଦ୍ଧ ଶିକ୍ଷାବିତ୍ ପରଭେଜ୍ ହୁଦଭାୟଙ୍କ ସମେତ ଅନେକ ଲୋକ ସରକାରଙ୍କ ଏହି ଆଦେଶକୁ ବିରୋଧ କରିଛନ୍ତି । ସବୁ କ୍ଷେତ୍ରରେ ବହୁ ଦେଶରେ ପଛରେ ରହିଛି, ବର୍ତ୍ତମାନ ସରକାର ଗୁଣାତ୍ମକ ଶିକ୍ଷା ପରିବର୍ତ୍ତେ ତାଲିବାନର ନିୟମ ଗ୍ରହଣ କରୁଥିବା ସେ କହିଛନ୍ତି ।